ପ୍ୟାରିସ୍‌ରେ ବାଜିଲା ଢୋଲ୍‌ ନିଶାନ୍‌: ବେଦମ୍‌ ହେଲା ଗହମଗୋରୀର ପାଦ

ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ। ପ୍ୟାରିସ୍‌ର ଇଫିଲ ଟାୱାର ସାମ୍ନାରେ ସମ୍ବଲପୁରୀ ଲୋକ ନୃତ୍ୟର ଧୁନ୍‌ରେ ଜମିଲା ପରିବେଶ। ଓଡ଼ିଆ କଳାକାରଙ୍କ ସହ ପାଦରେ ପାଦ ମିଶାଥିଲେ ଫ୍ରେଞ୍ଚ କଳାକାର। ନୃତ୍ୟର ତାଳେ ତାଳେ ମତୁଆଲା ହୋଇଥିଲେ ସମସ୍ତେ । ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ  ଶାଶ୍ୱତ ଯୋଶୀ ଏବଂ ପ୍ୟାରିସରେ ରହୁଥିବା ଓଡ଼ିଆ ନୃତ୍ୟଶିଳ୍ପୀ ମହିନା ଖାନୁମ୍‌ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମେ’ ୨୬ ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁରରୁ […]

swati-3

swati-3

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 06:03 PM IST

Sports

Latest News

ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ। ପ୍ୟାରିସ୍‌ର ଇଫିଲ ଟାୱାର ସାମ୍ନାରେ ସମ୍ବଲପୁରୀ ଲୋକ ନୃତ୍ୟର ଧୁନ୍‌ରେ ଜମିଲା ପରିବେଶ। ଓଡ଼ିଆ କଳାକାରଙ୍କ ସହ ପାଦରେ ପାଦ ମିଶାଥିଲେ ଫ୍ରେଞ୍ଚ କଳାକାର। ନୃତ୍ୟର ତାଳେ ତାଳେ ମତୁଆଲା ହୋଇଥିଲେ ସମସ୍ତେ । ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ  ଶାଶ୍ୱତ ଯୋଶୀ ଏବଂ ପ୍ୟାରିସରେ ରହୁଥିବା ଓଡ଼ିଆ ନୃତ୍ୟଶିଳ୍ପୀ ମହିନା ଖାନୁମ୍‌ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

swati-2ମେ’ ୨୬ ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁରରୁ ଅନ୍ୟ ୧୩ ଜଣ କଳାକାର ସାମିଲ ହୋଇଥିଲେ। ବିଦେଶ ମାଟିରେ ଏହି ଦେଶୀ ନୃତ୍ୟ ସାରା ବିଶ୍ୱବାସୀଙ୍କୁ ବିମୋହିତ କରିପାରିଛି। ନୃତ୍ୟକୁ ଉପଭୋଗ କରିଥିବା ଦର୍ଶକ ସୋସିଆଲ ମିଡିଆରେ  ପ୍ରଂଶସାରେ ପୋତି ପକାଇଛନ୍ତି। ଏହି ନୃତ୍ୟଟି ସାଧାରଣତଃ ଦଶହରାରେ ପରିବେଷଣ ହୋଇଥାଏ।

ନିଜ ଫେସ୍‌ବୁକ୍‌ ପେଜ୍‌ରେ  ମହିନା ଖାନୁମ ନୃତ୍ୟର ଫଟୋ ସେୟାର କରିବା ପରେ ପ୍ରଂଶସା ଆଉ ପ୍ରତିକ୍ରିୟାର ସୁଅ ଛୁଟୁଛି। ମାତ୍ର କିଛି ଦିନ ଭିତରେ ୫୫୨ରୁ ଊର୍ଦ୍ଧ ଥର ଏହି ଫଟୋକ୍ଲିପ୍‌ଟି ସେୟାର ହୋଇସାରିଥିବା ବେଳେ ୧୯୦୦ରୁ ଊର୍ଦ୍ଧ ପ୍ରତିକ୍ରିୟା ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos