ଭିଡ଼ ଜମେ ଉଡ଼ିବାକୁ, ଜାଣନ୍ତୁ ଦେଶର ଟପ୍‌-10 ବ୍ୟସ୍ତବହୁଳ ଏୟାରପୋର୍ଟ

ନୂଆଦିଲ୍ଲୀ: ଆଜିର ଆଧୁନିକ ଦୁନିଆରେ ସମସ୍ତେ ଚାହାଁନ୍ତି ସବୁ କିଛି ଖୁବ କମ ସମୟରେ କିପରି ସମ୍ଭବ ହୋଇଯାଆନ୍ତା। ଦିନ ଥିଲା ଦୂରଦୂରାନ୍ତଙ୍କୁ ଯିବାକୁ ହେଲେ ଟ୍ରେନ ଯୋଗେ ଯିବାକୁ ପଡୁଥିଲା। ହେଲେ ଆଜି ଅଳ୍ପ ସମୟ ଭିତରେ ହଜାର ହଜାର କିଲୋମିଟର ଦୂରତାକୁ ଅତିକ୍ରମ କରି ହେଉଛି। ଏହା କେବଳ ସମ୍ଭବ ହୋଇପାରିଛି ଉଡ଼ାଜାହାଜ ପାଇଁ। ଦିନକୁ ଦିନ ଉଡ଼ାଜାହାଜର ବ୍ୟବହାର ବଢିବଢି ଚାଲିଛି। ଦିନ ଥିଲା କେବଳ ଧନୀ ଶ୍ରେଣୀୟ ଲୋକମାନେ ଏହାର ବ୍ୟବହାର […]

mumbai

mumbai

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 11:31 PM IST

Sports

Latest News

ନୂଆଦିଲ୍ଲୀ: ଆଜିର ଆଧୁନିକ ଦୁନିଆରେ ସମସ୍ତେ ଚାହାଁନ୍ତି ସବୁ କିଛି ଖୁବ କମ ସମୟରେ କିପରି ସମ୍ଭବ ହୋଇଯାଆନ୍ତା। ଦିନ ଥିଲା ଦୂରଦୂରାନ୍ତଙ୍କୁ ଯିବାକୁ ହେଲେ ଟ୍ରେନ ଯୋଗେ ଯିବାକୁ ପଡୁଥିଲା। ହେଲେ ଆଜି ଅଳ୍ପ ସମୟ ଭିତରେ ହଜାର ହଜାର କିଲୋମିଟର ଦୂରତାକୁ ଅତିକ୍ରମ କରି ହେଉଛି। ଏହା କେବଳ ସମ୍ଭବ ହୋଇପାରିଛି ଉଡ଼ାଜାହାଜ ପାଇଁ। ଦିନକୁ ଦିନ ଉଡ଼ାଜାହାଜର ବ୍ୟବହାର ବଢିବଢି ଚାଲିଛି। ଦିନ ଥିଲା କେବଳ ଧନୀ ଶ୍ରେଣୀୟ ଲୋକମାନେ ଏହାର ବ୍ୟବହାର କରୁଥିଲେ। ଆଜିକାଲି କିନ୍ତୁ ଆବଶ୍ୟକତା ଅନୁସାରେ ସାଧାରଣ ଲୋକ ବି ଏହାର ବ୍ୟବହାର କରୁଥିବାର ଦେଖାଗଲାଣି। ବିଶ୍ୱର ଭାରତ ଦ୍ୱିତୀୟ ଜନସଂଖ୍ୟା ବହୁଳ ରାଷ୍ଟ୍ର ହୋଇଥିବାରୁ ଭାରତରେ ମଧ୍ୟ ଉଡ଼ାଜାହଜର ବ୍ୟବହାର ବହୁ ମାତ୍ରାରେ ବଢିଚାଲିଛି। ତେବେ ଆସନ୍ତୁ ଯାଣିବା ଭାରତରେ ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟର ତାଲିକା।

୧-ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

ଦିଲ୍ଲୀରେ ଅବସ୍ଥିତ ଏହି ଏୟାର ପୋର୍ଟ ପୃଥିବୀର ୨୫ତମ ବ୍ୟସ୍ତବହୁଳ ଏୟାରପୋର୍ଟ ହୋଇଥିବା ବେଳେ ଏସିଆରେ ଏହା ୧୨ତମ ବ୍ୟସ୍ତବହୁଳ ଏୟାରପୋର୍ଟ ମାନ୍ୟତା ପାଇଛି। ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରୁଥିବା ଏହି ଏୟାରପୋର୍ଟ ଭାରତରେ ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟ ଭାବେ ଗଣାଯାଉଛି। ୫୧୦୬ ଏକର ପରିଧି ଭିତରେ ଏହି ଏୟାରପୋର୍ଟ ଅବସ୍ଥିତ। ପୃଥିବୀର ସର୍ବାଧିକ ଦେଶକୁ ସିଧାସଳଖ ଫ୍ଲାଇଟ୍‌ ଏଠାରୁ ହିଁ ମିଳିଥାଏ।

୨-ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭାରତର ଦ୍ୱିତୀୟ ବ୍ୟସ୍ତବହୁଳ ଏୟାରପୋର୍ଟ ରୂପେ ଗଣାଯାଏ। ଏହି ଏୟାରପୋର୍ଟରେ ମୋଟ ୫ଟି ଟର୍ମିନାଲ ରହିଛି। ଏହା ମଧ୍ୟ ବିଶ୍ୱର ୩୫ତମ ବ୍ୟସ୍ତ ବହୁଳ ଏୟାରପୋର୍ଟ।

୩- କେମ୍ପେଗୋଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

ବାଙ୍ଗାଲୋରଠାରେ ଅବସ୍ଥିତ ଏହି ଏୟାରପୋର୍ଟ ଟି ଭାରତର ତୃତୀୟ ବ୍ୟସ୍ତବହୁଳ ଏୟାରପୋର୍ଟ। ୪୦୦୦ ଏକର ପରିଧିରେ ଏହି ଏୟାରପୋର୍ଟ ରହିଥିବା ବେଳେ ବିଭିନ୍ନ ଦେଶକୁ ମଧ୍ୟ ପ୍ରତ୍ୟୋକ ଦିନ ସିଧାସଳଖ ଫ୍ଲାଇଟ୍‌ ଏଠାରୁ ମିଳିଥାଏ।

୪-ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

ଚେନ୍ନାଇରେ ଅବସ୍ଥିତ ଏହି ଏୟାରପୋର୍ଟ ବ୍ୟସ୍ତବହୁଳ ତାଲିକାରେ ଭାରତରେ ୪ର୍ଥ ନମ୍ବରରେ ରହିଛି। ଦୈନଦିନ ୪୦୦ ଫ୍ଲାଇଟ୍‌ ଏଠାରୁ ଉଡିଥାଏ। ଦକ୍ଷିଣ ଭାରତରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏୟାରପୋର୍ଟ ହୋଇଥିବା ବେଳେ ବାର୍ଷିକ ୧୬ ମିଲିୟନ ଯାତ୍ରୀ ଏହି ଏୟାରପୋର୍ଟ ଉପରେ ନିର୍ଭର କରିଥାନ୍ତି।

୫-ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

ହାଇଦ୍ରାବାଦରେ ଅବସ୍ଥିତ ଏହି ଏୟାରପୋର୍ଟ ଟି ଭାରତର ପଞ୍ଚମ ବ୍ୟସ୍ତବହୁଳ ଏୟାରପୋର୍ଟ। ୧୨ ମିଲିୟନରୁ ଊର୍ଦ୍ଧ୍ୱ ଯାତ୍ରୀ ବାର୍ଷିକ ଏହି ଏୟାରପୋର୍ଟ ଉପରେ ନିର୍ଭର କରିଥାନ୍ତି। ଏହାସହ ପ୍ରତ୍ୟୋକ ଦିନ ସିଧାସଳଖ ବିଭିନ୍ନ ଦେଶକୁ ଏଠାରୁ ଫ୍ଲାଇଟ୍‌ ଉଡିଥାଏ।

୬-ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

କୋଲିକାତାରେ ଅବସ୍ଥିତ ଏହା ହେଉଛି ଦେଶର ୬ଷ୍ଠ ବ୍ୟସ୍ତବହୁଳ ଏୟାରପୋର୍ଟ। ୨୪୬୦ ଏକର ପରିଧି ଭିତରେ ରହିଥିବା ଏହି ଏୟାରପୋର୍ଟ ଦମ୍‌ଦମ୍‌ ଏୟାର ପୋର୍ଟ ନାଁରେ ମଧ୍ୟ ଜଣାଯାଏ। ଏଠାରୁ ମଧ୍ୟ ସିଧାସଳକ ବିଭିନ୍ନ ଦେଶକୁ ଫ୍ଲାଇଟ୍‌ ଉଡିଥାଏ।

୭-କୋଚିନ୍‌ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

କେରଳରେ ଅବସ୍ଥିତ ଏହି ଏୟାରପୋର୍ଟ ଭାରତର ପ୍ରଥମ ସୋଲାର ଶକ୍ତି ନିର୍ଭରଶୀଳ ଏୟାରପୋର୍ଟ। ଏହି ଏୟାରପୋର୍ଟରେ ୩ଟି ଟର୍ମିନାଲ ଥିବାବେଳେ ୨୦୦୦ ଏକର ପରିଧି ଭିତରେ ଏହା ରହିଛି।

୮-ସର୍ଦ୍ଦାର ବଲ୍ଲଭଭାଇ ପଟେଲ  ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

ଅହମଦାବାଦଠାରେ ଅବସ୍ଥିତ ଏହି ଏୟାରପୋର୍ଟଟି ବ୍ୟସ୍ତବହୁଳ ଦୃଷ୍ଟିରୁ ତାଲିକାରେ ୮ମ ସ୍ଥାନରେ ରହିଛି। ୧୯୩୭ ମସିହାରେ ଆରମ୍ଭ ହୋଇଥିବା ଏହି ଏୟାରପୋର୍ଟରେ ୩ଟି ଟର୍ମିନାଲ ରହିଛି। ଏଠାରୁ ମଧ୍ୟ ସିଧାସଳକ  ବିଭିନ୍ନ ଦେଶକୁ ଫ୍ଲାଇଟ୍‌ ଉଡିଥାଏ।

୯-ଗୋଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

୧୯୫୫ ମସିହାରୁ ଆରମ୍ଭ ହୋଇଥିବା ଏହି ଏୟାରପୋର୍ଟ ବହୁ ଜଣାଶୁଣା। ଦୌନଦିନ ହଜାର ହଜାର ପର୍ଯ୍ୟଟକ ଏହି ଏୟାରୋପର୍ଟ ଦେଇ ଗୋଆ ଆସିଥାନ୍ତି। ୧୭୦୦ ଏକର ପରିଧି ଭିତରେ ଏହା ଅବସ୍ଥିତ। ଏଠାରୁ ବହୁ ଦେଶକୁ ସିଧାସଳଖ ଫ୍ଲାଇଟର ବ୍ୟବସ୍ଥା ରହିଛି।

୧୦- ପୁଣେ  ଇଣ୍ଟରନ୍ୟାସନାଲ ଏୟାରପୋର୍ଟ

୨୫୩୫ ଏକର  ପରିଧି ଭିତରେ ପୁଣେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅବସ୍ଥିତ । ବିଭିନ୍ନ ଦେଶରୁ ଛାତ୍ରଛାତ୍ରୀ ମାନେ ସିଧାସଳଖ ଶିକ୍ଷା ଗ୍ରହଣ ପାଇଁ ଏଠାକୁ ଆସିଥାନ୍ତି। ପାଖାପାଖି ୭୦ଟି ଦେଶରୁ ଛାତ୍ରଛାତ୍ରୀ ମାନେ ଏହି ଏୟାରପୋର୍ଟ ମାଧ୍ୟମରେ ଏଠାକୁ ଆସିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story