କାନ୍ଦି ପକାଇଲେ କପିଲ

ମୁମ୍ବାଇ: ସବୁବେଳେ ହସାଇ ହସାଇ ବେଦମ୍ କରାଇ ଦେଉଥିବା କପିଲ ଶର୍ମା ନିଜ ଶୋ’ରେ କାନ୍ଦି ପକାଇଲେ। ନା, ଏ କାନ୍ଦ ମିଛ ନ ଥିଲା। ସତରେ କାନ୍ଦି ପକାଇଥିଲେ କପିଲ୍। ସୋମବାର ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମ ‘ନାମ ଶବାନା’ର ପ୍ରମୋସନ ପାଇଁ ଆସିଥିଲେ ତାପସ ପନୁ ଏବଂ ମନୋଜ ବାଜପେୟୀ।  ସୁନୀଲ ଗ୍ରୋଭର ଏବଂ ଚନ୍ଦନ( ଚନ୍ଦୁ ଚା’ ବାଲା) ମଧ୍ୟ ଶୋ’ରେ ଭାଗ ନେବାର ଥିଲା।  କିନ୍ତୁ ସେମାନେ ଶୋ’କୁ ଆସି […]

kapil

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 02:15 PM IST

ମୁମ୍ବାଇ: ସବୁବେଳେ ହସାଇ ହସାଇ ବେଦମ୍ କରାଇ ଦେଉଥିବା କପିଲ ଶର୍ମା ନିଜ ଶୋ’ରେ କାନ୍ଦି ପକାଇଲେ। ନା, ଏ କାନ୍ଦ ମିଛ ନ ଥିଲା। ସତରେ କାନ୍ଦି ପକାଇଥିଲେ କପିଲ୍।

ସୋମବାର ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମ ‘ନାମ ଶବାନା’ର ପ୍ରମୋସନ ପାଇଁ ଆସିଥିଲେ ତାପସ ପନୁ ଏବଂ ମନୋଜ ବାଜପେୟୀ।  ସୁନୀଲ ଗ୍ରୋଭର ଏବଂ ଚନ୍ଦନ( ଚନ୍ଦୁ ଚା’ ବାଲା) ମଧ୍ୟ ଶୋ’ରେ ଭାଗ ନେବାର ଥିଲା।  କିନ୍ତୁ ସେମାନେ ଶୋ’କୁ ଆସି ନ ଥିଲେ। କେବଳ ଏତିକି ନୁହେଁ, କପିଲ ଶର୍ମାଙ୍କ ସହ କଥା ହେବା ପାଇଁ ବି ସେମାନେ ମନା କରି ଦେଇଥିଲେ। ଏହା କପିଲ ଶର୍ମାଙ୍କୁ ବହୁତ ଝଟକା ଦେଇଥିଲା। କପିଲ ଅଭିନେତା ମନୋଜ ବାଜପେୟୀଙ୍କ ଆଗରେ କାନ୍ଦି ପକାଇଥିଲେ। ସୁଟିଂ ସେଟରୁ କପିଲ ସୁନୀଲ ଓ ଚନ୍ଦନଙ୍କୁ  ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ସେମାନେ ଫୋନ୍‌ ଉଠାଇ ନ ଥିଲେ। ପରେ ନବଜୋତ ସିଂ ସିଦ୍ଧୁ ଫୋନ୍‌ କରିବାରୁ କପିଲଙ୍କ ସହ କାମ କରିବାକୁ ଚାହୁଁ ନାହୁଁ ବୋଲି ଦୁଇ ଜଣ ଯାକ କହିଥିଲେ। ସିଦ୍ଧୁ ବହୁ ବାର କହିବା ପରେ ଦିଲ୍ଲୀରେ ତାଙ୍କୁ ଭେଟିବେ ବୋଲି ଦୁଇ ଜଣ ଯାକ କହିଥିଲେ।

ଏହି ଶୋ’ର କ୍ରିଏଟିଭ୍ ହେଡ୍ ପ୍ରୀତି ସିମୋସଙ୍କ ସହିତ ଫୋନ୍‌ରେ କଥା ହେବା ବେଳେ ଚନ୍ଦନ କହିଥିଲେ,‘ମୁଁ ଚାକର। ମୁଁ ମୋ ଔକାତକୁ ଭଲ ଭାବେ ବୁଝି ଯାଇଛି।’

ପାଠକମାନଙ୍କୁ ଏଠାରେ ମନେ ପକାଇ ଦେବାକୁ ଚାହୁଁଛୁ ଯେ ନିକଟରେ ଅଷ୍ଟ୍ରେଲିଆରେ ଶୋ’ ସାରି ଫେରିବା ବେଳେ ବିମାନରେ ହିଁ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କପିଲ ସୁନୀଲଙ୍କୁ ଗାଳିଗୁଲଜ କରିବା ସହିତ ମାର୍‌ପିଟ୍ ମଧ୍ୟ କରିଥିଲେ। କପିଲ ଚନ୍ଦନଙ୍କ ସହିତ ବି ମାଡ଼ଗୋଳ କରିଥିଲେ ବୋଲି ଜଣାପଡ଼ିଛି।

Related story