ଫୋନ୍ ହଜିଛି କି ? ଘରେ ବସି ହିଁ ନିଜ କମ୍ପ୍ୟୁଟରରୁ ଟ୍ରାକ୍ କରନ୍ତୁ, ଜାଣନ୍ତୁ କିଛି ଟିପ୍ସ

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ସାଧାରଣ ଫୋନଠାରୁ ଏହାର ଦାମ୍ ଟିକିଏ ଅଧିକ । କାମ ବାଉଳାରେ ଅନେକ ସମୟରେ ଆମେ ନିଜ ଫୋନ୍ ହଜେଇ ଦେଉ । ସାଧାରଣ ଫୋନ୍ ହେଲେ ଚଳିବ, ହେଲେ ଯଦି ଦାମି ଫୋନ୍ ହୋଇଥିବା ତେବେ କଥା ସରିଲା । ଧନହାନି ହେବ ତା ସହିତ ମନ ମଧ୍ୟ ଖରାପ ହେବ। ଅନେକ ସମୟରେ କାମ କରୁଥିବା ସମୟରେ ନିଜ ଫୋନକୁ ଆମେ କେଉଁଠି ରଖି ଭୁଲିଯାଉ । ଅସାବଧାନତା […]

phone mi

phone mi

Rakesh Mallick
  • Published: Friday, 07 July 2017
  • Updated: 07 July 2017, 03:21 PM IST

Sports

Latest News

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ସାଧାରଣ ଫୋନଠାରୁ ଏହାର ଦାମ୍ ଟିକିଏ ଅଧିକ । କାମ ବାଉଳାରେ ଅନେକ ସମୟରେ ଆମେ ନିଜ ଫୋନ୍ ହଜେଇ ଦେଉ । ସାଧାରଣ ଫୋନ୍ ହେଲେ ଚଳିବ, ହେଲେ ଯଦି ଦାମି ଫୋନ୍ ହୋଇଥିବା ତେବେ କଥା ସରିଲା । ଧନହାନି ହେବ ତା ସହିତ ମନ ମଧ୍ୟ ଖରାପ ହେବ। ଅନେକ ସମୟରେ କାମ କରୁଥିବା ସମୟରେ ନିଜ ଫୋନକୁ ଆମେ କେଉଁଠି ରଖି ଭୁଲିଯାଉ । ଅସାବଧାନତା ହେତୁ ଫୋନ୍ ବେଳେବେଳେ ଚୋରି ମଧ୍ୟ ହୋଇଯାଏ। ତେବେ ପୁଣି କେମିତି ଖୋଜି ପାଇବେ ନିଜ ହଜିଲା ମୋବାଇଲ୍ ଫୋନ୍ । ସଫ୍ଟଓୟାର ଇଂଜିନିୟରମାନେ ଏହାର କିଛି ଟ୍ରିକ୍ ବାହାର କରିଛନ୍ତି। ଆସନ୍ତୁ ଜାଣିବା

୧.ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଗୁଗୁଲ୍ ସେଟିଂକୁ ଯାଇ, ସିକ୍ୟୁରିଟି ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଫୋନରେ ଆସୁଥିବା ‘ଲୋକେଟ୍ ଦି ଡ୍ରାଇଭ୍’ ଅପ୍ସନ ଅନ୍ କରିରଖନ୍ତୁ । ଏହାଦ୍ୱାରା ଆପଣ ହଜେଇଥିବା ମୋବାଇଲ୍ ଫୋନକୁ ସହଜରେ ଟ୍ରାକ କରିପାରିବେ ।

୨.ଆପଣ ଭାବୁଥିବେ ଫୋନର ସେଟିଂ ଅନ୍ କଲେ ହଜିଥିବା ଫୋନକୁ କେମିତି ଟ୍ରାକ୍ କରିହେବ । ନା, ପ୍ରକୃତରେ ଆପଣ ଫୋନଟିକୁ ନିଜ କମ୍ପ୍ୟୁଟର ମାଧ୍ୟମରେ ଟ୍ରାକ୍ କରିବେ । ସେଥିପାଇଁ ଆପଣଙ୍କୁ ନିଜ କମ୍ପ୍ୟୁଟରକୁ ମୋବାଇଲ୍ ଫୋନ୍ ସହ ସେୟାର କରିବାକୁ ପଡିବ।

୩.ତେବେ ଏଥିପାଇଁ ଆପଣ କରିବେ କଣ ? ଆଣ୍ଡ୍ରଏଡ୍ ଡିଭାଇସ୍ ମେସେଞ୍ଜରକୁ ଯାଆନ୍ତୁ । ସେଠାରେ ଥିବା ଜିମେଲ୍ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ । ଆପଣ ସେହି ଇମେଲ ବ୍ୟବହାର କରନ୍ତୁ ଯାହା ଆପଣ ଗୁଗୁଲ ପ୍ଳେଷ୍ଟୋର୍ ଲଗ୍ ଇନ୍ କରିବା ସମୟରେ ବ୍ୟବହାର କରିଥିଲେ ।

୪.ତା ପରେ ମ୍ୟାପ୍ ସୋ ଅପ୍ସନ୍ ଉପରକୁ ଯାଆନ୍ତୁ । ଫୋନକୁ ଟ୍ରାକ୍ କଲେ ଫୋନ୍ ଥିବା ଲୋକେସନ୍ ମ୍ୟାପରେ ଦେଖାଯିବ। ଯେଉଁ ସ୍ଥାନରେ ଫୋନଟି ଥିବ, ତାର ପୁରା ଠିକଣା ମ୍ୟାପ ମାଧ୍ୟମରେ ମିଳିଯିବ

୫.ଏଥିସହ ଆଉ ତିନୋଟି ଅପ୍ସନ ମଧ୍ୟ ଆସିବ ଯାହାକୁ ଆପଣ ବ୍ୟବହାର କରିପାରିବେ । ଯେପରିକି- ରିଂ ଅପ୍ସନ ବ୍ୟବହାର କରି ଆପଣ ଫୋନକୁ ରିଂ କରିପାରିବେ ।

୬.ସେହିପରି ଲକ୍ ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ଫୋନକୁ ଲକ୍ କରିପାରିବେ ଓ ଇରେଜ୍ ଅପସନ୍ ଉପରେ କ୍ଲିକ୍ କରି ଆପଣ ଡିଭାଇସର ସମସ୍ତ ଡାଟାକୁ ଡିଲିଟ୍ କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos