ପଞ୍ଚାୟତ ନିର୍ବାଚନ, ବିଧାନସଭା ଉପନିର୍ବାଚନ ଓ ରାଜନୀତିକ ଛକାପଞ୍ଝା

ଦିନକ ପରେ ଇତିହାସ ହୋଇଯିବ କ୍ୟାଲେଣ୍ଡର ବର୍ଷ ୨୦୨୨ । କରୋନା ମହାମାରୀର କରାଳ ଗ୍ରାସରୁ ବାହାରି ଅଂଟା ସଳଖି ଛିଡ଼ା ହେବାର ମୂକସାକ୍ଷୀ ପାଲଟିଥିବା ୨୦୨୨ ମସିହାରେ ରାଜ୍ୟ ତଥା ଦେଶରେ ଅନେକ ରାଜନୀତିକ ହଲଚଲ ହୋଇଛି, ଯାହା ବର୍ଷତମାମ ଓଡ଼ିଶା ରାଜନୀତିକ ପାଣିପାଗକୁ ସରଗରମ କରି ରଖିଥିଲା । ବର୍ଷ ଆରମ୍ଭରୁ ଓଡ଼ିଶାରେ ପଂଚାୟତ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ପୌର ନିର୍ବାଚନ ଓ ୩ଟି ବିଧାନସଭା ଉପନିର୍ବାଚନ […]

Politics

Politics

Ordigital Desk
  • Published: Friday, 30 December 2022
  • Updated: 30 December 2022, 06:51 PM IST

Sports

Latest News

ଦିନକ ପରେ ଇତିହାସ ହୋଇଯିବ କ୍ୟାଲେଣ୍ଡର ବର୍ଷ ୨୦୨୨ । କରୋନା ମହାମାରୀର କରାଳ ଗ୍ରାସରୁ ବାହାରି ଅଂଟା ସଳଖି ଛିଡ଼ା ହେବାର ମୂକସାକ୍ଷୀ ପାଲଟିଥିବା ୨୦୨୨ ମସିହାରେ ରାଜ୍ୟ ତଥା ଦେଶରେ ଅନେକ ରାଜନୀତିକ ହଲଚଲ ହୋଇଛି, ଯାହା ବର୍ଷତମାମ ଓଡ଼ିଶା ରାଜନୀତିକ ପାଣିପାଗକୁ ସରଗରମ କରି ରଖିଥିଲା । ବର୍ଷ ଆରମ୍ଭରୁ ଓଡ଼ିଶାରେ ପଂଚାୟତ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ପୌର ନିର୍ବାଚନ ଓ ୩ଟି ବିଧାନସଭା ଉପନିର୍ବାଚନ ଯୋଗୁ ବର୍ଷତମାମ ଲାଗି ରହିଥିଲା । ପଂଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପି ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ରଣନୀତିକାର ଅମିତ୍ ଶାହଙ୍କ ଗସ୍ତ ଏବଂ ସୁନୀଲ ବଂଶଲଙ୍କ ଭଳି ଚତୁର ରଣନୀତିକାରଙ୍କୁ ଓଡ଼ିଶା ଦାୟିତ୍ୱ ଦେଇ ରାଜ୍ୟରେ ଦଳୀୟ କର୍ମୀଙ୍କ ଉତ୍ସାହ ବଢ଼ାଇବାକୁ ପ୍ରୟାସ କରିଥିବାବେଳେ କଂଗ୍ରେସ କେବଳ ନିଜର ରାଜ୍ୟ ମୁଖିଆଙ୍କୁ ପରିବର୍ତ୍ତନ କରି ଚୁପ ବସି ଯାଇଛି । କଂଗ୍ରେସ ନିଜର ପୁରୁଣା ରୋଗରୁ ବାହାରି ଅସ୍ତିତ୍ୱ ରକ୍ଷା ଓ ସାଂଗଠନିକ ସ୍ଥିତି ସୁଧାରିବା ପାଇଁ ବର୍ଷତମାମ ଆଖିଦୃଶିଆ କାର୍ଯ୍ୟକ୍ରମଟିଏ ବି କରିପାରିନି । ଏପଟେ ଦଳର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଧାମନଗର ଉପନିର୍ବାଚନରେ ନିଜର ବିଜୟ ଧାରାରେ ବ୍ରେକ୍ ଲାଗିବାରେ ଆହତ ବିଜେଡି କିନ୍ତୁ ମାସକ ମଧ୍ୟରେ ନିଜକୁ ସଜାଡ଼ି ପୂରା ଜୋସରେ ପଦ୍ମପୁର ଉପନିର୍ବାଚନ ଲଢ଼ିଲା ଆଉ ଜିତିଲା ମଧ୍ୟ । ତେବେ ପଂଚାୟତ ଓ ପୌର ନିର୍ବାଚନରେ ଏକପାଖିଆ ବିଜୟୀ ହୋଇଥିବା ବିଜେଡି ବର୍ଷ ଶେଷରେ ଦଳୀୟ ପ୍ରତିଷ୍ଠା ଦିବସରେ ୧୦୦ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବାର ଦମ୍ଭୋକ୍ତି ଦେଖାଇଛି । ଯାହାକୁ ନେଇ ରାଜନୀତିକ ବାଦବିବାଦ ଆରମ୍ଭ ହୋଇଯାଇଛି । ସଂଗଠନ ମନମୁଖୀ ପରିଚାଳନାକୁ ନେଇ ନିରବ ଥିବା ବିଜେଡି ନେତାମାନେ ଧୀରେ ଧୀରେ ମୁହଁ ଖୋଲିବା, ରାଜ୍ୟ ମନ୍ତ୍ରିମଣ୍ଡଳର ସମୂହ ଇସ୍ତଫା ଓ ପୁଣିଥରେ ଶପଥ ନେବା, ରାତାରାତି ଦଳୀୟ ନେତାମାନଙ୍କୁ ସରକାରୀ ପଦପଦବୀରେ ହଟାଇ ୩ମାସ ବ୍ୟବଧାନରେ ପୁନର୍ବାର ଥଇଥାନ, ମମିତା ମେହେର ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟାରେ ବିଜେଡି ନେତାଙ୍କ ସମ୍ପୃକ୍ତି ଏବଂ ରାଜ୍ୟର ସର୍ବବୃହତ ସେକ୍ସ ସ୍କାଣ୍ଡାଲ ଓ ସେଥିରେ ରାଜନେତାମାନଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟରେ ରାଜନୀତିକ ପାଣିପାଗ ଉଷ୍ମ ରହିଥିଲା । ତେବେ କେନ୍ଦ୍ରର ବିଜେପି ସରକାରକୁ ନିଃସର୍ତ୍ତ ସମର୍ଥନ ଦେଇ ରାଜ୍ୟ ରାଜନୀତିକୁ ଗୋଳିଆ କରି ରଖିଥିବା ବିଜେଡି ଦୁଇପାଦ ଆଗକୁ ଯାଇ ଏନଡିଏ ପ୍ରାର୍ଥୀ ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ସପକ୍ଷରେ ପ୍ରଚାର କରିବାକୁ ପଛାଇ ନଥିଲା । ତେବେ ବିଜେଡି ଓ ବିଜେପିର ଏହି ରାଜନୀତିକ ଛକିଶୂନ ଖେଳ ଭିତରେ ପଦ୍ମପୁର ଉପନିର୍ବାଚନବେଳେ ଦୁଇ ଦଳ ଭିତରେ ଛକାପଞ୍ଝା ଓ ତିକ୍ତତା ବଢ଼ିଛି ସତ ତଥାପି ପରସ୍ପରକୁ ରାଜନୀତିକ କଡ଼ା ଟକ୍କର ଦେବାଭଳି ମାହୋଲ ପ୍ରସ୍ତୁତ କରିବାରେ ଉଭୟ ଦଳର ରାଜ୍ୟ ନେତୃତ୍ୱ ସଫଳ ହୋଇନାହାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଉତ୍ତମ ସମନ୍ୱୟ ଆଳରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ପର୍କକୁ ନେଇ ଏବେବି ରାଜ୍ୟବାସୀ ଦ୍ୱନ୍ଦ୍ୱରେ ଥିବାବେଳେ କଂଗ୍ରେସ ଏହାର ଫାଇଦା ନେଇପାରୁନି, ଦଳ ଅସ୍ତିତ୍ୱ ସଙ୍କଟ ଭିତରେ ଥାଇ ବି ନିଜ ଗୋଷ୍ଠୀକନ୍ଦଳରୁ ବାହାରି ପାରୁନି । ରାଜ୍ୟ ରାଜନୀତିର ଏସବୁ ଘଟଣାବହୁଳ ଚର୍ଚ୍ଚିତ ରାଜନୀତିକ ଘଟଣାକ୍ରମକୁ ନେଇ ‘ଓଡ଼ିଶା ରିପୋର୍ଟର’ର ସ୍ୱତନ୍ତ୍ର ଉପସ୍ଥାପନା...

[caption id="attachment_777808" align="aligncenter" width="650"]Mayor ବିଏମ୍‌ସି ମେୟର ସୁଲୋଚନା ଦାସ[/caption]

ପଂଚାୟତ ଓ ପୌର ନିର୍ବାଚନ
ପୌର ନିର୍ବାଚନକୁ ପ୍ରାୟ ୩ବର୍ଷରୁ ଅଧିକ ଦିନ ସ୍ଥଗିତ ରଖିଥିବା ରାଜ୍ୟର ବିଜେଡି ସରକାରପଂଚାୟତ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବେ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ ପଂଚାୟତ ନିର୍ବାଚନ ହେଲା ଓ ଏହାର ଠିକ୍ ମାସକ ଭିତରେ ପୌର ନିର୍ବାଚନ । ଉଭୟ ନିର୍ବାଚନରେ ବିଜେଡିକୁ ଏକପାଖିଆ ସଫଳତା ମିଳିଲା । ପଂଚାୟତ ନିର୍ବାଚନରେ ୮୫୨ଟି ଜିଲ୍ଲା ପରିଷଦ ଆସନରୁ ବିଜେଡିକୁ ୭୬୬ଟି, ବିଜେପି ୪୨ଟି ଓ କଂଗ୍ରେସ ୩୭ଟିରେ ବିଜୟୀ ହେଲେ । ସବୁଠୁ ବେଶୀ ଝଟକା ବିଜେପିକୁ ଲାଗିଥିଲା । ଦଳ ୨୦୧୭ ପଂଚାୟତ ନିର୍ବାଚନରେ ୨୯୭ ଆସନ ଜିଣିଥିଲା । କଂଗ୍ରେସ ୬୦ରୁ ୩୭କୁ ଖସିଥିଲାବେଳେ ବିଜେଡି ୪୭୬ରୁ ୭୬୬କୁ ବଢ଼ିଥିଲା । ଆଉ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲା ପରିଷଦ ସଭାପତି ପଦ ମଧ୍ୟ ବିଜେଡି ହାତେଇଛି । ସେହିପରି ପୌର ନିର୍ବାଚନରେ ଏଥର ପୌରାଧ୍ୟକ୍ଷ ଓ ମେୟର ପଦବୀ ନିମନ୍ତେ ସିଧାସଳଖ ନିର୍ବାଚନ ହୋଇଥିଲା । ବିଜେଡି କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମକୁ ଦଖଲ କରିବା ସହ ଭୁବନେଶ୍ୱରକୁ ପ୍ରଥମ ମହିଳା ମେୟର ମିଳିଥିଲେ । ୧୦୮ଟି ପୌରାଂଚଳରୁ ୭୬ଟି ବିଜେଡିରେ ୧୬ଟି ବିଜେପି ଓ ୯ଟି ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ରହିଛି ।

[caption id="attachment_780106" align="aligncenter" width="650"]Suryabanshee Suraj ବିଧାୟକ ସୂର୍ଯ୍ୟବଂଶୀ ସୂରଜ[/caption]

ବିଜେଡିର ବିଜୟଧାରାରେ ବ୍ରେକ୍‌

୨୦୦୮ରେ ଲକ୍ଷ୍ମୀପୁର ବିଧାନସଭା ଉପନିର୍ବାଚନ ପରଠୁ କୌଣସି ବିଧାନସଭା ଉପନିର୍ବାଚନରେ ପରାଜିତ ହୋଇନଥିବା ଶାସକ ବିଜେଡିକୁ ଧାମନଗର ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନଭେମ୍ବର ୩ରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀଙ୍କୁ ୯୮୮୧ଖଣ୍ଡ ଭୋଟରେ ପରାଜିତ କରିଥିଲେ । କିନ୍ତୁ ଏହାର ଠିକ୍ ପରେପରେ ଅର୍ଥାତ ଡିସେମ୍ବର ୫ରେ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ବିଜେଡି ସୁଚିନ୍ତିତ ରଣନୀତି ସହ ଲଢ଼ି ବିଜେପିକୁ ପରାସ୍ତ କରିଥିଲା । ବିଜେଡି ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ଯୋଗୁ ତାଙ୍କ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଓ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ହଜାର ଭୋଟରେ ପରାଜିତ କରିଥିଲେ । କିନ୍ତୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା,ତିକ୍ତତା ଓ ବଳ କଷାକଷି ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦୀର୍ଘ ୩ବର୍ଷ ପରେ ବିଜେଡି ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିଲେ । ପଦ୍ମପୁର ଉପନିର୍ବାଚନବେଳେ ବିଜେଡି ସମର୍ଥିତ ଠିକାଦାରଙ୍କ ଘରେ ଇନକମ୍ ଟାସ୍କ ଚଢ଼ଉ ଓ ବିଜେପି ସମର୍ଥିତ ବ୍ୟବସାୟୀଙ୍କ ଦୋକାନରେ ଜିଏସଟି ଚଢ଼ଉ କରାଇ ପ୍ରଚଳିତ ଆଇନବ୍ୟବସ୍ଥାକୁ ଏକ ରାଜନୀତିକ କ୍ରୀଡ଼ାଙ୍ଗନ ଭାବେ ଉପଯୋଗ କରିବାକୁ ଉଭୟ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ବିଜେପି ଓ ବିଜେଡି ପଛାଇ ନଥିଲେ । ତେବେ ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସକୁ ନିଜର ଅମାନତ ହରାଇବାକୁ ପଡ଼ିଥିଲା । ସେହିପରି ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନରେ ତାଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଥିଲେ । ସେ ୬୬ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପରାଜିତ କରିଥିଲେ । ବିଜେପି ପ୍ରାର୍ଥୀ ରାଧାରାଣୀ ତୃତୀୟ ସ୍ଥାନରେ ରହିଥିଲେ ।

[caption id="attachment_747798" align="aligncenter" width="650"]Draupadi Murmu ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ[/caption]

ସର୍ବୋଚ୍ଚ ପଦରେ ପ୍ରଥମ ଆଦିବାସୀ ମହିଳା

ବରିଷ୍ଠ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବିଜେଡି ଦୁଇପାଦ ଆଗକୁ ଯାଇ ଓଡ଼ିଆ କାର୍ଡ ଖେଳିଥିଲା । ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ସମର୍ଥନ ଦେବା ସହ ବିଜେଡି ରାଜ୍ୟରେ କଂଗ୍ରେସ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲା । ଯାହାକି ବେଶ୍ ରୋଚକ ରାଜନୀତିକ ପରିସ୍ଥିତି ସୃଷ୍ଟି କରିଥିଲା । ବିଜେପି ନେତୃତ୍ୱାଧୀନ ପ୍ରାର୍ଥୀ ହୋଇ ମଧ୍ୟ ରାଜ୍ୟ ବିଜେପିର ନେତାମାନେ ସମର୍ଥନ ଯୋଗାଡ଼ ପ୍ରସଙ୍ଗରେ ଚୁପ୍ ରହିଥିବାବେଳେ ବିଜେଡିର ଏଭଳି ଉଦ୍ୟମ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟୀ ହୋଇ ଜୁଲାଇ ୨୫ରେ ରାଷ୍ଟ୍ରପତି ପଦରେ ଆସୀନ ହେଲେ । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେଲେ, ଯାହାକି ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି ।

ନବୀନଙ୍କ ମନ୍ତ୍ରିମଣ୍ଡଳର ସମୂହ ଇସ୍ତଫା
ଜୁନ୍ ୪ ତାରିଖ ସକାଳୁ ରାଜ୍ୟ ମନ୍ତ୍ରିମଣ୍ଡଳର ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ । ନବୀନ ତାଙ୍କର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ବୋଲି ଚର୍ଚ୍ଚା ଥିଲା, କିନ୍ତୁ ସମସ୍ତ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କହି ନବୀନ ଉଭୟ ମନ୍ତ୍ରୀ ଆଶାୟୀ ଓ ମନ୍ତ୍ରୀ ଥିବା ଦଳୀୟ ନେତାମାନଙ୍କର ହୃତସ୍ପନ୍ଦନ ବଢ଼ାଇଥିଲେ । ଜୁନ୍ ୫ତାରିଖରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଲା । ୧୨ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଲେ । ନବୀନ ନିଜର ମନ୍ତ୍ରିମଣ୍ଡଳରୁ ବିବାଦୀୟ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଶାନ୍ତ ସିଂ ଆଦିଙ୍କୁ ବିଦା କରି ୫ଜଣ ମହିଳାଙ୍କୁ ମନ୍ତ୍ରୀ ଭାବେ ସାମିଲ କଲେ । ଏହାସହିତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦରୁ ବିଦା କରି ବିକ୍ରମ କେଶରୀ ଆରୁଖଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କଲେ ।

ସରକାରୀ ପଦବୀରେ ଦଳୀୟ ନେତାଙ୍କୁ ଥଇଥାନ

ଜୁନ୍ ୫ ତାରିଖରେ ଗୋଟିଏ ନିର୍ଦ୍ଦେଶନାମାରେ ସରକାରଙ୍କ ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ ମୁଖ୍ୟ ପଦରେ ଆସୀନ ଥିବା ରାଜନୀତିକ ବ୍ୟକ୍ତିମାନଙ୍କ ନିଯୁକ୍ତିକୁ ରଦ୍ଦ କରିଥିବା ରାଜ୍ୟର ବିଜେଡି ସରକାର ଅକ୍ଟୋବରରେ ମୋଟ ୩୭ ଜଣ ଦଳୀୟ ନେତା ଓ ନେତ୍ରୀଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିଲେ । ଏଥିରେ କେବଳ ୮ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ସହ ସଂଗଠନକୁ ସଜାଡ଼ିବା ପାଇଁ ନିଯୁକ୍ତି ରଦ୍ଦର ୪ମାସ ପରେ ପୁଣି ଥରେ ୩୭ ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଅବସ୍ଥାପିତ କରାଯାଇଛି । ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନଙ୍କୁ ରାଜ୍ୟସଭା ପଠାଇବା ନିମନ୍ତେ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ଏବେବି ପାଣିର ଗାର ହୋଇ ରହିଛି । ଏହି ସରକାରୀ ପଦପଦବୀ ଆଶାୟୀଙ୍କ ଲମ୍ବା ଲାଇନ୍ ଥିଲା, କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଦଳ ପାଇଁ କାର୍ଯ୍ୟ କରିଥିବା କିଛି ନେତା ଓ ନେତ୍ରୀଙ୍କୁ ବିଜେଡି ସୁପ୍ରିମୋ ପୁରସ୍କୃତ କରିଛନ୍ତି ।

[caption id="attachment_686791" align="aligncenter" width="650"]Dibya Shankar Mishra ଦିବ୍ୟଶଙ୍କର ମିଶ୍ର (ଫାଇଲ ଫଟୋ)[/caption]

ଗୋବିନ୍ଦ ସାହୁ ଓ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଂଟାବାଞ୍ଜି ଜେଲ୍ ଭିତରେ ଆତ୍ମହତ୍ୟା କରିବା ଘଟଣା ରାଜନୀତିକ ହଟଚମଟ ସୃଷ୍ଟି କରିଥିଲା । ଗୋବିନ୍ଦଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ବିରୋଧୀ ଦଳ ଏହାକୁ ପ୍ରମାଣ ନଷ୍ଟ ଅଭିଯାନ କହିବାକୁ ପଛାଇନଥିଲା । କିନ୍ତୁ ସ୍ଥିତିକୁ ଆକଳନ କରି ସରକାର ତରବରିଆ ଭାବେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏପର୍ଯ୍ୟନ୍ତ ଗୋବିନ୍ଦଙ୍କ ହାତ ଲେଖା ଚିଠି ସେମାନଙ୍କ ପରିବାରକୁ ମିଳିପାରିନି । ଯଦିଓ ତାଙ୍କ ପତ୍ନୀ ଓ ଝିଅ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିଛନ୍ତି । ୨-୪ଦିନ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏବେ ଏହି ମାମଲାରେ ସମସ୍ତେ ଚୁପ୍ । ସେହିପରି ନିମାପଡ଼ା ଅଂଚଳର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଓ ମୃତ୍ୟୁ ପୂର୍ବରୁ ସେ କରିଥିବା ଅଡିଓ ବାର୍ତ୍ତାରେ ସେ ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦାୟୀ କରିଥିଲେ । ବିଜେପି ଓ କଂଗ୍ରେସ ପକ୍ଷରୁ ଏନେଇ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ ସହ ମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଏପରିକି ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁଲିସ ଜେରା କରିବାକୁ ସାହାସ କରିନି । ଏହି ଦୁଇ ଆତ୍ମହତ୍ୟା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିଲା । କିନ୍ତୁ ବିରୋଧୀ ଦଳର ନିଷ୍କ୍ରିୟତା ଯୋଗୁ ସେମାନଙ୍କର ଦାବି,ବିକ୍ଷୋଭ ଓ ପ୍ରତିବାଦ ଦୁଇ ଚାରିଦିନ ବି ଦାନା ବାନ୍ଧି ପାରୁନଥିବା ଦେଖାଯାଇଛି ।

[caption id="attachment_787009" align="aligncenter" width="650"]Archana-Nag ଅର୍ଚ୍ଚନା ନାଗ[/caption]

ରାଜ୍ୟର ସର୍ବବୃହତ୍ ସେକ୍ସ ସ୍କାଣ୍ଡାଲ ଓ ରାଜନେତାଙ୍କ ସମ୍ପୃକ୍ତି

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ବିଶେଷକରି ଅର୍ଚ୍ଚନାଙ୍କ ସହ ଶାସକ ବିଜେଡି ଓ ବିଜେପି ନେତାମାନଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ଏବଂ କମିଶନରେଟ ପୁଲିସ ନିଷ୍କ୍ରିୟ ସାଜିବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଲା । ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କ ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରିବୁଲିଲା । ଆଳିରେ କଂଗ୍ରେସ ପକ୍ଷରୁ ସାନବାବୁଙ୍କ ସମ୍ପୃକ୍ତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ରାଜଧାନୀରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଛି । ଗଣମାଧ୍ୟମର ଚାପ ପରେ ଏହି ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେବା ସହ ଅର୍ଚ୍ଚନାର ରାଜପ୍ରସାଦ ପରି ଘର କିଭଳି ନିର୍ମାଣ ହେଲା, ତା’ର ଆର୍ଥିକ ଉପାର୍ଜନର ସ୍ରୋତ ଆଦି ଯାଂଚ କଲା । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରି ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବ୍ୟବସାୟୀ ଓ ଠିକାଦାରଙ୍କୁ ଡାକି ଜେରା କଲା। ଏବେ ପୂରା ଚୁପ୍ ବସିଯାଇଛି । ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗର ଏପର୍ଯ୍ୟନ୍ତ ଖୋଳତାଡ଼ ନା କମିଶନରେଟ ପୁଲିସ କଲା ନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚର୍ଚ୍ଚା ହେଉଛି, ସବୁ ଯେମିତି ଷ୍ଟେଜ ଶୋ’ ମ୍ୟାନେଜ୍ କଲା ଭଳି ହୋଇଛି ।

[caption id="attachment_744129" align="aligncenter" width="650"]Naveen ପୋପ୍‌ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବା ବେଳର ଫଟୋ[/caption]

ଦଶନ୍ଧି ପରେ ନବୀନଙ୍କ ବିଦେଶ ଗସ୍ତ

ଦୀର୍ଘ ଏକ ଦଶନ୍ଧି ପରେ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଗଲେ । ନିଜର ୨୨ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନଙ୍କ ଏହା ଦ୍ୱିତୀୟ ବିଦେଶ ଗସ୍ତ ଥିଲା । ଜୁନ୍ ଶେଷ ସପ୍ତାହରେ ନବୀନ ରୋମ୍ , ଭାଟିକାନ ସିଟି ଓ ଦୁବାଇ ଗସ୍ତ କରିଥିଲେ । ଭାଟିକାନ ସିଟିରେ ପ୍ରବଳ ଖରାରେ ଅପେକ୍ଷା କରି ପୋପଙ୍କୁ ସାକ୍ଷାତ କରିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନବୀନ ରୋମରେ ନିଜର ପରିବାର ସଦସ୍ୟଙ୍କ ସହ କିଛି ସମୟ କଟାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶେଷରେ ଦୁବାଇରେ ଇନଭେଷ୍ଟର୍ସ ମିଟରେ ସାମିଲ ହୋଇ ଭୁବନେଶ୍ୱର ଫେରିଥିଲେ । ଦୀର୍ଘ ଦଶନ୍ଧି ପରେ ନବୀନଙ୍କ ବିଦେଶ ଗସ୍ତକୁ ନେଇ ନାନାଦି ଚର୍ଚ୍ଚା ହୋଇଥିଲା ।

[caption id="attachment_793430" align="aligncenter" width="650"]Sarat and Sunil ଶରତ ପଟ୍ଟନାୟକ ଓ ସୁନୀଲ ବଂଶଲ[/caption]

ରାଜ୍ୟ କଂଗ୍ରେସକୁ ନୂଆ ମୁଖିଆ ଓ ରାଜ୍ୟ ବିଜେପିକୁ ନୂଆ ପ୍ରଭାରୀ

ପଂଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ନିଜର ଅସ୍ତିତ୍ୱ ହରାଇବା ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ଶରତ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି । କିନ୍ତୁ ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ କଂଗ୍ରେସ ତା’ର ପୁରୁଣା ରୋଗ(ଗୋଷ୍ଠୀକନ୍ଦଳ) ଛାଡ଼ି ପାରୁନି । ବିଭିନ୍ନ ନିର୍ବାଚନରେ ଶୋଚନୀୟ ପରାଜୟ ସତ୍ତ୍ୱେ ଦଳ ନିଜର ସଂଗଠନକୁ ସଜାଡ଼ି ପାରୁନି । ଶରତ ଗତ ମେ’ ମାସରୁ ପିସିସି ସଭାପତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜର ଟିମ୍ ଗଢ଼ିବାରେ ସକ୍ଷମ ହୋଇପାରିନାହାନ୍ତି । କିମ୍ବା ତୃଣମୂଳସ୍ତରରେ ସଂଗଠନକୁ ସଜାଡ଼ିବା ଭଳି କୌଣସି ପଦକ୍ଷେପ ବି ନେଇପାରିନାହାନ୍ତି । ସେହି ପୁରୁଣା ଗୋଷ୍ଠୀକନ୍ଦଳ ଓ ନେତାମାନଙ୍କୁ ମନାଇବା ଭିତରେ ପିସିସି ମୁଖିଆଙ୍କ କାର୍ଯ୍ୟକ୍ରମ ସୀମିତ ରହିଥିବା ଚର୍ଚ୍ଚା ହେଉଛି ।

ସେହିପରି ପଂଚାୟତ ଓ ପୌର ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ତଥା ନୂଆ ରଣନୀତିରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଦଳ ନିଜର ଜଣେ ଆଗଧାଡ଼ିର ନେତା ସୁନୀଲ ବଂଶଲଙ୍କୁ ଓଡ଼ିଶା ଦାୟିତ୍ୱ ନ୍ୟସ୍ତ କରିଛି । ଉତ୍ତରପ୍ରଦେଶରେ ବିଜେପିର ସଂଗଠନକୁ ସୁଦୃଢ଼ କରିବାରେ ଶ୍ରୀ ବଂଶଲ ସଫଳ ହୋଇଥିବାରୁ ଏବେ ତାଙ୍କୁ ଓଡ଼ିଶା ଦାୟିତ୍ୱ ନ୍ୟସ୍ତ ହୋଇଛି । ତାଙ୍କ ମାର୍ଗଦର୍ଶନରେ ଦଳକୁ ପ୍ରଥମ ସଫଳତା ଧାମନଗରରେ ମିଳିଥିଲା । ଏବେ ଶାସକ ବିଜେଡି ପ୍ରତି ବିଜେପି ସାମାନ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଉତ୍ତମ ସମ୍ପର୍କ ରାଜ୍ୟବାସୀଙ୍କୁ ଏହି ଦୁଇ ଦଳର ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ରଖିଛି ।

ନିଶ୍ଚିହ୍ନ ହୋଇଗଲେଣି ରାଜନୀତିକ ଦଳ
ଓଡ଼ିଶା ରାଜନୀତିରେ ଶାସକ ବିଜେଡି ନିଜର ଦବଦବା ଗତ ଦୁଇଦଶନ୍ଧିରୁ ଅଧିକ ସମୟ ଧରି ରଖିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସକୁ ଛାଡ଼ି ଦେଲେ ଆଉ କୌଣସି ଦଳର ସ୍ଥିତି ପ୍ରାୟତଃ ନାହିଁ । ଓଡ଼ିଶାରେ ଏକଦା ସିପିଆଇ, ସିପିଏମ୍ , ବିଏସପି, ସମାଜବାଦୀ ପାର୍ଟି, ଆରଏସପି, ଆପ୍ , ଏନସିପି ଆଦି ଦଳଗୁଡ଼ିକର ପ୍ରଭାବ ରହିଥିଲା । କିନ୍ତୁ ୨୦୨୨ରେ ୩ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ,ବିଜେପି ଓ ବିଜେଡି ହିଁ ନିଜର ପ୍ରାର୍ଥୀ ଦେଇଥିଲେ । ଅବଶ୍ୟ ବ୍ରଜରାଜନଗର ଉପନିର୍ବାଚନରେ ସିପିଆଇ ନିଜର ପ୍ରାର୍ଥୀ ଦେଇ ପ୍ରାୟ ୨ ପ୍ରତିଶତ ଭୋଟ୍ ପାଇଥିଲା । କିନ୍ତୁ ଅନ୍ୟ କୌଣସି ଦଳ କେଉଁଠି ବି ନିର୍ବାଚନକୁ ଓହ୍ଲାଇ ନଥିଲେ କିମ୍ବା ନିଜର ସଂଗଠନକୁ ସଜାଡ଼ିବା ପାଇଁ ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଏହି ଦଳଗୁଡ଼ିକ ଏବେ ନିଜର ଅସ୍ତିତ୍ୱ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି । ୨୦୨୨ରେ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଏସବୁ ଦଳଗୁଡ଼ିକର ପ୍ରଭାବ ପ୍ରାୟତଃ ଶୂନ ରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story