ସ୍ୱାମୀଙ୍କ ସ୍ମୃତିରେ ଲଗାଇ ସାରିଲେଣି ୭୩ ହଜାର ଗଛ, କିଏ ଜାଣିଛନ୍ତି?

ବାଙ୍ଗାଲୁର: ଜୀବନରେ କିଛି ଲକ୍ଷ୍ୟ ନେଇ ଆଗକୁ ବଢିଲେ, ଯେକୌଣସି ପ୍ରତିକୂଳ ପରିସ୍ଥିତି ମଧ୍ୟ ବାଧା ସୃଷ୍ଟି କରିପାରେ ନାହିଁ।  ନିଜ ଇଚ୍ଛାଶକ୍ତିକୁ ଦୃଢ କଲେ ଆପଣ ଯେକୌଣସି ସ୍ଥିତିର ବି ମୁକାବିଲା କରିପାରିବେ। ଏପରି ଜଣେ ମହିଳା ହେଉଛନ୍ତି ବାଙ୍ଗାଲୁରର ୬୮ ବର୍ଷୀୟା ଜନେତ୍‌ ୟଗ୍‌ନେଶ୍ୱରନ। ଏ ବୟସରେ ବି ସେ ନିଜ ଅଞ୍ଚଳ ତଥା ରାଜ୍ୟକୁ ସବୁଜିମାରେ ପରିପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା […]

janet-5..

janet-5..

Niharika Rout
  • Published: Thursday, 06 June 2019
  • Updated: 06 June 2019, 11:46 AM IST

Sports

Latest News

ବାଙ୍ଗାଲୁର: ଜୀବନରେ କିଛି ଲକ୍ଷ୍ୟ ନେଇ ଆଗକୁ ବଢିଲେ, ଯେକୌଣସି ପ୍ରତିକୂଳ ପରିସ୍ଥିତି ମଧ୍ୟ ବାଧା ସୃଷ୍ଟି କରିପାରେ ନାହିଁ।  ନିଜ ଇଚ୍ଛାଶକ୍ତିକୁ ଦୃଢ କଲେ ଆପଣ ଯେକୌଣସି ସ୍ଥିତିର ବି ମୁକାବିଲା କରିପାରିବେ। ଏପରି ଜଣେ ମହିଳା ହେଉଛନ୍ତି ବାଙ୍ଗାଲୁରର ୬୮ ବର୍ଷୀୟା ଜନେତ୍‌ ୟଗ୍‌ନେଶ୍ୱରନ। ଏ ବୟସରେ ବି ସେ ନିଜ ଅଞ୍ଚଳ ତଥା ରାଜ୍ୟକୁ ସବୁଜିମାରେ ପରିପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି।

ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା ଜନେତ କିନ୍ତୁ ଦୁଃଖରେ ଭାଙ୍ଗି ନ ଯାଇ ନିଜ ଅଞ୍ଚଳ ପାଇଁ କିଛି କରିବାକୁ ନିଷ୍ପତ୍ତି ନେଲେ। ଫଳରେ ନିଜ ସ୍ୱାମୀଙ୍କ ସ୍ମୃତିରେ ପ୍ରାୟ ୨୦ ବର୍ଷ ହେବ ସେ ଚାରାରୋପଣ କରିବା ଆରମ୍ଭ କରି ଦେଇଥିଲେ। ପ୍ରଥମେ ପ୍ରଥମେ ନିଜ ସଞ୍ଚିତ ଅର୍ଥରେ ଗଛ ଲଗାଉଥିବା ଜନେତଙ୍କୁ ଏବେ କିନ୍ତୁ ବିଭିନ୍ନ ଆଡୁ ସହଯୋଗ ଛୁଟି ଆସୁଛି।

୨୦୦୫ ମସିହାରେ ସ୍ୱାମୀଙ୍କ ମୃତ୍ୟୁ ପରେ ପୂରାପୂରି ଏକୁଟିଆ ହୋଇପଡିଥିଲେ ଜନେତ। ଉକ୍ତ ବର୍ଷ ବାଙ୍ଗାଲୁରରେ ବହୁ ଗଛ ଉପୁଡି ପଡିଥିବାରୁ ପୁଣି ଥରେ ଏହି ସହରକୁ ସବୁଜିମାରେ ପରିପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ କାମ ଆରମ୍ଭ କଲେ । ଏଥିଲାଗି ପ୍ରଶାସନ ବିରୋଧରେ ଧାରଣା ଦେବା ଅପେକ୍ଷା ଗଛ ଚାରା ରାସ୍ତା କଡରେ ପୋତିବାକୁ ସ୍ଥିର କଲେ। ଏହାପରେ ନିଜ ସ୍ୱାମୀଙ୍କ ନାମରେ ଏକ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ସେ ଚାରାରୋପଣ କରିବା ଆରମ୍ଭ କଲେ।

୭୫ ହଜାର ଚାରା ଲଗାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଥିବା ଜନେତ୍‌ ଏ ପର୍ଯ୍ୟନ୍ତ ୭୩ ହଜାର ଚାରା ଲଗାଇ ସାରିଲେଣି। ତଥାପି ଥକି ପଡି ନାହାନ୍ତି। ଚାରି ଆଡୁ ପ୍ରଶଂସା ମିଳିବା ପରେ  ଦିନକୁ ଦିନ କାମ ପ୍ରତି ତାଙ୍କ ଭଲ ପାଇବା  ବଢି ଚାଲିଛି।  ଦିନେ ନିଜେ ଲଗାଇଥିବା ଗଛ ଛାଇରେ ଏବେ ସେ ଶାନ୍ତିରେ ବସି ପାରୁଥିବା ବେଳେ ଏହା ତାଙ୍କୁ ଆତ୍ମତୃପ୍ତି ଦେଉଥିବା କହିଛନ୍ତି। ନିଜ ଦ୍ୱାରା ଲଗାଯାଇଥିବା ଚାରା ବଡ ହୋଇ ଅନ୍ୟଙ୍କୁ ଛାଇ ଦେବା ଗର୍ବର ବିଷୟ ବୋଲି କହିଛନ୍ତିଏହି ବୃଦ୍ଧା ।

କେବଳ ନିଜ ଘର ଚାରିପାଖେ ଗଛ ଲଗାଇବା ଅପେକ୍ଷା ସ୍ଥାନୀୟ ଅଞ୍ଚଳରେ ବୃକ୍ଷରୋପଣ କରିବାକୁ ସେ ସ୍ଥିର କଲେ। ଏଥିନିମନ୍ତେ କେତେକ ସ୍ୱେଚ୍ଛାସେବୀଙ୍କୁ ସେ ନିଜ ସହ ସାମିଲ କଲେ। ସେମାନେ ଆଖପାଖ ଅଞ୍ଚଳବାସୀଙ୍କୁ ଚାରା ଲଗାଇ ଯତ୍ନ ନେବାକୁ ପ୍ରୋତ୍ସାହିତ କଲେ।

କେତେକ ଜାଗାରୁ ସେମାନଙ୍କୁ ସହଯୋଗ ମିଳୁଥିବା ବେଳେ ବହୁ ଲୋକ ଏଥିଲାଗି ମନା ମଧ୍ୟ କରି ଦେଉଥିଲେ। ତଥାପି ସେମାନେ ନିଜ ଲକ୍ଷ୍ୟରୁ ଓହରି ନ ଥିଲେ।  ନିଜର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟରେ କେଉଁ ମାଟିରେ କେଉଁ ଗଛ ଭଲ ବଢିବ, ତାହା ଜାଣିବାରେ ବେଶ୍‌ ଧୁରନ୍ଧର ହୋଇଗଲେଣି ଜନେତ ।

ଏ ପର୍ଯ୍ୟନ୍ତ ହଜାର ହଜାର ଗଛ ଲଗାଇ ସାରିଥିବା ଜନେତ ଏବେ ମଧ୍ୟ ରାଜ୍ୟର ଯେ କୌଣସି ସ୍ଥାନରେ ଗଛ ଲଗାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେମାନେ ୧୦୦ ଗରୀବ ପରିବାର ଚିହ୍ନଟ କରିଥିବା ବେଳେ  ପ୍ରତି ପରିବାର ପିଛା ୧୦ଟି ଲେଖାଏ ନଡିଆ ଗଛ ଚାରା ଦେବାକୁ  ସ୍ଥିର କରିଛନ୍ତି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ ବୋଲି ସେମାନେ ଆଶା କରିଛନ୍ତି।  ବହୁ କର୍ପୋରେଟ ସଂସ୍ଥା ମଧ୍ୟ ଜନେତଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାକୁ ପ୍ରୋତ୍ସାହିତ କରୁଛନ୍ତି।

ପ୍ରଥମେ ପ୍ରଥମେ କେବଳ ନିଜ ଟଙ୍କାରେ ଚାରା କିଣୁଥିବା ଜନେତଙ୍କ ଗଛ ଲଗାଇବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଦେଖି ଚାରିଆଡୁ ପ୍ରଶଂସାର ସୁଅ ତାଙ୍କ ଆଡକୁ ଛୁଟିବାକୁ ଲାଗିଛି।  ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କ ନିକଟକୁ ଅର୍ଥ ସାହାଯ୍ୟ ଆସିବାକୁ ଲାଗିଛି। ଜନେତ ନିଜେ ଗଛ ଲଗାଇବା ସହ ଏକ ନର୍ସରି ମଧ୍ୟ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story