ଇନ୍‌ଷ୍ଟା ଫଲୋୟର୍ସ ସଂଖ୍ୟା ବଢ଼ିବ ଚୁଟ୍‌କିରେ, ଜାଣନ୍ତୁ କେମିତି

(ଓଡ଼ିଶା ରିପୋର୍ଟର): ଫଲୋୟର୍ସ କାହାର କେତେ ଜାଣିବା ଏବଂ ଏହାକୁ ବହୁଗୁଣିତ କରିବା ଏବେ ନୂଆ ଟ୍ରେଣ୍ଡ୍। ତେବେ ଇନ୍‌ଷ୍ଟାଗ୍ରାମ୍‌ର ଅପଡେଟେଡ୍ ଭର୍ସନ୍‌ରେ ଏଭଳି ନୂତନ ବ୍ୟବସ୍ଥା ବିକଶିତ କରାଯାଇଛି ଯାହା ସାହାଯ୍ୟରେ ଫଲୋୟର୍ସଙ୍କ ସଂଖ୍ୟା ବଢ଼ାଇବା ଏବେ ଆହୁରି ସହଜ ହୋଇପାରିବ। ଫଟୋ ଶେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ର ନୂତନ ବୈଶିଷ୍ଟ୍ୟର ନାମ ‘Nametag’ ରଖାଯାଇଛି। ଏହି ଫିଚର୍‌ କ୍ୟୁଆର୍‌ କୋଡ୍‌ ପରି। ଏଥିପାଇଁ ଆପଣଙ୍କୁ ଆଣ୍ଡ୍ରଏଡ୍‌ ବା ଆଇଫୋନ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଅପଡେଟ୍‌ କରିବାକୁ ହେବ । […]

insta-nametag

Hemant Lenka
  • Published: Saturday, 06 October 2018
  • , Updated: 06 October 2018, 09:57 PM IST

(ଓଡ଼ିଶା ରିପୋର୍ଟର): ଫଲୋୟର୍ସ କାହାର କେତେ ଜାଣିବା ଏବଂ ଏହାକୁ ବହୁଗୁଣିତ କରିବା ଏବେ ନୂଆ ଟ୍ରେଣ୍ଡ୍। ତେବେ ଇନ୍‌ଷ୍ଟାଗ୍ରାମ୍‌ର ଅପଡେଟେଡ୍ ଭର୍ସନ୍‌ରେ ଏଭଳି ନୂତନ ବ୍ୟବସ୍ଥା ବିକଶିତ କରାଯାଇଛି ଯାହା ସାହାଯ୍ୟରେ ଫଲୋୟର୍ସଙ୍କ ସଂଖ୍ୟା ବଢ଼ାଇବା ଏବେ ଆହୁରି ସହଜ ହୋଇପାରିବ।

ଫଟୋ ଶେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ର ନୂତନ ବୈଶିଷ୍ଟ୍ୟର ନାମ ‘Nametag’ ରଖାଯାଇଛି।

ଏହି ଫିଚର୍‌ କ୍ୟୁଆର୍‌ କୋଡ୍‌ ପରି। ଏଥିପାଇଁ ଆପଣଙ୍କୁ ଆଣ୍ଡ୍ରଏଡ୍‌ ବା ଆଇଫୋନ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଅପଡେଟ୍‌ କରିବାକୁ ହେବ । ଏଥର ଇନ୍‌ଷ୍ଟାଗ୍ରାମ୍‌ ପ୍ରୋଫାଇଲ୍‌କୁ ଯାଇ ଡାହାଣ ପାଖରେ ଥିବା ମେନୁକୁ ଯାଆନ୍ତୁ। ଏଥର ନେମ୍‌ଟ୍ୟାଗ୍‌ ଲେଖାଥିବା ବିକଳ୍ପଟି ଆସିଯାଇଥିବ। ଏଥିରେ କ୍ଳିକ୍‌ କରି ପ୍ରକ୍ରିୟା ପୂରଣ କରିବା ପରେ ଆପଣଙ୍କ ନେମ୍‌ଟ୍ୟାଗ୍‌ ଆପଣଙ୍କ ୟୁଜରନେମ୍‌ ସହିତ ବିଭିନ୍ନ ଇମୋଜି, ଫଟୋ ଏବଂ ରଙ୍ଗ ସହିତ ଉପଲବ୍ଧ ହେବ।
https://twitter.com/instagram/status/1047900503047192576

ନେମ୍‌ଟ୍ୟାଗ୍‌ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ହ୍ୱାଟ୍ସଆପ୍‌, ଟେକ୍ସଟ୍‌ ମେସେଜ୍ ଏବଂ ଫେସବୁକ୍‌ ମେସେଞ୍ଜର ଜରିଆରେ ସମସ୍ତଙ୍କୁ ପଠାଇପାରିବେ। ଆଜ୍ଞା ହଁ ଫେସବୁକ୍‌ ଗ୍ରୁପ୍‌ଗୁଡ଼ିକକୁ ଯାଇ ମତାମତରେ ମଧ୍ୟ ଏହି ନେମ୍‌ଟ୍ୟାଗ୍‌କୁ ପେଷ୍ଟ କରିପାରିବେ। ଯାହାଫଳରେ ଅଧିକରୁ ଅଧିକ ବ୍ୟକ୍ତି ଆପଣଙ୍କୁ ଫଲୋ କରିପାରିବେ।

Related story