ପାଞ୍ଚଟି ଶ୍ରେଣୀକୁ ଦୁଇଟି କୋଠରୀ

ନିଆଳି (ବିନୟ ମିଶ୍ର): ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ରହିଛି ପ୍ରତାପରୁଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ତିନି ଜଣ ଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ପାଞ୍ଚଟି ଶ୍ରେଣୀର ପିଲା ଦୁଇ କୋଠରୀରେ ବସି ପାଠ ପଢ଼ନ୍ତି। ଫଳରେ ପିଲାମାନଙ୍କୁ ପଢ଼ିବାରେ ଅସୁବିଧା ହେଉଛି। ପୂର୍ବରୁ ଏହି ସ୍କୁଲରେ ଚାରି […]

pump99

Tapaswini Nayak
  • Published: Friday, 14 February 2020
  • , Updated: 14 February 2020, 01:26 PM IST

ନିଆଳି (ବିନୟ ମିଶ୍ର): ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ରହିଛି ପ୍ରତାପରୁଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ତିନି ଜଣ ଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ପାଞ୍ଚଟି ଶ୍ରେଣୀର ପିଲା ଦୁଇ କୋଠରୀରେ ବସି ପାଠ ପଢ଼ନ୍ତି। ଫଳରେ ପିଲାମାନଙ୍କୁ ପଢ଼ିବାରେ ଅସୁବିଧା ହେଉଛି।

ପୂର୍ବରୁ ଏହି ସ୍କୁଲରେ ଚାରି ବଖରା ଘର ଥିଲା। ପିଲାମାନେ ସେଠାରେ ସୁବିଧାରେ ବସି ପାଠ ପଢ଼ୁଥିଲେ। କିନ୍ତୁ ‘ଫୋନି’ ବାତ୍ୟାରେ ସ୍କୁଲ୍‌ ଘରର ଆଜବେଷ୍ଟ ଉଡ଼ିଯାଇଥିଲା। ସେବେଠାରୁ ସେହି ଚାରି ବଖରା ଘର ସେମିତି ପଡ଼ି ରହିଛି।

ଜଣେ ଛାତ୍ରୀ କହିଛନ୍ତି, “ଆମ ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଦୁଇଟି ଶ୍ରେଣୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ମିଶି ପାଠ ପଢ଼ୁଛୁ। ଫଳରେ ବହୁତ ଅସୁବିଧା ହେଉଛି।”

ଏହି ସ୍କୁଲର ଆଉ ଏକ ସମସ୍ୟା ହେଉଛି ପାଣି। ସ୍କୁଲରେ ଦୁଇଟି ନଳକୂପ ରହିଛି। ହେଲେ ସେଥିରୁ ନାଲି ପାଣି ବାହାରୁଛି, ଯାହା ପିଇବା ଉପଯୋଗୀ ନୁହେଁ। ଫଳରେ ପିଲାମାନେ ଘରୁ ଆଣି ପାଣି ପିଇଥା’ନ୍ତି।। ପିଲାମାନେ ଖେଳିବାକୁ ଖେଳ ପଡ଼ିଆ ବି ନାହିଁ। ଫଳରେ ଖେଳ ଛୁଟିରେ ପିଲାମାନେ ଖେଳିପାରନ୍ତି ନାହିଁ।ସେହିପରି ସ୍କୁଲର ଚତୁଃପାର୍ଶ୍ୱରେ ପାଚେରି ନାହିଁ। ବିଦ୍ୟାଳୟର ସମସ୍ୟା ନେଇ ବାରମ୍ବାର ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମାବାସୀ ଅଭିଯୋଗ ହୋଇଛି।

ଗ୍ରାମବାସୀ ରବୀନ୍ଦ୍ର ନାଥ ନନ୍ଦ କହିଛନ୍ତି, “ଏହି ସ୍କୁଲ ଚତୁଃପାର୍ଶ୍ୱରେ ପାଚେରି ନାହିଁ। ପାଚେରି କରିବା ନେଇ ଆମେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ପାଚେରି ନ ଥିବାରୁ ଦୁର୍ଘଟଣା ଭୟ ରହୁଛି। କାରଣ ସାମ୍ନାରେ ରାସ୍ତା ଅଛି। ଏହି ରାସ୍ତାରେ ଭୁବନେଶ୍ୱର ଓ ପାରାଦୀପକୁ ଗାଡ଼ି ଚଳାଚଳ କରୁଛି।”

ରାଜ୍ୟରେ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନର ମାନ ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ପ୍ରକୃତ ପକ୍ଷେ ତାହା ଅନେକ ସ୍ଥାନରେ ସଫଳ ରୂପାୟନ ହେଉ ନଥିବା ଦେଖିବାକୁ ମିଳୁଛି।

Related story