କୁନି ପୁଅ ମୁହଁରେ ପୁଣି ଫେରିଲା ହସ: ରୁଷ ମିସାଇଲ୍ ମାଡରେ ସ୍ଥାଣୁ ପାଲଟିଯାଇଥିଲା ଓମ୍ରାନ

ଦିନେ ନିର୍ବାକ ବା ସ୍ଥାଣୁ ପାଲଟି ଯାଇଥିବା ଓମ୍ରାନଙ୍କ ଚେହେରା ସାରା ବିଶ୍ୱର ଛାତି ଥରାଇ ଦେଇଥିଲା। ସିରିଆ ଗୃହଯୁଦ୍ଧରେ ପ୍ରଭାବିତ  ହୋଇପଡିଥିବା ସରଳ ନିଷ୍ପାପ ଶିଶୁ ‘ଓମ୍ରାନ ଦକନିସ୍‌’ ପ୍ରତି ସହାନୁଭୂତି ଦେଖାଇଥିଲା ସାରା ବିଶ୍ୱ। ଏବେ ସେଇ ସ୍ତବ୍ଧ ମୁଖରେ ପୁଣି ହସ ଫେରିଛି। କୁନି କୁନି ପାଦରେ ଘର ଅଗଣାରେ ପାଦ ପକାଇ ସେ ପୁଣି ଫେରିଯାଇଛି ତାର ସେ ଟିକି ଦୁନିଆକୁ। ସବୁ ଭୟ ଆତଙ୍କକୁ ଦୂରେଇ ବାପାଙ୍କ କୋଳରେ ନିର୍ଭୟରେ ଖେଳୁଛି […]

aleppo-boy omran

aleppo-boy omran

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 10:57 PM IST

Sports

Latest News

ଦିନେ ନିର୍ବାକ ବା ସ୍ଥାଣୁ ପାଲଟି ଯାଇଥିବା ଓମ୍ରାନଙ୍କ ଚେହେରା ସାରା ବିଶ୍ୱର ଛାତି ଥରାଇ ଦେଇଥିଲା। ସିରିଆ ଗୃହଯୁଦ୍ଧରେ ପ୍ରଭାବିତ  ହୋଇପଡିଥିବା ସରଳ ନିଷ୍ପାପ ଶିଶୁ ‘ଓମ୍ରାନ ଦକନିସ୍‌’ ପ୍ରତି ସହାନୁଭୂତି ଦେଖାଇଥିଲା ସାରା ବିଶ୍ୱ। ଏବେ ସେଇ ସ୍ତବ୍ଧ ମୁଖରେ ପୁଣି ହସ ଫେରିଛି। କୁନି କୁନି ପାଦରେ ଘର ଅଗଣାରେ ପାଦ ପକାଇ ସେ ପୁଣି ଫେରିଯାଇଛି ତାର ସେ ଟିକି ଦୁନିଆକୁ। ସବୁ ଭୟ ଆତଙ୍କକୁ ଦୂରେଇ ବାପାଙ୍କ କୋଳରେ ନିର୍ଭୟରେ ଖେଳୁଛି ଓମ୍ରାନ। ଭୁଲି ଯାଇଛି ଅତୀତର ଛାତି ଥରା କହାଣୀ। ଦିନେ ରୁଷିଆର ମିସାଇଲ ମାଡରେ ଖିନ୍ ଭିନ୍ ହୋଇାଯାଇଥିଲା ଆଲେପ୍ପୋ ସହର। ଏହାରି ଭିତରେ ନିର୍ବାକ ଓ ସ୍ଥାଣୁ ପାଲଟିଯାଇଥିଲେ ଓମ୍ରାନ। ଅଳିଆ ଗଦାରୁ ଉଦ୍ଧାର କରାଯାଇ ତାଙ୍କୁ ଆମ୍ବୁଲାନ୍ସରେ ବସାଇଥିଲେ ସୁରକ୍ଷା କର୍ମୀ। ଆମ୍ବୁଲାନ୍ସରେ ଗୁମ ମାରି ବସିଥିବା ବେଳେ ଓମ୍ରାନଙ୍କ ମୁଣ୍ଡରୁ ଝିର୍‌ ଝିର୍‌ ହୋଇ ରକ୍ତ ଝରିଯାଉଥିଲା। ସେତେବେଳେ ତାଙ୍କର ଏହି ଫଟୋ ଭଇରାଲ ହୋଇଥିଲା ସାରା ବିଶ୍ୱରେ।

ବଡ ଭାଇଙ୍କୁ ହରାଇବାର ଦୁଖଃ, ଅତୀତର ଯନ୍ତ୍ରଣାକୁ ଭୁଲି ଓମ୍ରାନ ଏବେ ବେସ ଖୁସି ଅଛି। ଓମ୍ରାନ ଖୁସିରେ ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆକୁ ଆସିଛି। ଏହି ଖବର ଆସିବା ପରେ ବିଶ୍ୱର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଆଶୀର୍ବାଦର ସୁଅ ଛୁଟିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos