ଅବିଶ୍ୱାସନୀୟ: ୪୦ ଫୁଟ୍ ଉଚ୍ଚ ପାହାଡ଼ରୁ ପଡ଼ିଗଲା ଗର୍ଭବତୀ ଗାଈ, କିଛି ହେଲାନି

ଲଣ୍ଡନ: ଓଡ଼ିଆରେ ଗୋଟେ କଥା ଅଛି- ରଖେ ହରି ମାରେ କିଏ। ଆପଣମାନେ ଏହି କଥାଟି ଅନେକ ଥର ଶୁଣିଥିବେ। ଏଥର ଏକଥାଟି ପୁଣି ଥରେ ପ୍ରମାଣିତ ହୋଇଛି ଇଂଲଣ୍ଡର ରାଜଧାନୀ ଲଣ୍ଡନରେ। ଏଠାରେ ଏକ ଗର୍ଭବତୀ ଗାଈ ୪୦ ଫୁଟ୍ ଉଚ୍ଚ ପାହାଡ଼ରୁ ନଦୀରେ ଖସି ପଡ଼ିଲା। କିନ୍ତୁ ଗାଈଟିର କିଛି ହେଲା ନାହିଁ। ବିବିସିରେ ପ୍ରକାଶିତ ଖବର ଅନୁଯାୟୀ ଗାଈଟି ପହଁରି ପହଁରି ଏକ ଦୀପରେ ପହଞ୍ଚି ଯାଇଥିଲା। ତା’ପରେ ୯ ଘଣ୍ଟାର କସରତ […]

cow

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 01:56 PM IST

ଲଣ୍ଡନ: ଓଡ଼ିଆରେ ଗୋଟେ କଥା ଅଛି- ରଖେ ହରି ମାରେ କିଏ। ଆପଣମାନେ ଏହି କଥାଟି ଅନେକ ଥର ଶୁଣିଥିବେ। ଏଥର ଏକଥାଟି ପୁଣି ଥରେ ପ୍ରମାଣିତ ହୋଇଛି ଇଂଲଣ୍ଡର ରାଜଧାନୀ ଲଣ୍ଡନରେ। ଏଠାରେ ଏକ ଗର୍ଭବତୀ ଗାଈ ୪୦ ଫୁଟ୍ ଉଚ୍ଚ ପାହାଡ଼ରୁ ନଦୀରେ ଖସି ପଡ଼ିଲା। କିନ୍ତୁ ଗାଈଟିର କିଛି ହେଲା ନାହିଁ। ବିବିସିରେ ପ୍ରକାଶିତ ଖବର ଅନୁଯାୟୀ ଗାଈଟି ପହଁରି ପହଁରି ଏକ ଦୀପରେ ପହଞ୍ଚି ଯାଇଥିଲା। ତା’ପରେ ୯ ଘଣ୍ଟାର କସରତ ପରେ ଗାଈଟିକୁ ପାହାଡ଼ ଉପରକୁ ଅଣାଯାଇଥିଲା।

ଗାଈଟି ଏବେ ପୂରା ସୁସ୍ଥ ଅଛି। ସେ ପୁଣି କ୍ଷେତରେ ଚରୁଛି। ଗାଈଟିକୁ ସୁସ୍ଥ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଓ ତା’ସହିତ ଖୁସି ମଧ୍ୟ।

 

Related story