ଫେସ୍‌ବୁକ୍‌ ଲାଇଭ୍‌ ଭିଡିଓରେ ନୂଆ ଫିଚର: ଦୂର ବନ୍ଧୁ ହେବେ ନିକଟତର, ଜାଣନ୍ତୁ କ’ଣ ସବୁ ସୁବିଧା ଦେବ ଏହି ଫିଚର...

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ୱେବ୍‌ସାଇଟ୍‌ ଫେସ୍‌ବୁକ୍ ନିଜ ଲାଇଭ୍ ଭିଡିଓରେ ଏକ ବିଶେଷ ଫିଚର ଯୋଡ଼ିଛି। ଏହି ନୂଆ ଫିଚର ସାହାଯ୍ୟରେ ୟୁଜର୍ସ ଲାଇଭ୍ ବ୍ରୋଡ୍‌କାଷ୍ଟ୍ କରିବା ବେଳେ ନିଜ ସାଙ୍ଗମାନଙ୍କୁ ଇନ୍‌ଭାଇଟ୍ କରିପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣ ଫେସ୍‌ବୁକ୍ ଲାଇଭ୍‌ କରୁଛନ୍ତି ଓ ଚାହୁଁଛନ୍ତି ହଜାରେ କିଲୋମିଟର ଦୂରରେ ଥିବା ଆପଣଙ୍କ ସାଙ୍ଗ ଫେସ୍‌ବୁକ୍‌ ଲାଇଭ୍‌ରେ ସାମିଲ ହୁଅନ୍ତୁ, ତା’ହେଲେ ତାହା ସମ୍ଭବ ହୋଇପାରିବ। ଅବଶ୍ୟ ଏହି ଫିଚର ପ୍ରଥମେ ସେଲିବ୍ରିଟିମାନଙ୍କ ପାଇଁ ଉପଲବ୍ଧ […]

facebook

facebook

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 01:27 PM IST

Sports

Latest News

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ୱେବ୍‌ସାଇଟ୍‌ ଫେସ୍‌ବୁକ୍ ନିଜ ଲାଇଭ୍ ଭିଡିଓରେ ଏକ ବିଶେଷ ଫିଚର ଯୋଡ଼ିଛି। ଏହି ନୂଆ ଫିଚର ସାହାଯ୍ୟରେ ୟୁଜର୍ସ ଲାଇଭ୍ ବ୍ରୋଡ୍‌କାଷ୍ଟ୍ କରିବା ବେଳେ ନିଜ ସାଙ୍ଗମାନଙ୍କୁ ଇନ୍‌ଭାଇଟ୍ କରିପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣ ଫେସ୍‌ବୁକ୍ ଲାଇଭ୍‌ କରୁଛନ୍ତି ଓ ଚାହୁଁଛନ୍ତି ହଜାରେ କିଲୋମିଟର ଦୂରରେ ଥିବା ଆପଣଙ୍କ ସାଙ୍ଗ ଫେସ୍‌ବୁକ୍‌ ଲାଇଭ୍‌ରେ ସାମିଲ ହୁଅନ୍ତୁ, ତା’ହେଲେ ତାହା ସମ୍ଭବ ହୋଇପାରିବ।

ଅବଶ୍ୟ ଏହି ଫିଚର ପ୍ରଥମେ ସେଲିବ୍ରିଟିମାନଙ୍କ ପାଇଁ ଉପଲବ୍ଧ ଥିଲା। କିନ୍ତୁ ଏବେ କଂପାନର ସାଧାରଣ ୟୁଜର୍ସଙ୍କୁ ବି ଏହି ଫିଚର ବ୍ୟବହାର କରିବାକୁ ଦେବାକୁ ଘୋଷଣା କରିଛି। ଏହା ଉଭୟ ଫେସ୍‌ବୁକ୍ ୱେବ୍ ଓ ଆପ୍‌ ପାଇଁ ଉଦ୍ଦିଷ୍ଟ। ଏହାକୁ ଆପଣମାନେ ଭିଡିଓ ଚାଟିଂଗ୍‌ର ଏକ ନୂଆ ଟେକ୍‌ନିକ୍‌ ବୋଲି ବି କହି ପାରିବେ। ତେବେ ଏହି ଚାଟିଂଗ୍‌ ପ୍ରାଇଭେଟ୍ ନୁହେଁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଏହାକୁ ଆପଣଙ୍କ ସମସ୍ତ ଫେସ୍‌ବୁକ୍‌ ବନ୍ଧୁ ଦେଖିପାରିବେ।

ଏହି ନୂଆ ଫିଚରର ଦ୍ୱିତୀୟ ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଯେ ଫେସ୍‌ବୁକ୍ ଲାଇଭ୍ ବ୍ରୋଡକାଷ୍ଟ୍‌ ବେଳେ ୟୁଜର ଚାଟିଂଗ୍‌ ମଧ୍ୟ କରିପାରିବେ। ବର୍ତ୍ତମାନ ଫେସ୍‌ବୁକ୍ ଲାଇଭ୍ ବେଳେ କେବଳ ଦେଖୁଥିବା ଲୋକେ କେବଳ କମେଣ୍ଟ୍‌ ଦେଉଥିଲେ ଓ ଲାଇଭ୍ କରୁଥିବା ୟୁଜର ସେମାନଙ୍କ ଉତ୍ତର ଦେଉଥିଲେ। କିନ୍ତୁ ଏବେ ଯିଏ ଲାଇଭ୍ ବ୍ରୋଡ୍‌କାଷ୍ଟ କରିବେ ସେ ବି ଚାଟ୍ ଜରିଆରେ କମେଣ୍ଟଗୁଡ଼ିକର ଜବାବ ଦେଇପାରିବେ।

ଫେସ୍‌ବୁକ୍ କହିଛି ଲାଇଭ୍ ଭିଡିଓରେ କମେଣ୍ଟ୍‌ ସାଧାରଣ ଭିଡିଓ ତୁଳନାରେ ୧୦ ଗୁଣା ଅଧିକ ହୋଇଥାଏ। ତେଣୁ କଂପାନୀ ଲାଇଭ୍ ଭିଡିଓରେ ଲାଇଭ୍ ଚାଟ୍‌ର ବିକଳ୍ପ ଦେଉଛି। ଏହା ଦ୍ୱାରା ଭିଡିଓ କରିବା ବେଳେ ବି ୟୁଜର୍ସ ସହଜରେ ଚାଟ୍ କରିପାରିବେ।

ୟୁଜର୍ସମାନେ ଚାହିଁଲେ ପ୍ରାଇଭେଟ୍ ଚାଟ୍‌ରୁମ୍‌ ତିଆରି କରିପାରିବେ। ଏଥିରେ ଆପଣ ଅନ୍ ୟୁଜର୍ସମାନଙ୍କୁ ଲାଇଭ୍ ଭିଡିଓ ପାଇଁ ଇନ୍‌ଭାଇଟ୍ କରିପାରିବେ ଯେଉଁମାନଙ୍କ ସହ ଭିଡିଓ କଲିଂ କରିବାକୁ ଚାହୁଁଛନ୍ତି। ଆପଣ ଯଦି ଚାହିଁବେ ସେହି ୟୁଜର୍ସମାନଙ୍କୁ ବି ଲାଇଭ୍ ଭିଡିଓ ପାଇଁ ଇନ୍‌ଭାଇଟ୍ କରିପାରିବେ ଯେଉଁମାନେ ଆପଣଙ୍କ ଲାଇଭ୍ ଭିଡିଓ ଦେଖୁଥିବେ।

ଲାଭ୍ ଚାଟ୍ ଫିଚରକୁ ଫେସ୍‌ବୁଗ୍‌ ଏବେ କିଛି ଦେଶରେ ପରୀକ୍ଷା କରୁଛି। ଆସନ୍ତା ମାସରୁ ଏହାକୁ ସମସ୍ତ ୟୁଜରଙ୍କୁ ବ୍ୟବହାର ପାଇଁ ଦିଆଯିବ। ଅଧିକାଂଶ ଆଇଫୋନ୍‌ରେ ଏହି ଅପସନ୍‌ ଦେଖାଯାଉଥିବା ଜଣାପଡ଼ିଛି। ତେବେ ଆଣ୍ଡ୍ରୋଏଡ୍‌ରେ କେବେ ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos