ପୁଅକୁ ହେଲିକପ୍ଟରରେ ପଠାଇଲେ ସ୍କୁଲ୍

ନିଜ ଛୁଆଙ୍କୁ ସାଧାରଣତଃ ବାପାମା’ ସେମାନଙ୍କ ବାଇକ୍ ଓ କାରରେ ଆଣି ସ୍କୁଲ୍‌ରେ ଛାଡ଼ନ୍ତି। ଆହୁରି ଅନେକ ଛୁଆ ସ୍କୁଲ୍ ବସ୍, ଅଟୋ ଆଦିରେ ଆସନ୍ତି। କିନ୍ତୁ ଏ ଘଟଣାଟି ବିଲ୍‌କୁଲ୍ ଅଲଗା। ୟୁକ୍ରେନର ଜଣେ ବ୍ୟକ୍ତି ନିଜ ଛୁଆକୁ ସ୍କୁଲ୍‌ରେ ଛାଡ଼ିବା ପାଇଁ ଏକ ହେଲିକପ୍ଟରର ବ୍ୟବହାର କରିଥିଲେ। କଥାଟା ଏମିତି। ୟୁକ୍ରେନର ପୂର୍ବତନ କ୍ରୀଡ଼ା ମନ୍ତ୍ରୀଙ୍କ ପୁଅ ସ୍କୁଲ୍ ଯିବାରେ ବିଳମ୍ବ ହୋଇଯାଇଥିଲା। ସଡ଼କ ପଥରେ ଗଲେ ଆହୁରି ବିଳମ୍ବ ହୋଇଯିବା ନିଶ୍ଚିତ ଥିଲା। […]

ukraine

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 10:53 AM IST

ନିଜ ଛୁଆଙ୍କୁ ସାଧାରଣତଃ ବାପାମା’ ସେମାନଙ୍କ ବାଇକ୍ ଓ କାରରେ ଆଣି ସ୍କୁଲ୍‌ରେ ଛାଡ଼ନ୍ତି। ଆହୁରି ଅନେକ ଛୁଆ ସ୍କୁଲ୍ ବସ୍, ଅଟୋ ଆଦିରେ ଆସନ୍ତି। କିନ୍ତୁ ଏ ଘଟଣାଟି ବିଲ୍‌କୁଲ୍ ଅଲଗା। ୟୁକ୍ରେନର ଜଣେ ବ୍ୟକ୍ତି ନିଜ ଛୁଆକୁ ସ୍କୁଲ୍‌ରେ ଛାଡ଼ିବା ପାଇଁ ଏକ ହେଲିକପ୍ଟରର ବ୍ୟବହାର କରିଥିଲେ।

କଥାଟା ଏମିତି। ୟୁକ୍ରେନର ପୂର୍ବତନ କ୍ରୀଡ଼ା ମନ୍ତ୍ରୀଙ୍କ ପୁଅ ସ୍କୁଲ୍ ଯିବାରେ ବିଳମ୍ବ ହୋଇଯାଇଥିଲା। ସଡ଼କ ପଥରେ ଗଲେ ଆହୁରି ବିଳମ୍ବ ହୋଇଯିବା ନିଶ୍ଚିତ ଥିଲା। ତେଣୁ ପୁଅକୁ ଠିକ୍ ସମୟରେ ସ୍କୁଲରେ ପହଞ୍ଚାଇବା ପାଇଁ ସେ ଏକ ହେଲିକପ୍ଟର ପଠାଇଥିଲେ। ସ୍କୁଲ୍ ପରିସରରେ ହେଲିକପ୍ଟର ପହଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେଠାରେ ଉପସ୍ଥିତ ଲୋକେ ଏହି ଦୃଶ୍ୟକୁ ଉତ୍ତୋଳନ କରି ଇଣ୍ଟରନେଟ୍‌ରେ ଛାଡ଼ି ଦେଲେ। ଏହା ଏବେ ଭାଇରାଲ୍ ହୋଇଯାଇଛି।

Related story