ଅଭିଜ୍ଞତା ବଖାଣିଲେ ରାଜ୍ୟର ପ୍ରଥମ କରୋନା ରୋଗୀଙ୍କ ସେବା କରିଥିବା ନର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଥିଲା ବିଶ୍ୱ ନର୍ସ ଦିବସ। ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ କୋଭିଡ୍‌ ଉପରେ ତଥ୍ୟ ପରିବେଷଣ କରାଯାଉଥିବା ବେଳେ ଆଜି ଦିନଟିକୁ ନର୍ସମାନଙ୍କ ପ୍ରତି ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ସ୍ୱର୍ଣ୍ଣପ୍ରଭା ନାୟକ ନାମ୍ନୀ ଜଣେ ନର୍ସ ତଥା କରୋନା ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେ ତାଙ୍କର ସେବା ବାବଦରେ ଅଭିଜ୍ଞତା ବଖାଣିଥିଲେ। ରାଜ୍ୟର ପ୍ରଥମ କରୋନା ପଜିଟିଭ ଚିହ୍ନଟ ରୋଗୀଙ୍କୁ ସେବା କରୁଥିବା ନର୍ସଟିମ୍‌ର ନେତୃତ୍ୱ ନେଇଥିଲେ ସ୍ୱର୍ଣ୍ଣପ୍ରଭା। ଏହି […]

Kandile-Corona

Tapas Behera
  • Published: Tuesday, 12 May 2020
  • , Updated: 13 May 2020, 11:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଥିଲା ବିଶ୍ୱ ନର୍ସ ଦିବସ। ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ କୋଭିଡ୍‌ ଉପରେ ତଥ୍ୟ ପରିବେଷଣ କରାଯାଉଥିବା ବେଳେ ଆଜି ଦିନଟିକୁ ନର୍ସମାନଙ୍କ ପ୍ରତି ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ସ୍ୱର୍ଣ୍ଣପ୍ରଭା ନାୟକ ନାମ୍ନୀ ଜଣେ ନର୍ସ ତଥା କରୋନା ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେ ତାଙ୍କର ସେବା ବାବଦରେ ଅଭିଜ୍ଞତା ବଖାଣିଥିଲେ। ରାଜ୍ୟର ପ୍ରଥମ କରୋନା ପଜିଟିଭ ଚିହ୍ନଟ ରୋଗୀଙ୍କୁ ସେବା କରୁଥିବା ନର୍ସଟିମ୍‌ର ନେତୃତ୍ୱ ନେଇଥିଲେ ସ୍ୱର୍ଣ୍ଣପ୍ରଭା। ଏହି ଅବସରରେ ସ୍ୱର୍ଣ୍ଣପ୍ରଭା କହିଥିଲେ ଯେ, ଛୋଟବେଳୁ ସବୁ ବେଳେ ମୋତେ ପ୍ରେରଣା ଦେଇଛନ୍ତି ବାପା।  ବଡ଼ ହେଲେ  ଦେଶ ପାଇଁ କିଛି କରିବୁ ବୋଲି ବାପା ସବୁ ବେଳେ ଆହ୍ୱାନ ଦେଇ ଆସୁଥିଲେ।

ମୋର ଛୋଟବେଳୁ ହିଁ ସେବା କରିବାର ଇଚ୍ଛା ଥିଲା।  ତେଣୁ ମୁଁ ନର୍ସିଂ ପ୍ରଫେସନକୁ ବାଛିଲି। ଏହା ଏମିତି ଏକ ପ୍ରଫେସନ ଯେଉଁଥିରେ ଆମେ ସବୁ ପ୍ରକାର ଲୋକଙ୍କୁ ସେବା କରିପାରିବା। ସବୁ ଲୋକଙ୍କ ପାଖକୁ ଯାଇପାରିବା। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଜାଣିପାରିବା। ଜଣେ ସେବିକା ହିସାବରେ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ଯେବେ ପ୍ରଥମ କୋଭିଡ ରୋଗୀ ହସପିଟାଲକୁ ଆସିଥିଲେ ଆମେ ମଧ୍ୟ ଆତଙ୍କିତ ହୋଇଯାଇଥିଲୁ। ତଥାପି ଆଖିର ଆଖିଏ ଲୁହ ନେଇ ଆମେ ଗୋଟିଏ ମିନିଟ୍‌ ପାଇଁ ଭାଙ୍ଗିପଡ଼ିଥିଲୁ। କିନ୍ତୁ ସେ ସବୁକୁ ପଛରେ ପକାଇ ଆମେ ତାଙ୍କର ଚିକିତ୍ସା ପାଇଁ ଜଣେ ଯୋଦ୍ଧା ହିସାବରେ ଆଗେଇ ଆସିଥିଲୁ। ଆମେ ଯେତେବେଳେ ତାଙ୍କ ପାଖକୁ ଯାଉ କହୁ ତୁମର କିଛି ହେବନି। ତୁମେ ପୁଣିଥରେ ବଞ୍ଚିପାରିବ। ଆମର ପଦିଏ କଥାରେ ତାଙ୍କ ମନ ଉତ୍‌ଫୁଲିତ ହୋଇପଡ଼ୁଥିଲା।

ଏହି ଅବସରରେ ସେ କହିଥିଲେ ଯେ ମୋର ପ୍ରଥମ ଆଦର୍ଶ ହେଉଛନ୍ତି ବାପା ଓ ମା। ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ସେ ମୋର କୌଣସି କଥାକୁ ଆଡ଼େଇ ଦେଇ ନାହାନ୍ତି। ସେ ମୋର ପ୍ରେରଣାର ଉତ୍ସ। ସବୁ ବେଳେ ବାପା କୁହନ୍ତି ଯଦି ଦେଶ ବଞ୍ଚିବ, ତେବେ ତୁ ବଞ୍ଚିବୁ। ତତେ ବଞ୍ଚାଇବାକୁ କେବଳ ଭଗବାନ ଅଛନ୍ତି। ତାଙ୍କରି ଆଶୀର୍ବାଦରେ ମୁଁ ଆଜି ଏଠି ଛିଡ଼ା ହୋଇପାରିଛି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ ସେ ସୁସ୍ଥ ହୋଇ ଫେରିଛନ୍ତି।

Related story