Advertisment

ନାକରେ ଡ୍ରପ୍‌ ପକାଉଛନ୍ତି କି? ରୁହନ୍ତୁ ସାବଧାନ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ଥଣ୍ଡା ସମ୍ୱନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ଏହି ଦିନମାନଙ୍କରେ ନାକ ବନ୍ଦହେବା ଓ ଥଣ୍ଡା ନଛାଡ଼ିବା ସହିତ ଜ୍ୱର ଲାଗିରହିଥାଏ। ଏସବୁକୁ କିପରି ନିୟନ୍ତ୍ରଣ କରିବା ଏବଂ ଏଥିପାଇଁ କେଉଁସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ? ଆସନ୍ତୁ ଜାଣିବା, ଓଡ଼ିଶା ରିପୋର୍ଟରର ସ୍ୱତନ୍ତ୍ର ସାକ୍ଷାତକାରରେ ଏ ବିଷୟରେ କ’ଣ କହୁଛନ୍ତି, କର୍ଣ୍ଣ, ନାକ ଓ ଗଳା ବିଶେଷଜ୍ଞ ପ୍ରଫେସର ରାଜଲକ୍ଷ୍ମୀ ପାଣିଗ୍ରାହୀ। ୧. ଶୀତଦିନେ ନାକ କାହିଁକି ଚୋକ୍‌ […]

ନାକରେ ଡ୍ରପ୍‌ ପକାଉଛନ୍ତି କି? ରୁହନ୍ତୁ ସାବଧାନ!

no333

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ଥଣ୍ଡା ସମ୍ୱନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ଏହି ଦିନମାନଙ୍କରେ ନାକ ବନ୍ଦହେବା ଓ ଥଣ୍ଡା ନଛାଡ଼ିବା ସହିତ ଜ୍ୱର ଲାଗିରହିଥାଏ। ଏସବୁକୁ କିପରି ନିୟନ୍ତ୍ରଣ କରିବା ଏବଂ ଏଥିପାଇଁ କେଉଁସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ? ଆସନ୍ତୁ ଜାଣିବା, ଓଡ଼ିଶା ରିପୋର୍ଟରର ସ୍ୱତନ୍ତ୍ର ସାକ୍ଷାତକାରରେ ଏ ବିଷୟରେ କ’ଣ କହୁଛନ୍ତି, କର୍ଣ୍ଣ, ନାକ ଓ ଗଳା ବିଶେଷଜ୍ଞ ପ୍ରଫେସର ରାଜଲକ୍ଷ୍ମୀ ପାଣିଗ୍ରାହୀ।

Advertisment

୧. ଶୀତଦିନେ ନାକ କାହିଁକି ଚୋକ୍‌ ବା ବନ୍ଦ ହୋଇଥାଏ ?

ଶୀତଦିନେ ଭାଇରାଲ୍‌ ଲୋଡ୍‌ ଅଧିକ ଥାଏ। ଶୀତଦିନେ ନାକରୁ ପାଣି ବାହାରିଲେ, ତାହାକୁ ରାଇନାଇଟିଜ୍‌ କୁହାଯାଏ। ରାଇନାଇଟିଜ୍‌ ସାଧାରଣତଃ ଏକ ଭାଇରାଲ୍ ରୋଗ, ଏହା ବ୍ୟାକ୍ଟେରିଆ ନୁହେଁ। ଏଥିପାଇଁ ଶୀତଦିନେ ନାକରୁ ପାଣି ବାହାରେ ଓ ନାକ ଫୁଲିଯାଏ।

୨. ଶୀତଦିନେ ନାକରୁ ରକ୍ତ କାହିଁକି ପଡ଼େ ?

ଶୀତଦିନେ ପାଗ ଶୁଖିଲା ଥାଏ। ହାତ ଓ ପାଦ ପରି ନାକ ମଧ୍ୟ ଶୁଖିଯାଇଥାଏ। ନାକ ଶୁଖିଯିବା ପରେ ଏହା ଉପରେ ବକଳ ବସିଥାଏ। ଛୋଟଛୁଆ ଶୀତଦିନେ ବାରମ୍ୱାର ନାକରେ ହାତ ମାରିଥା’ନ୍ତି। ମନେ ରଖନ୍ତୁ, ନାକର ଏକ ଛୋଟ ଏରିଆରେ ରକ୍ତର ଶିରା ପ୍ରଶିରା ରହିଛି। ଯେଉଁଠି ରକ୍ତ ସଞ୍ଚାଳନ ହୋଇଥାଏ। ଯଦି ଆପଣ ସେହି ସ୍ଥାନରୁ ବକଳ କାଢ଼ିଦେବେ, ନାକରୁ ରକ୍ତ ବାହାରିବ।

Advertisment

୩. ଇନଫେକସନ୍‌ରୁ ରକ୍ତ ବାହାରେ କି ?

ଇନଫେକସନ୍‌ ହୁଏ ନାହିଁ। ବୟସ୍କ ଲୋକଙ୍କର ବ୍ଲଡ୍‌ ପ୍ରେସର ବଢ଼ିଗଲେ କିମ୍ୱା ନାକରେ ମାଂସ ବଢ଼ିଲେ, ନାକରେ ପ୍ରେସର ବଢ଼ିଥାଏ ଏବଂ ରକ୍ତ ପଢ଼ିଥାଏ। ତେଣୁ ଏହାର ଚିକିତ୍ସା ପଦ୍ଧତି ହେଉଛି, ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣରେ ରଖିବା। ବହୁତ ରକ୍ତ ବାହାରିଲେ, ସଙ୍ଗେ ସଙ୍ଗେ ନାକରେ ବରଫ ଦେଇ ଅପେକ୍ଷା କରନ୍ତୁ, ରକ୍ତ ବାହାରିବା କମ୍‌ ହୋଇଯିବ।

୪. ଏଥିପାଇଁ ଚିକିତ୍ସା ପଦ୍ଧତି କ’ଣ ରହିଛି ?

- ଯଦି ନାକ ଶୁଖିଯାଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରି ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତୁ। ସେହିପରି ନାକରେ ମାଂସ ବଢ଼ିଥିଲେ ସିଟି ସ୍କାନ କରି ଦେଖନ୍ତୁ। ଯଦି ସମ୍ଭବ ଏହାକୁ ଅପରେସନ୍‌ କରି ବାହାର କରନ୍ତୁ କିମ୍ୱା ମେଡିସିନ୍‌ ନିଅନ୍ତୁ। ନାକ ହାଡ଼ ବଙ୍କା ଥିଲେ ନାକରୁ ରକ୍ତ ବାହାରିଥାଏ, ଏଥିପାଇଁ ନାକର ସର୍ଜରୀ କରନ୍ତୁ।

- ଚିକିତ୍ସା ବ୍ୟତୀତ ସକାଳୁ ଉଠି ପ୍ରାଣାୟାମ ଓ ଯୋଗ କରନ୍ତୁ। ଯଦି ନାକରେ କୌଣସି ସମସ୍ୟା ଦେଖାଯାଉଛି, ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

- ମେଡିସିନ୍ ଷ୍ଟୋର ପକାଇ ଯେଉଁ ନାକ ଡ୍ରପ୍‌ ପକାଉଛନ୍ତି, ଏହାକୁ ବନ୍ଦ କରନ୍ତୁ। ଗଞ୍ଜେଇ ଓ ଅଫିମ ପରି ଏହା ଏକ ଆଡିକସନ୍‌। ଏହାଦ୍ୱାରା ନାକ ଶୁଖିଥାଏ। ତେଣୁ ଏହାଠାରୁ ଦୂରେଇ ରୁହନ୍ତୁ।

- ନାକର ଅଣଦେଖା କଲେ ଷ୍ଟ୍ରୋକର ଆଶଙ୍କା ରହିଥାଏ।

- ଧୂଳି ଓ ପୋଷା କୁକୁର ବିଲେଇଠାରୁ ଦୂରେଇ ରୁହନ୍ତୁ।

୫. ନାକ ପାଇଁ ଇନହେଲର୍‌ ବ୍ୟବହାର କରିବା ଉଚିତ କି ?

ଏହା ଆପଣଙ୍କୁ ସଙ୍ଗେ ସଙ୍ଗେ ଆରାମ ଦେଇଥାଏ। କିନ୍ତୁ ଏହାକୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କଲେ, ଅଭ୍ୟାସରେ ପରିଣତ ହୋଇଥାଏ। ତେଣୁ ଏହାକୁ ବାରମ୍ୱାର ବ୍ୟବହାର କରନ୍ତୁ ନାହିଁ। ଯଦି ବ୍ୟବହାର କରୁଛନ୍ତି, ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

୬. ନାକରେ କପଡ଼ା କିମ୍ୱା ମାସ୍କ ବାନ୍ଧିବା ସୁରକ୍ଷିତ କି ?

ଏହା ଭଲ, ଏହାଦ୍ୱାରା ନାକରେ ଧୂଳି ବାଜିବ ନାହିଁ। କିନ୍ତୁ ଏହାକୁ ନିୟମିତ ବ୍ୟବଧାନରେ ସଫା ରଖନ୍ତୁ। ନଚେତ୍‌ ଭାଇରାଲ୍‌ ଇନଫେକସନ୍‌ର ଶିକାର ହେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe