ସପା ସାଂସଦଙ୍କ ଛେଳି ଖୋଜିବାକୁ ନିୟୋଜିତ ହେଲେ ପୋଲିସ୍‌; ୨୪ ଘଣ୍ଟାରେ କଲେ ଉଦ୍ଧାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ମଇଁଷି ହଜିବା ଖବର ତ ଆପଣମାନେ ଶୁଣିଥିବେ। ଏହା ବି ଶୁଣିଥିବେ ମଇଁଷି ଖୋଜିବା ପାଇଁ ରାଜ୍ୟ ପୋଲିସ୍‌କୁ କିପରି ନିୟୋଜିତ କରାଯାଇଥିଲା। ଏହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଏଭଳି ଆଉ ଏକ ରୋଚକ ଖବର ଆସିଛି। ଖବରଟି ଆସିଛି ମଧ୍ୟପ୍ରଦେଶରୁ। ଏଠାରେ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ମୁନୱର ସଲୀମଙ୍କର ୨୩ଟି ଛେଳି […]

goat

goat

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 11:15 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ମଇଁଷି ହଜିବା ଖବର ତ ଆପଣମାନେ ଶୁଣିଥିବେ। ଏହା ବି ଶୁଣିଥିବେ ମଇଁଷି ଖୋଜିବା ପାଇଁ ରାଜ୍ୟ ପୋଲିସ୍‌କୁ କିପରି ନିୟୋଜିତ କରାଯାଇଥିଲା। ଏହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଏଭଳି ଆଉ ଏକ ରୋଚକ ଖବର ଆସିଛି। ଖବରଟି ଆସିଛି ମଧ୍ୟପ୍ରଦେଶରୁ। ଏଠାରେ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ମୁନୱର ସଲୀମଙ୍କର ୨୩ଟି ଛେଳି ନିଖୋଜ ହୋଇଯାଇଥିଲେ। ରାଜ୍ୟର ବିଦିଶା ଜିଲ୍ଲାର ବରଖେଡୀ ଗାଁରେ ସାଂସଦଙ୍କର ଏକ ଫାର୍ମ ହାଉସ୍ ଅଛି। ଏହି ଫାର୍ମ ହାଉସ୍‌ରୁ ହିଁ ଛେଳିଗୁଡ଼ିକ ନିଖୋଜ ହୋଇଥିଲେ। ଛେଳି ନିଖୋଜ ହେବା ନେଇ ସାଂସଦଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲା। ଏତଲାରେ ଗୋଟିଏ ଗୋଟିଏ ଛେଳିର ଦାମ ଦେଢ଼ ଲକ୍ଷ ଟଙ୍କା ବୋଲି ଦର୍ଶାଯାଇଥିଲା। ଏହା ପରେ ପୋଲିସ୍ ସାଂସଦଙ୍କ ଛେଳି ଖୋଜିବାରେ ଲାଗି ପଡ଼ିଥିଲା। ୨୪ ଘଣ୍ଟା ମଧ୍ୟରେ ୧୭ଟି ଛେଳିଙ୍କୁ ଉଦ୍ଧାର କରାଯାଇଥିଲା। ଆଉ ୬ଟି ଛେଳିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଏମାନଙ୍କୁ କୁକୁର ଆକ୍ରମଣ କରି ମାରି ଦେଇଥିବେ ବୋଲି ଆଶଙ୍କା କରାଯାଉଛି। ଛେଳି ଉଦ୍ଧାର କରିଥିବାରୁ ବିଦିଶା ପୋଲିସ୍‌କୁ ସାଂସଦଙ୍କ ଭାଇ ଧନ୍ୟବାଦ ପ୍ରଦାନ କରିଛନ୍ତି।

ରିପୋର୍ଟ ଓ ଫଟୋ- ଜନସତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos