ବିଷ ବଜାରକୁ ହୁସିଆର୍‌: ଡାଲି ଖାଇ ଆପଣ ହୋଇ ପାରନ୍ତି ପଙ୍ଗୁ

ଭାତ ସହ ଡାଲିର ସମ୍ପର୍କ ଅତି ନିବିଡ଼। ସେହିପରି ରୁଟି ସହିତ ଆଗେ ଡାଲିକୁ ଖୋଜାପଡ଼େ।  ସେ ଧନୀ ହେଉ କି ଗରିବ ସମସ୍ତଙ୍କ ପ୍ରିୟ ହେଉଛି ଡାଲି। ଏହି ଡାଲିରେ ଅଛି ପ୍ରୋଟିନ ଆଉ ଭିଟାମିନ। ଶାକାହାରୀମାନଙ୍କ  ସବୁଠୁ ବେଶୀ ପସନ୍ଦ  ହେଉଛି ଏହି ଡାଲି।  ହେଲେ ଡାଲିର ଆଉ ସେହି ଗୁଣ ଆଉ ନାହିଁ। କିଛି ମୁନାଫାଖୋର ବେପାରୀଙ୍କ ପାଇଁ ଆଜି ଡାଲି ପାଲଟିଛି ବିଷ। ଡାଲି ଖାଇବା ପୂର୍ବରୁ ସତର୍କ ହୋଇଯାଆନ୍ତୁ। କାରଣ […]

dal

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 05:00 PM IST

ଭାତ ସହ ଡାଲିର ସମ୍ପର୍କ ଅତି ନିବିଡ଼। ସେହିପରି ରୁଟି ସହିତ ଆଗେ ଡାଲିକୁ ଖୋଜାପଡ଼େ।  ସେ ଧନୀ ହେଉ କି ଗରିବ ସମସ୍ତଙ୍କ ପ୍ରିୟ ହେଉଛି ଡାଲି। ଏହି ଡାଲିରେ ଅଛି ପ୍ରୋଟିନ ଆଉ ଭିଟାମିନ। ଶାକାହାରୀମାନଙ୍କ  ସବୁଠୁ ବେଶୀ ପସନ୍ଦ  ହେଉଛି ଏହି ଡାଲି।  ହେଲେ ଡାଲିର ଆଉ ସେହି ଗୁଣ ଆଉ ନାହିଁ। କିଛି ମୁନାଫାଖୋର ବେପାରୀଙ୍କ ପାଇଁ ଆଜି ଡାଲି ପାଲଟିଛି ବିଷ।

ଡାଲି ଖାଇବା ପୂର୍ବରୁ ସତର୍କ ହୋଇଯାଆନ୍ତୁ। କାରଣ ଅପମିଶ୍ରିତ ଡାଲି ଆପଣଙ୍କୁ ସାରା ଜୀବନ ପଙ୍ଗୁ କରିଦେଇପାରେ।

ବ୍ୟାପକ ଅପମିଶ୍ରଣ ଯୋଗୁ ଡାଲି ବିଷାକ୍ତ ହେବାରେ ଲାଗିଲାଣି। ଗରିବ ଲୋକକଙ୍କ ଦାନା କୁହାଯାଉଥିବା ଏହି ଡାଲି ଏବେ ଘାତକ ରୂପ ଧାରଣ କଲାଣି।  ଡାଲିରେ ଖେସରି ନାମକ ଏକ ନିମ୍ନମାନର ଡାଲିକୁ ମିଶାଯାଉଛି। ଯାହାକୁ ଖାଇଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଦୁର୍ବଳ କରିଦେଇପାରେ। ଏହି ଖେସରି ଡାଲିକୁ ଆଗରୁ ଗୋ-ଖାଦ୍ୟଭାବେ ବ୍ୟବହାର କରାଯାଉଥିଲା। ଏଥିରେ ସାଇଡ-ଇଫେକ୍ଟ ବାହାରିବାରୁ ଏହାକୁ ବ୍ୟାନ୍‌ କରାଯାଇଥିଲା। ତଥାପି ସରକାରଙ୍କ ବାରଣକୁ ଖାତିର ନକରି ଏହି ବିଷାକ୍ତ ଡାଲିକକୁ ବିଭନ୍ନ ଡାଲିରେ ମିଶାଇ ବେପାରୀମାନେ ବିକୁଥିବା ଅଭିଯୋଗ ହେଉଥିଲା। ଏହକଥା ପଦାକୁ ଆସିବା ପରେ ୧୯୬୧ ମସିହାରେ ସରକାର ଏହା ଉପରେ ରୋକ ଲାଗାଇଥିଲେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଖେସରି ଡାଲିରେ ଡାଇଏମିନ୍ୟୁପ୍ରିପିଓନିକ ନାମକ ଏକ ଏସିଡ ରହିଛି। ଯାହା ମଣିଷକୁ  ପାରାଲିସିସ କରିଦିଏ । ଏହି ଡାଲିରେ ୪୧ ପ୍ରତିଶତ କାର୍ବୋହାଇଡ୍ରେଡ ରହିଛି। ସେହିପରି ଏଥିରେ ଥିବା ଡାଇଏମିନ୍ୟୁପ୍ରିପିଓନିକ ଏସିଡ ଦେହ ପାଇଁ ଅତ୍ୟନ୍ତ ହାନିକାରକ। ଏହି କାରଣରୁ ୧୯୬୧ ମସିହାରେ ସରକାର ଏହା ଉପରେ ରୋକ ଲାଗାଇଥିଲେ। ହେଲେ ଏବେ ପୁଣି ଏଭଳି ଅପମିଶ୍ରଣ ଡାଲି ବଜାରକୁ ଆସୁଥିବା ଚର୍ଚ୍ଚା ଚାଲିଛି।  ଅଧିକ ଲାଭ ପାଇଁ କିଛି ବେପାରୀ ପୁରୁଣା ପଦ୍ଧତିକୁ ଆପଣାଉ ଥିବା ଜଣାପଡ଼ିଛି।

Related story