ସେଦିନ ପ୍ରଥମଥର ପାଇଁ କୌଣସି ଏକ ସାଧାରଣ ସଭାରେ ରାଜୀବ ଗାନ୍ଧି ଭାଷଣ ଦେବାକୁ ଯାଉଥିଲେ। ଏଥିପାଇଁ ଏକ ରାଲିର ମଧ୍ୟ ଆୟୋଜନ କରାଯାଇଥିଲା। ଏହାର ପ୍ରସ୍ତୁତି ନିମନ୍ତେ କଂଗ୍ରେସ କେଉଁଥିରେ ଅଭାବ ରଖି ନଥିଲା। ସେଦିନ ସେହି ବୋଟ୍ କ୍ଲବ ଖୁବ୍ ଗହଳ ଚହଳ ହୋଇଥିଲା। ସବୁ ରାଜନୀତିକ ଦଳଠାରୁ ଆରମ୍ଭ କରି ସମଗ୍ର ଦେଶର ନଜର ରାଜୀବ ଗାନ୍ଧିଙ୍କ ଉପରେ ଥିଲା। ଜନସମୁଦ୍ରରେ ସଭାସ୍ଥଳ ଭରି ଯାଇଥିଲା।
ନୂଆଦିଲ୍ଲୀ: ୧୯୮୪ ମସିହାରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଦେଶର ରାଜନୀତିରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଥିଲା। ସେତେବେଳେ ଦେଶବ୍ୟାପୀ ଇନ୍ଦିରା ସପକ୍ଷ ହାୱା ବହୁଥିଲା। କଂଗ୍ରେସ ଏହାର ଫାଇଦା ଉଠାଇବା ପାଇଁ ଏବଂ ଅନୁକମ୍ପାମୂଳକ ଭୋଟ୍ ହାତେଇବା ଲକ୍ଷ୍ୟରେ ରହିଲା। ତେଣୁ କଂଗ୍ରେସରେ ମଙ୍ଗ ସମ୍ଭାଳିବା ପାଇଁ ରାଜୀବ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ଦଳ ଅନୁଭବ କରିଥିଲା। ପରେ ରାଜୀବ ଦଳର ସର୍ବସମ୍ମତ ନେତା ହୋଇଥିଲେ ଏବଂ ପାଇଲଟ କ୍ୟାରିଅରକୁ ଛାଡ଼ି ରାଜନୀତିର ପାଦ ଥାପିଥିଲେ। ତଥାପି ସେତେବେଳକୁ ଦିଲ୍ଲୀର ଶିଖ୍ ବିରୋଧୀ ଦଙ୍ଗା ଥମି ନ ଥାଏ।
ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁର ୧୫ ଦିନ ପରେ ତାଙ୍କର ପ୍ରଥମ ଜନ୍ମଦିନ ପଡ଼ିଥିଲା। ସେ ସମୟରେ ଇନ୍ଧିରାଗାନ୍ଧୀଙ୍କ ଜନ୍ମଦିନ ପୂରା ରୀତିନୀତି ସହ ପାଳନ ହେବ ବୋଲି ରାଜୀବ ଗାନ୍ଧି ଘୋଷଣା କରିଦେଲେ। ଇଏ ସେହି ସମୟ ଥିଲା ଯେତେବେଳେ ଇଣ୍ଡିଆ ଗେଟ ନିକଟରେ ଥିବା ବୋଟ୍ କ୍ଲବଟି ରାଜନୀତିର କେନ୍ଦ୍ରସ୍ଥଳ ଥିଲା। ଆଉ ସେହି ମୈଦାନରେ ଇନ୍ଦିରା ଗାନ୍ଧିଙ୍କ ଜନ୍ମଦିନ ଖୁବ୍ ଜୋରସୋରରେ ପାଳନ କରାଯାଉ ଥିଲା।
ସେଦିନ ପ୍ରଥମଥର ପାଇଁ କୌଣସି ଏକ ସାଧାରଣ ସଭାରେ ରାଜୀବ ଗାନ୍ଧି ଭାଷଣ ଦେବାକୁ ଯାଉଥିଲେ। ଏଥିପାଇଁ ଏକ ରାଲିର ମଧ୍ୟ ଆୟୋଜନ କରାଯାଇଥିଲା। ଏହାକର ପ୍ରସ୍ତୁତି ନିମନ୍ତେ କଂଗ୍ରେସ କେଉଁଥିରେ ଅଭାବ ରଖି ନଥିଲା। ସେଦିନ ସେହି ବୋଟ୍ କ୍ଲବ ଖୁବ୍ ଗହଳଚହଳ ହୋଇଥିଲା। ସବୁ ରାଜନୀତିକ ଦଳ ଠାରୁ ଆରମ୍ଭ କରି ସମଗ୍ର ଦେଶର ନଜର ରାଜୀବ ଗାନ୍ଧିଙ୍କ ଉପରେ ଥିଲା। ଜନସମୁଦ୍ରରେ ସଭାସ୍ଥଳ ଭରି ଯାଇଥିଲା।
ରାଜୀବ ମଞ୍ଚକୁ ଗଲେ। ସେ କହିଥିଲେ ଯେ, ୪ ଦଶନ୍ଧି ପରେ ମଧ୍ୟ ଆଜି ବି କଂଗ୍ରେସର ସ୍ଥିତି ଶୀର୍ଷ ସ୍ଥାନରେ ଅପରିର୍ତ୍ତିତ ରହିଛି। ସେହି ସଭାରେ ରାଜୀବଙ୍କ ଭାଷଣ କେବଳ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଉପରେ ପର୍ଯ୍ୟବସିତ ଥିଲା। କିନ୍ତୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଶିଖ୍ ବିରୋଧୀ ଦଙ୍ଗା ଉପରେ ପଦେ କହି ନଥିଲେ ରାଜୀବ।
ସେହି ପଦିଏ କଥାକୁ ଅସ୍ତ୍ର କରି ବିରୋଧୀ ଆଜି ବି କଂଗ୍ରେସକୁ ଟାର୍ଗେଟ କରନ୍ତି। ଯାହା ପରବର୍ତ୍ତୀ ସମୟରେ ରାଜୀବଙ୍କ ସେହି ବିବାଦୀୟ ବୟାନ ପଞ୍ଜାବରେ ଦଳକୁ କ୍ଷତି ପହଞ୍ଚାଇଥିଲା। ଅବଶ୍ୟ ଏବେ ପୂର୍ବ ପରିସ୍ଥିତି ନଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ସେହି ବିବୃତି ଦଳ ପାଇଁ ବୁମେରାଂ ହୋଇଥିଲା।
ସୌଜନ୍ୟ: ଏନ୍ଡିଟିଭି