ସୋଶାଲ ମିଡିଆରେ ଭାଇରାଲ୍ ହେଉଛି କ୍ୟାନସର୍‌ ପୀଡ଼ିତାଙ୍କ ବ୍ରାଇଡାଲ୍‌ ଲୁକ୍‌

ନୂଆଦିଲ୍ଲୀ: କ୍ୟାନସର୍‌ ଏପରି  ଏକ ରୋଗ, ଯାହାର ନାଁ ଶୁଣି ଲୋକଙ୍କ ଛାତି ଥରି ଉଠେ। ଏପରିକି କ୍ୟାନ୍ସରରୁ ଆରୋଗ୍ୟ ଲାଭ କରିଥିବା ମଣିଷ ମଧ୍ୟ ଏହି ଭୟରୁ ନିଜକୁ ମୁକ୍ତ କରିପାରେ ନାହିଁ । ରୋଗମୁକ୍ତ ହେଲେ ମଧ୍ୟ ନିଜ ଭିତରେ ବଞ୍ଚିବାର ଇଚ୍ଛା ଛାଡ଼ି ଦିଅନ୍ତି। ନୈରାଶ୍ୟ ମଧ୍ୟରେ କେବଳ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି…।  ହେଲେ ୨୮ ବର୍ଷୀୟା ବୈଷ୍ଣବୀ ଇନ୍ଦ୍ରନ୍ ପିଲ୍ଲଇ କ୍ୟାନ୍ସରରେ ପୀଡ଼ିତ ସମସ୍ତ ବ୍ୟକ୍ତି ବିଶେଷ କରି ମହିଳାଙ୍କ ପାଇଁ […]

cancer

cancer

Chinmayee Roy
  • Published: Monday, 04 March 2019
  • Updated: 04 March 2019, 03:16 PM IST

Sports

Latest News

ନୂଆଦିଲ୍ଲୀ: କ୍ୟାନସର୍‌ ଏପରି  ଏକ ରୋଗ, ଯାହାର ନାଁ ଶୁଣି ଲୋକଙ୍କ ଛାତି ଥରି ଉଠେ। ଏପରିକି କ୍ୟାନ୍ସରରୁ ଆରୋଗ୍ୟ ଲାଭ କରିଥିବା ମଣିଷ ମଧ୍ୟ ଏହି ଭୟରୁ ନିଜକୁ ମୁକ୍ତ କରିପାରେ ନାହିଁ । ରୋଗମୁକ୍ତ ହେଲେ ମଧ୍ୟ ନିଜ ଭିତରେ ବଞ୍ଚିବାର ଇଚ୍ଛା ଛାଡ଼ି ଦିଅନ୍ତି। ନୈରାଶ୍ୟ ମଧ୍ୟରେ କେବଳ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି...।  ହେଲେ ୨୮ ବର୍ଷୀୟା ବୈଷ୍ଣବୀ ଇନ୍ଦ୍ରନ୍ ପିଲ୍ଲଇ କ୍ୟାନ୍ସରରେ ପୀଡ଼ିତ ସମସ୍ତ ବ୍ୟକ୍ତି ବିଶେଷ କରି ମହିଳାଙ୍କ ପାଇଁ ଆତ୍ମବିଶ୍ୱାସ ଓ ସାହସର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି।

https://www.instagram.com/p/BuOA0iFHdAD/?utm_source=ig_web_copy_link

କ୍ୟାନସର ସହ ସଂଗ୍ରାମ କରି ମୁକ୍ତିଲାଭ କରିଥିବା ବୈଷ୍ଣବୀ ଇନ୍ଦ୍ରନ ପିଲ୍ଲଇ ଇନ୍‌ଷ୍ଟାଗ୍ରମ୍‌ରେ ନବି ଇନ୍ଦ୍ରନ୍ ପିଲ୍ଲଇ ନାଁରେ ପରିଚିତ। ନିକଟରେ ସେ ‘ଦ ବୋଲ୍ଡ ଇଣ୍ଡିଆନ୍‌ ବ୍ରାଇଡ୍‌’ ନାମକ ଏକ ବ୍ରାଇଡାଲ୍‌ ଫଟୋଶୁଟ୍‌ କରାଇଛନ୍ତି। ଫଟୋଶୁଟ୍‌ର ସମସ୍ତ ଫଟୋ ନବି ନିଜ ଇନ୍‌ଷ୍ଟାଗ୍ରମ୍‌ରେ ସେୟାର କରିଛନ୍ତି। ବ୍ରାଇଡଲ ଲୁକ୍‌ରେ ନବିଙ୍କର ଫଟୋ ସାମ୍ନାକୁ ଆସିବା ମାତ୍ରେ ହିଁ ଏହା ସୋଶାଲ ମିଡିଆରେ ଭାଇରାଲ ହୋଇଯାଇଛି।

https://www.instagram.com/p/BuLhbJdH_C0/?utm_source=ig_web_copy_link

ନବି ବ୍ରାଇଡଲ ଫଟୋଶୁଟ୍‌ରେ ଲାଲ୍‌ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି।   ମଥାରେ ସିନ୍ଥି ଓ ହେବି ଜୁଏଲାରି ପିନ୍ଧିଛନ୍ତି । କେତେକ ଫଟୋରେ ନବି ମୁଣ୍ଡରେ ଧଳା ରଙ୍ଗର ଓଢଶୀ ପକାଇ ପୋଜ୍‌ ଦେଇଛନ୍ତି। ନବିଙ୍କର ଏହି ଲୁକ୍‌ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସୁଛି।

ସେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଲେଖିଛନ୍ତି ଯେ ସବୁ ମହିଳା ନିଜ ବାହାଘରରେ ସବୁଠୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ହେଲେ କ୍ୟାନସର୍‌ ହେବା କାରଣରୁ ଅନେକ ମହିଳା ନିଜର ଏହି ଇଚ୍ଛାକୁ ମାରିଦେଇଥାନ୍ତି।

https://www.instagram.com/p/BuINabInVdn/?utm_source=ig_web_copy_link

ନବି ଲେଖିଛନ୍ତି, ‘କ୍ୟନ୍‌ସର୍‌ ଓ ଏହାର ଚିକିତ୍ସା ଆମ ଜୀବନର ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥାଏ। ଏହା ଦ୍ୱାରା ଆମ ସୌନ୍ଦର୍ଯ୍ୟରେ ଗ୍ରହଣ ଲାଗିଯାଏ। ଆତ୍ମବିଶ୍ୱାସକୁ ମାରିଦିଏ। ପ୍ରତ୍ୟେକ ଝିଅ  ନିଜ ବାହାଘରର ଅପେକ୍ଷା ଥାଏ।  ହେଲେ କ୍ୟାନସର୍ ହେବା କାରଣରୁ ଅନେକ ମହିଳା ନିଜର ଏହି ଇଚ୍ଛାକୁ ମନରେ ହିଁ ମାରିଦିଅନ୍ତି। ଆଉ କିଛି ମହିଳା ତ ବାହା ହେବାର ଇଚ୍ଛା ବି ଛାଡ଼ି ଦେଇଥାନ୍ତି।’

https://www.instagram.com/p/BuP4sU-H8Qn/?utm_source=ig_web_copy_link

ନବି  ଦୁଇଥର କ୍ୟାନସର୍‌ରେ ଆକ୍ରାନ୍ତ ହୋଇ ସାରିଛନ୍ତି ।  ୨୦୧୩ରେ ନବିଙ୍କୁ ପ୍ରଥମେ ବ୍ରେଷ୍ଟ କ୍ୟାନସର୍ ହୋଇଥିଲା। ସେତେବେଳେ ତାଙ୍କୁ ୨୨ ବର୍ଷ ହୋଇଥିଲା । ଏହାପରେ ନବି ଚିକିତ୍ସା କରାଇ ୨୦୧୫ରେ ସମ୍ପୂର୍ଣ ସୁସ୍ଥ ହୋଇ ଯାଇଥିଲେ। ଏହାପରେ ସେ ଭଲ ଟାକିରି କରି ଖୁସିରେ ଜୀବନ କାଟୁଥିଲେ। ହେଲେ ସେହି ବର୍ଷ ଜୁଲାଇ ମାସରେ ମାଲେସିଆର ଏକ ହେଲଥ କେୟାରରେ ଚେକ ଅପ୍‌ କରାଇବା ପରେ ତାଙ୍କୁ ଜଣାପଡ଼ିଲା ଯେ ସେ ପୁଣି ଥରେ କ୍ୟାନସର ଶୀକାର ହୋଇଛନ୍ତି। ଏଥର ତାଙ୍କ ବ୍ୟାକବୋନରେ କ୍ୟାନସର୍‌ ହୋଇଥିଲା। ଅନେକ କେମୋ ଥେରାପି କରାଇଥିଲେ। ଶେଷରେ ୨୦୧୮ରେ ସେ ନିଜ ଆତ୍ମବିସ୍ୱାସ ଓ ବଞ୍ଚିବାର ଦୃଢ଼ ଇଚ୍ଛାଶକ୍ତି ବଳରେ ପୁଣିଥରେ କ୍ୟାନସର୍‌କୁ ହରାଇ ଦେଇଥିଲେ । ଏବେ ସେ ସମ୍ପୂର୍ଣ୍ଣ  ସୁସ୍ଥ ଜୀବନ ବିତାଉଛନ୍ତି। 

https://www.instagram.com/p/BtNf8t0n42h/?utm_source=ig_web_copy_link

ନବି ମାଲେସିଆରେ ଜଣେ ମୋଟିଭେଶନାଲ୍ ସ୍ପିକର ଓ ଡ୍ୟାନ୍‌ସର ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story