ମଣିଷ ସାଜିଛି ଭଗବାନ, ମନ୍ଦିରରେ ପାଉଛି ପୂଜା: ଜାଣନ୍ତୁ କିଏ ଓ କେଉଁଠି?

  କଳା, ସଂସ୍କୃତି, ପ୍ରଥା ପରମ୍ପରା ପାଇଁ ସାରା ବିଶ୍ୱରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଏହାସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଥାଏ। ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ବିଭିନ୍ନ ଧର୍ମର ଲୋକ ରହିବା ସହ ନିଜ ନିଜ ଭଗବାନଙ୍କୁ ପୂଜା କରିଥାନ୍ତି। କିନ୍ତୁ ଆପଣ ଜାଣିଲେ ବିସ୍ମିତ ହେବେ ଯେ ଭଗବାନଙ୍କ ବ୍ୟତୀତ ଦେଶରେ ଏମିତି ଲୋକପ୍ରିୟ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କର ମନ୍ଦିର ତିଆରି […]

moditemple_630

moditemple_630

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 05:41 PM IST

Sports

Latest News

 

କଳା, ସଂସ୍କୃତି, ପ୍ରଥା ପରମ୍ପରା ପାଇଁ ସାରା ବିଶ୍ୱରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଏହାସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଥାଏ। ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ବିଭିନ୍ନ ଧର୍ମର ଲୋକ ରହିବା ସହ ନିଜ ନିଜ ଭଗବାନଙ୍କୁ ପୂଜା କରିଥାନ୍ତି। କିନ୍ତୁ ଆପଣ ଜାଣିଲେ ବିସ୍ମିତ ହେବେ ଯେ ଭଗବାନଙ୍କ ବ୍ୟତୀତ ଦେଶରେ ଏମିତି ଲୋକପ୍ରିୟ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କର ମନ୍ଦିର ତିଆରି କରାଯାଇ ସେମାନଙ୍କୁ ପୂଜା କରାଯାଉଛି।

୧-ନରେନ୍ଦ୍ର ମୋଦି

ଦେଶର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦିଙ୍କ ବରିଷ୍ଠ ନେତୃତ୍ୱ ଓ ଦୃଢ ଶାସନ ପାଇଁ ସେ ବେଶ୍‌ ପରିଚିତ। ଦେଶରେ ମୋଦିଙ୍କ ପ୍ରଶଂସକଙ୍କ ସଂଖ୍ୟା ସବୁଠୁ ଅଧିକ। ଫଳରେ ପ୍ରଶଂସକମାନେ ରାଜକୋଟ୍‌ରେ ମୋଦିଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି। ୧.୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ମନ୍ଦିର ନିର୍ମାଣ କରାଯାଇଛି। ଯଦିଓ ପ୍ରଧାନମନ୍ତ୍ରୀ ଏହି ମନ୍ଦିର ବିଷୟରେ ଯେତେବେଳେ ଜାଣିଥିଲେ ଏହାକୁ ବିରୋଧ କରିଥିଲେ।

୨-ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ୍‌ର ଭଗବାନ ମଧ୍ୟ କୁହାଯାଏ। ଏବଂ ଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ବିହାରରେ ତାଙ୍କ ପାଇଁ ଏକ ମନ୍ଦିର ତିଆରି କରିଛନ୍ତି। ଯେଉଁଠି ୮୫୦ କିଲୋଗ୍ରାମ ଓଜନ ଓ ୫.୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ସ୍ଥାପନ କରାଯାଇଛି। ଅଭିନେତା କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ମନୋଜ ତିୱାରୀ ଏହି ମନ୍ଦିର ତିଆରି କରିଛନ୍ତି।

୩-ଅମିତାଭ ବଚ୍ଚନ

ବଲିଉଡ୍‌ର ସବୁଠୁ ବଡ ଷ୍ଟାର ଅମିତାଭ ବଚ୍ଚନ ପାଇଁ ମଧ୍ୟ ସେମାନଙ୍କ ପ୍ରଶଂସକ ମାନେ କୋଲକାତାରେ ଏକ ଖାସ୍‌ ମନ୍ଦିର ତିଆରି କରିଛନ୍ତି। ଯେଉଁଠି ବିଗ୍‌-ବିଙ୍କ ଭଳି ଏକ ଅବିକଳ ମୂର୍ତ୍ତି ତିଆରି କରାଯାଇ ପୂଜା କରାଯାଉଛି।

୪-ରଜନୀକାନ୍ତ

କର୍ଣ୍ଣାଟକର କେଲର୍‌ ଜିଲ୍ଲାରେ ଏହି ସାଉଥ୍‌ ସୁପରଷ୍ଟାରଙ୍କ ମନ୍ଦିର ତିଆର କରାଯାଇଛି। ସାଉଥ୍‌ର ଏହି ଲୋକପ୍ରିୟ ଅଭିନେତାଙ୍କ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଦିୱାନା। ତେଣୁ ରଜନୀକାନ୍ତଙ୍କ ମନ୍ଦିର ତିଆରି କରି ପ୍ରଶଂସକମାନେ ସେଠାରେ ପୂଜାର୍ଚ୍ଚନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos