ମଣିଷଙ୍କ ସହ ପରିବାରର ସଦସ୍ୟ ଭଳି ରହୁଥିଲା ବାଘୁଣୀ ଖଇରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଘ ପୁଣି ମଣିଷ ସହିତ ରହୁଥିଲା। ମଣିଷ ଛୁଆଙ୍କ ପରି ହାତରୁ ଖାଉଥିଲା। କେତେବେଳେ କାନ୍ଧ ଉପରେ ଚଢ଼ିଯାଉଥିଲା ତ କେତେବେଳେ ଗେଲ ହେଉଥିଲା। ଆଉ ଦିନ ସାରା ଖେଳବୁଲା କରି କ୍ଲାନ୍ତ ହୋଇପଡ଼ିଲେ ତା’କୁ ଲାଲନପାଳନ କରୁଥିବା ମା’ଙ୍କ ପଣତ ତଳେ ମୁଣ୍ଡ ଗୁଞ୍ଜି ଦେଉଥିଲା। ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଆମେ ଆପଣଙ୍କୁ କହିବୁ ସେଭଳି ଏକ ଗେହ୍ଲା ବାଘୁଣୀ ଖଇରିର କଥା। ସାନଟିଏ ହୋଇଥିବାବେଳେ ହିଁ ମାଈ ବାଘ […]

tigress

tigress

Subrat Kumar Nayak
  • Published: Monday, 29 July 2019
  • Updated: 29 July 2019, 06:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଘ ପୁଣି ମଣିଷ ସହିତ ରହୁଥିଲା। ମଣିଷ ଛୁଆଙ୍କ ପରି ହାତରୁ ଖାଉଥିଲା। କେତେବେଳେ କାନ୍ଧ ଉପରେ ଚଢ଼ିଯାଉଥିଲା ତ କେତେବେଳେ ଗେଲ ହେଉଥିଲା। ଆଉ ଦିନ ସାରା ଖେଳବୁଲା କରି କ୍ଲାନ୍ତ ହୋଇପଡ଼ିଲେ ତା’କୁ ଲାଲନପାଳନ କରୁଥିବା ମା’ଙ୍କ ପଣତ ତଳେ ମୁଣ୍ଡ ଗୁଞ୍ଜି ଦେଉଥିଲା। ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଆମେ ଆପଣଙ୍କୁ କହିବୁ ସେଭଳି ଏକ ଗେହ୍ଲା ବାଘୁଣୀ ଖଇରିର କଥା।

ସାନଟିଏ ହୋଇଥିବାବେଳେ ହିଁ ମାଈ ବାଘ ଛୁଆ ମା’ଠାରୁ ଅଲଗା ହେବା ପରେ ଶିମିଳିପାଳରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଥିଲା। ସେତେବେଳେ ଏହି ଅଭୟାରଣ୍ୟର ଦାୟିତ୍ୱରେ ଥାଆନ୍ତି ସରୋଜ ରାଜ ଚୌଧୁରୀ। ୧୯୭୪ ମସିହା ଅକ୍ଟୋବର ୫ ତାରିଖରେ ସ୍ଥାନୀୟ ଆଦିବାସୀ ଲୋକେ ତାଙ୍କ ପାଖକୁ ଶିଶୁ ଖଇରିକୁ ନେଇ ଆସିବା ପରେ ସେ ତାକୁ ତାଙ୍କ ବଙ୍ଗଳାରେ ଲାଳନପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ସ୍ଥାନୀୟ ନଈର ନାଁ ଅନୁଯାୟୀ ତା’ର ନାଁ ରଖାଯାଇଥିଲା ଖଇରି। ସମସ୍ତଙ୍କ ସ୍ନେହ ପାଇ ଖଇରି ସରୋଜଙ୍କ ପରିବାରର ସଦସ୍ୟ ପାଲଟି ଯାଇଥିଲା। ଏପରିକି ସେ ବଡ଼ ହେବା ଯାଏ ଫରେଷ୍ଟ ଅଫିସର ସରୋଜ ଏବଂ ତାଙ୍କ ପତ୍ନୀ ନିହାର ନଳିନୀ ଦେବୀଙ୍କ ଗେହ୍ଲା ଝିଅ ହୋଇ ରହିଥିଲା।

ସବୁ ବାପା ମା’ଙ୍କ ପରି ସରୋଜ ରାଜ ଚୌଧୁରୀ ଏବଂ ତାଙ୍କ ପତ୍ନୀ ନିଜ ପାଳିତ କନ୍ୟା ଖଇରି ପାଇଁ ବର ମଧ୍ୟ ଖୋଜୁଥିଲେ। କିନ୍ତୁ ଯେତେ ଥର ତା’କୁ ଜଙ୍ଗଲ ପଠାଯାଉଥିଲା, ସେ ସରୋଜଙ୍କ ଘରକୁ ଫେରିଆସୁଥିଲା। ତାକୁ ରାତିରେ ବାହାରକୁ ପଠାଗଲେ ମଧ୍ୟ ଖଇରି ଚିରାଚରିତ ଭାବେ ତା’ର ମା’ (ସରୋଜଙ୍କ ପତ୍ନୀ)ଙ୍କ ପାଖକୁ ଫେରିଆସୁଥିଲା। ସେ ବ୍ଲାକି ନାମକ ଏକ ମାଈ କୁକୁର ଏବଂ ଏକ ଅନ୍ଧ ଗଧିଆ ସହିତ ସରୋଜଙ୍କ ବଙ୍ଗଳାରେ ଆସ୍ଥାନ ଜମାଇଥିଲା। ଏହି ଗେହ୍ଲା ବାଘୁଣୀ କଞ୍ଚା ମାଂସ ଖାଉଥିଲେ ହେଁ ମାଂସକୁ କ୍ଷୀରଗୁଣ୍ଡ ଗୋଳେଇ ଦେଲେ ଯାଇ ଖାଉଥିଲା।

ଖଇରି ସରୋଜଙ୍କ ସହିତ ପ୍ରାୟ ୭ ବର୍ଷ ରହିଥିଲା। ବାଘ ପରି ହିଂସ୍ର ଜନ୍ତୁ ମଧ୍ୟ କେମିତି ସ୍ନେହ ଓ ଯତ୍ନ ପାଇଲେ ପୋଷା ମାନିଥାଏ, ତାହା ଶ୍ରୀ ଚୌଧୁରୀ ପ୍ରମାଣ କରି ଦେଖାଇଥିଲେ। ଅବଶ୍ୟ ବାଘଙ୍କ ମିଳନ ଋତୁରେ ଖଇରି ଟିକେ ଆକ୍ରମଣାତ୍ମକ ରୂପ ଧାରଣ କରିଥାଏ। ଥରେ ଭୁବନେଶ୍ୱରରୁ ତତ୍କାଳୀନ ଆଡଭୋକେଟ୍‌ ଜେନେରାଲ (ଏଜି ) ଶିମିଳିପାଳ ବୁଲି ଆସିଥାନ୍ତି। ସେ ଆସିଲା ବେଳକୁ ଖଇରି ପୁରୁଷ ବାଘର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥାଏ। ଏଜି କିଛି ଘଣ୍ଟା ଅପେକ୍ଷା କରିବା ପରେ ସରୋଜ ଲହୁଲୁହାଣ ହୋଇ ଖଇରିକୁ ଖୋଜି ଉଦ୍ଧାର କରି ଫେରିଥିଲେ। ତାଙ୍କୁ ଖଇରି ହିଁ ନଖରେ ଆକ୍ରମଣ କରି ଖଣ୍ଡିଆ କରିଥିବା ଏଜି ଜାଣିବାକୁ ପାଇଥିଲେ। ଏହାର କିଛି ସମୟ ପରେ ଶ୍ରୀ ଚୌଧୁରୀ ଖଇରିକୁ ଛେଳି ଗୋଡ଼ ଯାଚିବାରୁ ସେ ଆରାମରେ ନେଇଯାଇଥିଲା। ଏଥିରୁ ଏଜି ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବାର ଗଭୀରତା ବିଷୟରେ ଜାଣିବାକୁ ପାଇଥିଲେ।

୧୯୮୧ ମସିହାରେ ରେବିଜ୍‌ରେ ପୀଡ଼ିତ ଖଇରିକୁ ଦିଆଯାଇଥିବା ଟ୍ରାଙ୍କୁଲାଇଜରର ପରିମାଣ ଅଧିକ ହୋଇଯିବାରୁ ସେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଥିଲା। ଏବେ ଖଇରିକୁ ନେଇ ନିର୍ମିତ ବିଭିନ୍ନ ଡକ୍ୟୁମେଣ୍ଟାରୀ ବନ୍ୟଜନ୍ତୁ ଏବଂ ମଣିଷ ମଧ୍ୟରେ ଅନାବିଳ ପ୍ରେମର ମୂକ ସାକ୍ଷୀ ହୋଇ ୟୁଟ୍ୟୁବ୍‌ ଏବଂ ଅନ୍ୟ ପ୍ଲାଟଫର୍ମରେ ଶୋଭା ପାଉଛି।
https://youtu.be/eaVg9vAunfQ
https://youtu.be/UeaXvAswo3s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story