ନେତା ଭଳି ଦିଶୁଛନ୍ତି ଅଭିନେତା: ଚେହେରା ଅବିକଳ ମଣିଷ ଭିନ୍ନ

କେବେ ଆପଣ ନିଜ ପରି ଅବିକଳ ଚେହେରା ଥିବା ମଣିଷକୁ ଦେଖିଛନ୍ତି। ଉତ୍ତର ନା ହିଁ ଆସିବ। କିନ୍ତୁ ନିଜ ସାଙ୍ଗସାଥୀ ,ପରିବାର ଲୋକଙ୍କ ପରି ଅବିକଳ ଚେହେରା ଥିବା ମଣିଷକୁ ଆପଣ ନିଶ୍ଚୟ ଦେଖିଥିବେ। ନିକଟରେ ଆଇପିଏଲ ଚାଲିଥିବା ବେଳେ ଷ୍ଟାଡ଼ିୟମ ମଧ୍ୟରେ ଦର୍ଶକଙ୍କ ଗହଣରେ ମାଲିଙ୍ଗାକୁ ଦେଖିବାକୁ ମଳିଥିଲା। ଦର୍ଶକ ମଧ୍ୟ ନିଜ ପ୍ରିୟ ଖେଳାଳୀଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ଥିଲେ। ମାତ୍ର ଖୁସି ବେଶି ସମୟ ପାଇଁ ତିଷ୍ଠି ନଥିଲା ଯେତେବେଳେ […]

priyanka and yogi

priyanka and yogi

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 05:08 PM IST

Sports

Latest News

କେବେ ଆପଣ ନିଜ ପରି ଅବିକଳ ଚେହେରା ଥିବା ମଣିଷକୁ ଦେଖିଛନ୍ତି। ଉତ୍ତର ନା ହିଁ ଆସିବ। କିନ୍ତୁ ନିଜ ସାଙ୍ଗସାଥୀ ,ପରିବାର ଲୋକଙ୍କ ପରି ଅବିକଳ ଚେହେରା ଥିବା ମଣିଷକୁ ଆପଣ ନିଶ୍ଚୟ ଦେଖିଥିବେ। ନିକଟରେ ଆଇପିଏଲ ଚାଲିଥିବା ବେଳେ ଷ୍ଟାଡ଼ିୟମ ମଧ୍ୟରେ ଦର୍ଶକଙ୍କ ଗହଣରେ ମାଲିଙ୍ଗାକୁ ଦେଖିବାକୁ ମଳିଥିଲା। ଦର୍ଶକ ମଧ୍ୟ ନିଜ ପ୍ରିୟ ଖେଳାଳୀଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ଥିଲେ। ମାତ୍ର ଖୁସି ବେଶି ସମୟ ପାଇଁ ତିଷ୍ଠି ନଥିଲା ଯେତେବେଳେ ପଡ଼ିଆ ମଧ୍ୟକୁ ବଲ୍ ଧରି ଅସଲି ମାଲିଙ୍ଗା ପ୍ରବେଶ କରିଥିଲେ। ସମସ୍ତେ ତାଜୁବ ହୋଇ ଯାଇଥିଲେ କିଛି ସମୟ ପାଇଁ। କିଏ ଅସଲି ଓ କିଏ ନକଲି ମାଲିଙ୍ଗା ଜାଣିପାରି ନଥିଲେ ଦର୍ଶକ। ପୂର୍ବରୁ ମୋଦି ଓ ରାମଦେବଙ୍କ ଭଳି ଅବିକଳ ଦେଖାଯାଉଥିବା ଲୋକଙ୍କ ଚେହେରା ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ। ଠିକ୍ ସେହିପରି ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନଙ୍କ ଚେହେରା ଏକଦମ୍ ମେଳ ଖାଉଛି ବଲିଉଡ଼ର ହିରୋ ଓ ହିରୋଇନ୍ ମାନଙ୍କ ସହ।

AMIT SAHAଅମିତ୍ ଶାହା ଓ ସୌରଭ ଶୁକ୍ଲା: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୁଜୁରାଟର ବାହୁବଳୀ ନେତା ଅମିତ ଶାହାଙ୍କୁ କିଏ ବା ନ ଜାଣେ। ମୋଦିଙ୍କ ଲହର ଓ ଶାହାଙ୍କ ଷ୍ଟ୍ରାଟେଜି ୨୦୧୪ରେ ବିଜେପିକୁ ବିପୁଳ ବିଜୟ ଦେଇଥିଲା। କେବେ ଶାହାଙ୍କ ପରି ଅବିକଳ ଦେଖା ଯାଉଥିବା ବଲିଉଡ଼ ଅଭିନେତାଙ୍କୁ ଦେଖିଛନ୍ତି କି ? ତା ହେଲେ ଫିଲ୍ମ ଜଲି ଏଲଏଲବିରେ ଜର୍ଜ ଚରିତ୍ରରେ ଆସିଥିବା ସୌରଭ ଶୁକ୍ଲାଙ୍କୁ ଦେଖନ୍ତୁ। ଦୁହେଁ ପୁରା ଭାଇ ଭାଇ ପରି ଦେଖିବାକୁ।

vin dieselଯୋଗୀ ଆଦିତ୍ୟନାଥ ଓ ବିନ ଡିଜେଲ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ହଲିଉଡ଼ ଫିଲ୍ମ ଫ।ଷ୍ଟ ଆଣ୍ଡ ଫ୍ୟୁରିଅସ୍ ଫେମ୍ ବିନ ଡିଜେଲ ଦେଖିବାକୁ ଏକାପରି। ଏକାସାଙ୍ଗରେ ଦୁହିଁଙ୍କୁ ଠିଆ କରିଲେ ଗୋଟିଏ ମା'ର ଦୁଇଟି ପୁଅ ପରି ଦେଖାଯିବେ।ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଓ ବିନଙ୍କୁ ଯାଆଁଳା ଭାଇ ଭାବେ ଦର୍ଶାଇଥିଲା ସୋସିଆଲ ମିଡ଼ିଆ।

priyanka gandhiପ୍ରିୟଙ୍କ। ଗାନ୍ଧି ଓ ଫ।ତିମା ସନା ଶେଖ୍: ଦଙ୍ଗଲ ଫିଲ୍ମରେ ଗୀତା ଫୋଗଟ ଚରିତ୍ରରେ ନଜର ଆସିଥିବା ଫାତିମା ଶେଖ୍ କେଉଁ ନେତ୍ରୀଙ୍କ ପରି ଲାଗନ୍ତି ଜାଣିଛନ୍ତି କି ? କଂଗ୍ରେସର ଯୁବରାଣୀ ପ୍ରିୟଙ୍କା ଗାନ୍ଧୀଙ୍କର ଅବିକଳ ନକଲ ହେଉଛନ୍ତି ଫ।ତିମା ଶେଖ । ଯଦି କେବେ ପ୍ରିୟଙ୍କା ଗାନ୍ଧୀଙ୍କର ବାୟୋପିକ ଫିଲ୍ମ ହୁଏ ତେବେ ପ୍ରିୟଙ୍କାକ ଚରିତ୍ର ପାଇଁ ଫାତିମା ହିଁ ଏକମାତ୍ର ଚୟସ୍।

KAPIL SIBBALକପିଲ୍ ଶିବଲ ଓ ଟିମୋଥି ସ୍ପଲ୍: ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କପିଲ ଶିବଲ ଓ ଟିମୋଥି ସ୍ପଲ ଦେଖିବାକୁ ପ୍ରାୟ ଏକାପରି। ଟିମୋଥିଙ୍କ ଅନ୍ୟ ଏକ ପରିଚୟ ହେଲା ହଲିଉଡ଼ର ହ୍ୟାରି ପୋଟର ଫିଲ୍ମରେ ପିଟର ଚରିତ୍ରରେ ଆସିଥିବା ଅଭିନେତା ଜଣକ ହେଉଛନ୍ତି ଟିମୋଥି।

PRAKASH JHAପ୍ରମୋଦ ତିୱାରୀ ଓ ପ୍ରକାଶ ଝା: ରାଜନୀତି ଓ ଆରକ୍ଷଣ ଭଳି ହିଟ ଫିଲ୍ମର ନିଦ୍ଦେର୍ଶକ ପ୍ରକାଶ ଝାଙ୍କ ଭଳି ଦେଖା ଯାଉଥିବା ନେତା ହେଲେ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ। ଦୁହିଁଙ୍କ ମୁହଁ ଏତେ ମିଶିଯାଏ ଯେ ଜଣେ ପାଖରୁ ନ ଦେଖିଲେ ବିଶ୍ୱାସ କରି ପାରିବ ନାହିଁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos