ରାମ ସେତୁର ବୟସ କହିଲା ବିଜ୍ଞାନ: ଆସିଲା ପୁରାଣ ଯୁଗର ରୋଚକ ତଥ୍ୟ

ରାମ ସେତୁକୁ ନେଇ ଆଜି ବି ବିବାଦୀୟ ବୟାନ ବାଜି ଶୁଣିବାକୁ ମିଳୁଛି। କିଛି ଏହାକୁ ମଣିଷ ଦ୍ୱାରା ତିଆରି ଓ ପ୍ରଭୁ ରାମଚନ୍ଦ୍ର କରିଥିଲେ ବୋଲି କହୁଥିବା ବେଳେ ଆଉ କେହି କେହି ଏହା ପ୍ରାକୃତିକ ବୋଲି ଦାବି କରିଥାନ୍ତି। ରାମ ସେତୁକୁ ନେଇ ବହୁ ଅଧ୍ୟୟନ ହୋଇଛି। ଜାତୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକମାନେ ରାମ ସେତୁ ନେଇ କରିଥିବା ନୂଆ ଅଧ୍ୟୟନରୁ ଏକ ରୋଚକ ତଥ୍ୟ ମିଳିଛି। ଅଧ୍ୟୟନ ଅନୁସାରେ ରାମ ସେତୁ […]

Ram setu

Ram setu

Rakesh Mallick
  • Published: Friday, 26 May 2017
  • Updated: 26 May 2017, 08:04 PM IST

ରାମ ସେତୁକୁ ନେଇ ଆଜି ବି ବିବାଦୀୟ ବୟାନ ବାଜି ଶୁଣିବାକୁ ମିଳୁଛି। କିଛି ଏହାକୁ ମଣିଷ ଦ୍ୱାରା ତିଆରି ଓ ପ୍ରଭୁ ରାମଚନ୍ଦ୍ର କରିଥିଲେ ବୋଲି କହୁଥିବା ବେଳେ ଆଉ କେହି କେହି ଏହା ପ୍ରାକୃତିକ ବୋଲି ଦାବି କରିଥାନ୍ତି। ରାମ ସେତୁକୁ ନେଇ ବହୁ ଅଧ୍ୟୟନ ହୋଇଛି। ଜାତୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକମାନେ ରାମ ସେତୁ ନେଇ କରିଥିବା ନୂଆ ଅଧ୍ୟୟନରୁ ଏକ ରୋଚକ ତଥ୍ୟ ମିଳିଛି। ଅଧ୍ୟୟନ ଅନୁସାରେ ରାମ ସେତୁ ୭୦୦୦ ବର୍ଷ ପୁରୁଣା ବୋଲି ସଂସ୍ଥାନର ବୈଜ୍ଞାନିକମାନେ କହିଛନ୍ତି। ଜାତୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନର ପୂର୍ବ ମୁଖ୍ୟ ରାଜୀବ ନିଗମ ଏହି ସୂଚନା ଦେଇଛନ୍ତି।

ବାଲ୍ମିକୀ ରାମାୟଣର ତାରାଙ୍କ ସ୍ଥିତି: ନିଗମଙ୍କ ଅନୁସାରେ ରାମ ସେତୁର ସତ୍ୟ ଜାଣିବାକୁ ବାଲ୍ମିକୀ ରାମାୟଣର ସାହାରା ନିଆଯାଇଥିଲା। ବାଲ୍ମିକୀ ରାମାୟଣରେ ଥିବା ତାରାଙ୍କ ସ୍ଥିତି ଅନୁଧ୍ୟାନ କରାଯାଇ ପ୍ଲାନେଟୋରିୟମ ସଫ୍‌ଟ୍‌ୱେର ଜରିଆରେ ସେ ସମୟକୁ ଅନୁଧ୍ୟାନ କରାଯାଇଥିଲା। ଏଥିରୁ ରାମାୟଣ ୭୦୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି।

ସମୁଦ୍ର ପତ୍ତନରେ ପରିବର୍ତ୍ତନ: ଏହାପରେ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦ୍ର ପତ୍ତନରେ ହୋଇଥିବା ପରିବର୍ତ୍ତନକୁ ଅନୁଧ୍ୟାନ କରାଯାଇଥିଲା। ଏହି ସମୟ ମଧ୍ୟରେ ସମୁଦ୍ରର ଜଳସ୍ତର ୩ ମିଟର ବଢିଥିବା ଜଣାପଡିଛି। ସବୁଠାରୁ ମଜାଦାର କଥା ହେଲା ରାମ ସେତୁ ଏବେ ସମୁଦ୍ରର ୩ ମିଟର ତଳେ ରହିଛି। ଅର୍ଥାତ ସେ ସମୟରେ ରାମ ସେତୁ ସମୁଦ୍ର ପତ୍ତନ ଉପରେ ଥିଲା।

କାର୍ବନ ଡେଟିଂ: କେବଳ ସେତିକି ନୁହେଁ ରାମ ସେତୁର ପଥରରେ ଥିବା ସୁକ୍ଷ୍ମଜୀବ, ଫୋରମିନିଫେରା, କୋରଲ, ଉଲାଇଟ୍ସକୁ ବିଶେଷଜ୍ଞମାନେ କାର୍ବନ ଡେଟିଂ କରାଥିଲେ। ଏଥିରୁ ଏହି ତତ୍ତ୍ୱର ଅବଧି ୭୦୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି।

ରାମ ସେତୁ ଭାରତର ଦକ୍ଷିଣ-ପୂର୍ବ ତଟର ରାମେଶ୍ୱରମ୍‌ ଦ୍ୱୀପରୁ ଶ୍ରୀଲଙ୍କାର ଉତ୍ତର ପଶ୍ଚିମ ତଟ ମନ୍ନାର ଦ୍ୱୀପ ମଧ୍ୟରେ ରହିଛି। ଇତିହାସ ଅନୁସାରେ ଏହାର ଲମ୍ବା ୩୦ କି.ମି ଓ ଚଉଡା ୩ କି.ମି. ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos