କଥା ରଖି ଘରକୁ ଫେରିଲେ, କିନ୍ତୁ...

ଶ୍ରୀନଗର: ଶ୍ରୀଲଙ୍କାରେ ଶାନ୍ତି ସ୍ଥାପନ ପାଇଁ ୧୯୮୮ ମସିହାରେ ଭାରତୀୟ ସେନାକୁ ପଠାଯାଇଥିଲା। ସେନାର ସେହି ଟିମ୍‌ରେ ଥିଲେ ଜମ୍ମୁର ଆର୍‌ଏସ୍‌ପୁରା ଅଞ୍ଚଳର ବାଜେ ଚକ ଗାଁର ଦେବରାଜ ଶର୍ମା। ସେଠାରେ ଅପରେସନ୍‌ ବେଳେ ତାଙ୍କ ପାଦରେ ଗୁଳି ବାଜିଥିଲା। ସେଠାରୁ ଫେରିବା ପରେ ଘା’ ଭଳ ହୋଇଯାଇଥିଲା, ହେଲେ ଯନ୍ତ୍ରଣା ଯାଇ ନଥିଲା। ୧୯୯୯ ମସିହା ବେଳକୁ ଦେବରାଜଙ୍କ ପାଦ ଯନ୍ତ୍ରଣା ଆହୁରି ବଢ଼ି ଯାଇଥିଲା। ତେଣୁ ଜୁଲାଇ ୫ ତାରିଖରେ ଘରକୁ ଫେରିବେ ବୋଲି […]

kargil1

Puspanjali Panda
  • Published: Wednesday, 24 July 2019
  • , Updated: 24 July 2019, 11:00 AM IST

ଶ୍ରୀନଗର: ଶ୍ରୀଲଙ୍କାରେ ଶାନ୍ତି ସ୍ଥାପନ ପାଇଁ ୧୯୮୮ ମସିହାରେ ଭାରତୀୟ ସେନାକୁ ପଠାଯାଇଥିଲା। ସେନାର ସେହି ଟିମ୍‌ରେ ଥିଲେ ଜମ୍ମୁର ଆର୍‌ଏସ୍‌ପୁରା ଅଞ୍ଚଳର ବାଜେ ଚକ ଗାଁର ଦେବରାଜ ଶର୍ମା। ସେଠାରେ ଅପରେସନ୍‌ ବେଳେ ତାଙ୍କ ପାଦରେ ଗୁଳି ବାଜିଥିଲା। ସେଠାରୁ ଫେରିବା ପରେ ଘା’ ଭଳ ହୋଇଯାଇଥିଲା, ହେଲେ ଯନ୍ତ୍ରଣା ଯାଇ ନଥିଲା।

୧୯୯୯ ମସିହା ବେଳକୁ ଦେବରାଜଙ୍କ ପାଦ ଯନ୍ତ୍ରଣା ଆହୁରି ବଢ଼ି ଯାଇଥିଲା। ତେଣୁ ଜୁଲାଇ ୫ ତାରିଖରେ ଘରକୁ ଫେରିବେ ବୋଲି ସେ ତାଙ୍କ ପତ୍ନୀଙ୍କ ପାଖକୁ ଚିଠି ପଠାଇଥିଲେ।

ତେବେ ସେ ଘରକୁ ଚିଠି ପଠାଇବା ପରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପାଦରେ ଖୁବ୍ ଯନ୍ତ୍ରଣା ହେଉଥିଲେ ବି ସେ ଯୁଦ୍ଧରେ ସାମିଲ ହୋଇଥିଲା। ଅପରେସନ୍ ପାଇଁ ଟାଇଗର୍ ହିଲ୍‌ ଯିବାକୁ ସେ ନିଜେ ତାଙ୍କ ନାଁ ଦେଇଥିଲେ। ପାଦରେ ଯନ୍ତ୍ରଣା ହେଉଥିବାରୁ ଟାଇଗର୍ ହିଲ୍ ଚଢ଼ିବାରେ ସେ କଷ୍ଟ ଅନୁଭବ କରିଥିଲେ, ହେଲେ ପଛକୁ ଫେରି ନଥିଲେ।

ଦେବରାଜ ଏମ୍‌ଏମ୍‌ଜି (ମିଡିୟମ୍‌ ମେସିନ୍‌ଗନ୍‌) ଚଳାଇବାରେ ନିପୁଣ ଥିଲେ। ଏଥିପାଇଁ ସେ ଘରକୁ ଆସିବା ପାଇଁ ଚାହିଁ ନଥିଲେ। ଶେଷରେ ଶତ୍ରୁଙ୍କ ସହିତ ଲଢ଼େଇ କରୁ କରୁ  କାର୍‌ଗିଲ୍‌ରେ ୧୯୯୯ ମସିହା ୫ ଜୁଲାଇରେ ସେ ସହିଦ୍ ହୋଇ ଯାଇଥିଲେ।

ଜୁଲାଇ ୫ ତାରିଖରେ ଘରେ ପହଞ୍ଚିବେ ବୋଲି ଦେବରାଜ ଘରକୁ ଚିଠି ଦେଇଥିଲେ। ସେ ତାଙ୍କ କଥା ରଖିଥିଲେ ଓ ଘରକୁ ଫେରିଥିଲେ। କିନ୍ତୁ ତ୍ରିରଙ୍ଗାରେ ଗୁଡ଼ାଇ ହୋଇ। ଦେଶ ପାଇଁ ନିଜ ଜୀବନକୁ ବଳି ଦେଇ ଦେବରାଜ ଦେଶ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ କରିଥିଲେ ଓ ଘର ଲୋକଙ୍କୁ ଦେଇଥିବା କଥା ବି ରଖିଥିଲେ।

ଦେବରାଜଙ୍କ ପତ୍ନୀ ଏବେବି ପଢ଼ନ୍ତି ସେହି ଚିଠି
କାର୍‌ଗିଲ୍‌ ଯୁଦ୍ଧକୁ ୨୦ ବର୍ଷ ବିତି ସାରିଛି। ହେଲେ ପରିବାର ଲୋକଙ୍କ ମନରେ ଏବେ ବି ଜୀବିତ ଅଛନ୍ତି ସହିଦ୍‌ ଦେବରାଜ ଶର୍ମା। ତାଙ୍କର ପ୍ରତ୍ୟେକ ଜିନିଷକୁ ପରିବାର ଲୋକ ଶେଷ ସ୍ମୃତି ଭାବେ ସାଇତି ରଖିଛନ୍ତି।

ତାଙ୍କ ସ୍ତ୍ରୀ କହିଛନ୍ତି,“ଜୁଲାଇ ୫ ତାରିଖରେ ଘରକୁ ଆସିବେ ବୋଲି ସେ ଚିଠି ଲେଖିଥିଲେ। କିନ୍ତୁ ତ୍ରିରଙ୍ଗାରେ ଗୁଡ଼ାଇ ହୋଇ ଘରକୁ ଆସିଲେ। ତାଙ୍କର ସେହି ଶେଷ ଚିଠି ଆଜି ବି ମୋ ପାଖରେ ଅଛି, ଯାହାକୁ ମୁଁ ଏବେବି ପଢ଼ୁଛି।’

ଦେବରାଜଙ୍କ ପର୍ସରୁ ମିଳିଥିଲା ୧୦ ଟଙ୍କିଆ ନୋଟ୍‌
ସହିଦ୍‌ ଦେବରାଜଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ରହିଛନ୍ତି। ତାଙ୍କ ପୁଅ ଅମିତ କୁମାର କୁହନ୍ତି, ‘କାର୍‌ଗିଲ୍‌ ସହିଦ୍‌ ଦେବରାଜଙ୍କ ପୁଅ ବୋଲି ମୁଁ ସବୁବେଳେ ଗର୍ବ ଅନୁଭବ କରେ। ସେନାରେ ଭର୍ତ୍ତି ହୋଇନପାରିଲେ ମଧ୍ୟ ମୁଁ ବାପା ଦେଖାଇଥିବା ରାସ୍ତାରେ ହିଁ ଚାଲୁଛି।’

ଦେବରାଜଙ୍କ ପର୍ସରୁ ୧୦ ଟଙ୍କାର ଏକ ନୋଟ୍‌ ମିଳିଥିଲା। ତାଙ୍କ ପୁଅ ଅମିତ ଏହାକୁ ସାଇତି ରଖିଛନ୍ତି। ସେହି ନୋଟ୍‌ରେ ‘ପାପା ଜୀ’ ଲେଖି ତାକୁ ଲାମିନେସନ୍‌ କରି ସେ ରଖିଛନ୍ତି।

Related story