ଆମେରିକାକୁ ଟକ୍କର ଦେବ ଭାରତ: ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନୂଆ ଇତିହାସ ରଚୁଛି ଇସ୍ରୋ। ପୁଣି ଏକ ନୂଆ ଇତିହାସ ରଚିବାକୁ ଆଉ ମାତ୍ର ୫ ଦିନର ଅପେକ୍ଷା। ତା ପରେ ସମଗ୍ର ବିଶ୍ୱ ବଖାଣିବ ଭାରତର ସଫଳତା। ମଙ୍ଗଳାୟାନ,ଚନ୍ଦ୍ରାୟାନ ଭଳି ମିଶନ୍‌ରେ ସଫଳତା ପାଇ ସାରିଥିବା ଭାରତ ପୁଣି ଏକ ସଫଳତାର ସିଡି ଚଢିବାକୁ ଆଗଭର ହେଉଛି। ଗଣମାଧ୍ୟମ ସୂଚନା ଅନୁଯାୟୀ ଯଦି ୫ ଜୁନ୍‌ରେ ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ପରୀକ୍ଷାମୂଳକ ଭାବେ ମହାକାଶକୁ ଭାରତ ପଠାଇବ ଜିଏସଏଲଭି […]

satelite 1

satelite 1

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 07:34 PM IST

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନୂଆ ଇତିହାସ ରଚୁଛି ଇସ୍ରୋ। ପୁଣି ଏକ ନୂଆ ଇତିହାସ ରଚିବାକୁ ଆଉ ମାତ୍ର ୫ ଦିନର ଅପେକ୍ଷା। ତା ପରେ ସମଗ୍ର ବିଶ୍ୱ ବଖାଣିବ ଭାରତର ସଫଳତା। ମଙ୍ଗଳାୟାନ,ଚନ୍ଦ୍ରାୟାନ ଭଳି ମିଶନ୍‌ରେ ସଫଳତା ପାଇ ସାରିଥିବା ଭାରତ ପୁଣି ଏକ ସଫଳତାର ସିଡି ଚଢିବାକୁ ଆଗଭର ହେଉଛି। ଗଣମାଧ୍ୟମ ସୂଚନା ଅନୁଯାୟୀ ଯଦି ୫ ଜୁନ୍‌ରେ ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ପରୀକ୍ଷାମୂଳକ ଭାବେ ମହାକାଶକୁ ଭାରତ ପଠାଇବ ଜିଏସଏଲଭି ମାର୍କ-୩ ରକେଟ୍। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ  ନୂଆ ଇତିହାସ ରଚିବ ଭାରତ। କାରଣ ଏହି ଜିଏସ୍ଏଲ୍‌ଭି ମାର୍କ-୩ ରକେଟ୍ ମାଧ୍ୟମରେ ଭାରତ ମହାକାଶକୁ ପଠାଇପାରିବ ମଣିଷକୁ। ଯଦି ଏହି ପରୀକ୍ଷଣ ସଫଳ ହୁଏ ଆମେରିକା, ରୁଷିଆ ଓ ଚୀନ୍ ପରେ ପରେ ମହାକାଶକୁ ମଣିଷ ପଠାଇବାରେ ଚର୍ତୁଥ ରାଷ୍ଟ୍ର ଭାବେ ନିଜକୁ ସାମିଲ କରିବାର ସୋଭାଗ୍ୟ ଲାଭ କରିବ ଭାରତ।

ଜିଏସ୍ଏଲ୍‌ଭି ମାର୍କ-୩ ବିଷୟରେ କିଛି ଜାଣିବା କଥା: ଜିଏସ୍ଏଲ୍‌ଭି ମାର୍କ-୩ର ଉଚ୍ଚତା ୪୩.୪୩ ମିଟର ହୋଇଥିବା ବେଳେ ଏହାର ବ୍ୟାସ ୪ ମିଟର । ଏହାର ଓଜନ ଦୁଇ ଶହ ହାତୀର ଓଜନ ସହ ସମାନ। ୮୦ କ୍ୱିଣ୍ଟାଲ ଜିନିଷ ନେଇ ପାରୁଥିବା ଏହି ଯାନର ମୂଲ୍ୟ ପାଖାପାଖି ୩୦୦ କୋଟି ଟଙ୍କ।। ଇସ୍ରୋ ଜିଏସ୍ଏଲ୍‌ଭି ମାର୍କ-୩ର ନିର୍ମାଣ ୨୦୦୦ ମସିହାରେ ଆରମ୍ଭ କରିଥିଲା। ୨୦୦୯-୧୦ ମସିହାରେ ଏହାର ପରୀକ୍ଷଣ ପାଇଁ ସମୟ ଧାର୍ଯ୍ୟ ମଧ୍ୟ ହୋଇଥିଲା। ତେବେ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଏହି ଅଭିଯାନକୁ ବନ୍ଦ ରଖିଥିଲା ଭାରତ। କିନ୍ତୁ ଏବେ ଏହି ପରୀକ୍ଷଣ ପାଇଁ ଅଣ୍ଟା ଭିଡିଛି ଇସ୍ରୋ। ୨୦୨୦ ସୁଦ୍ଧା ମହାକାଶକୁ ଏହି ଯାନ ମାଧ୍ୟମରେ ମହାକାଶକୁ ମଣିଷ ପଠାଇବା ପାଇଁ ମଧ୍ୟ ସ୍ଥିର କରିଛି ଇସ୍ରୋ। ଏହି ଯାନଟି ୨ ରୁ ୩ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ନେଇ ମହାକାଶକୁ ଯାତ୍ରା କରି ପାରିବ। ଏହି ଅଭିଯାନକୁ ଶେଷ ସ୍ପର୍ଶ ଦେବା ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ।

ପୂର୍ବରୁ କମ ଖର୍ଚ୍ଚରେ ଏକକାଳୀନ ୧୦୪ ସାଟେଲାଇଟ୍ ଲଞ୍ଚ କରି ସମଗ୍ର ବିଶ୍ୱକୁ ଚକିତ କରିଥିଲା ଭାରତ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ନିଜ ମାଟିରୁ ମହାକାଶୀଚାରୀଙ୍କୁ ମହାକାଶ ପଠାଇ ପାରିବ ଭାରତ। ଜିଏସ୍ଏଲ୍‌ଭି ମାର୍କ-୩ ପରୀକ୍ଷଣ ସଫଳ ହେଲେ ଆମେରିକା ଓ ଚୀନର ବ୍ୟବସାୟିକ କ୍ଷେତ୍ରରେ ପ୍ରଭାବ ପକାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos