କ’ଣ ଏହି ଜିକା ଭାଇରସ୍‌? କାହିଁକି ପୂରା ଜଗତକୁ ଘାରିଛି ଜିକାର ଭୟ? ପଢ଼ନ୍ତୁ ଏହା ଠାରୁ କେମିତି ରହିବେ ସୁରକ୍ଷିତ

ମଶା ଠାରୁ ବ୍ୟାପୁଥିବା ଜିକା ଭାଇରାସ୍‌ ଦ୍ୱାରା ଗୁଜରାଟର ଅହମଦାବାଦରେ ତିନି ଜଣ ଆକ୍ରାନ୍ତ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି। ଏହି ତିନି ଜଣଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି। ତେବେ କ’ଣ ଏହି ଜିକା ଭାଇରସ୍‌? କାହିଁକି ଏହାକୁ ସାରା ବିଶ୍ୱର ଭୟ? ଜିକା ଭାଇରସ୍‌ର ପ୍ରକୋପରୁ ବଞ୍ଚିବାର ଉପାୟ କ’ଣ? କ’ଣ ଏହି ଜିକା ଭାଇରସ୍? ଜିକା ଭାଇରସ୍ ଏଡିସ୍‌, ଏଜିପ୍ଟି ଓ ଅନ୍ୟ ମଶାଙ୍କ ଠାରୁ […]

zika

zika

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 01:38 PM IST

Sports

Latest News

ମଶା ଠାରୁ ବ୍ୟାପୁଥିବା ଜିକା ଭାଇରାସ୍‌ ଦ୍ୱାରା ଗୁଜରାଟର ଅହମଦାବାଦରେ ତିନି ଜଣ ଆକ୍ରାନ୍ତ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି। ଏହି ତିନି ଜଣଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି। ତେବେ କ’ଣ ଏହି ଜିକା ଭାଇରସ୍‌? କାହିଁକି ଏହାକୁ ସାରା ବିଶ୍ୱର ଭୟ? ଜିକା ଭାଇରସ୍‌ର ପ୍ରକୋପରୁ ବଞ୍ଚିବାର ଉପାୟ କ’ଣ?

କ’ଣ ଏହି ଜିକା ଭାଇରସ୍?

ଜିକା ଭାଇରସ୍ ଏଡିସ୍‌, ଏଜିପ୍ଟି ଓ ଅନ୍ୟ ମଶାଙ୍କ ଠାରୁ ବ୍ୟାପୀ ଥାଏ। ଏହି ମଶାଗୁଡ଼ିକ ଦ୍ୱାରା ଚିକନଗୁନିଆ ଓ ଡେଙ୍ଗୁ ମଧ୍ୟ ବ୍ୟାପୀ ଥାଏ।

ଜିକାର ଲକ୍ଷଣ?

ଜିକା ଭାଇରସ୍‌ର ଶିକାର ହୋଇଥିବା ଲୋକଙ୍କୁ ଜ୍ୱର ହୁଏ। ଗଣ୍ଠିରେ ଯନ୍ତ୍ରଣା ହୁଏ। ଶରୀରରେ ଲାଲ୍ ଦାଗ ପଡ଼ିଯାଏ। ଥକା ଲାଗେ। ମୁଣ୍ଡ ବିନ୍ଧେ। ଆଖି ଲାଲ୍ ହୋଇଯାଏ।

ଜିକା ଭାଇରସ୍‌ର ପ୍ରଭାବ

ଜିକା ଭାଇରସ୍‌ର ଶିକାର ହେଲେ ମାଇକ୍ରୋକେଫେଲୀ ହେବାର ବିପଦ ରହେ। ଏହାର ପ୍ରଭାବରେ ଜନ୍ମ ହେଉଥିବା ଶିଶୁର ଆକାର ଛୋଟ ହୋଇଥାଏ। ପୁଣି ସେମାନେ ଅବିକଶିତ ମସ୍ତିଷ୍କ ସହିତ ଜନ୍ମ ହୁଅନ୍ତି।

ଏହା ନର୍ଭସ୍ ସିଷ୍ଟମ୍‌କୁ ମଧ୍ୟ ଆକ୍ରାନ୍ତ କରେ। ଫଳରେ ଲୋକେ ପକ୍ଷାଘାତର ଶିକାର ହୁଅନ୍ତି।

କେବେ ହେଲା ଚିହ୍ନଟ?

୧୯୪୭ ମସିହାରେ ପ୍ରଥମ ଥର ପାଇଁ ଜିକା ଭାଇରସ୍‌ର ଚିହ୍ନଟ ହେଲା। ଏହା ପରେ ଅନେକ ଥର ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକରେ ଏହି ଭାଇରସ୍ ବ୍ୟାପିଛି। ଭାରତ ଏହି ଭାଇରସ୍‌ ଠାରୁ ଦୂରରେ ଥିଲା। କିନ୍ତୁ ଗତକାଲି ଜଣାପଡ଼ିଛି ଯେ ଏହା ଦ୍ୱାରା ଗୁଜରାଟରେ ତିନି ଜଣ ଆକ୍ରାନ୍ତ ହୋଇଛି।

କେମିତି ଜିକା ଭାଇରସ୍‌କୁ ରୋକିବେ?

ଜିକା ଭାଇରସ୍‌କୁ ମାତ୍ ଦେବାର ସବୁଠୁ ଭଲ ଉପାୟ ହେଉଛି ମଶାକୁ ରୋକ। ଘର ଆଖପାଖରେ ପାଣି ଜମା କରି ରଖନ୍ତୁ ନାହିଁ। ବାଲ୍‌ଟି, କୁଲର ଆଦିରେ ପାଣି ଜମା କରି ରଖନ୍ତୁ ନାହିଁ।

ପୂରା ଶରୀରକୁ ଘୋଡ଼ାଇ ହେଲା ଭଳି ହାଲ୍‌କା ରଙ୍ଗର ପୋଷାକ ପିନ୍ଧନ୍ତୁ।

ଜ୍ୱର, ଗଳାରେ ଯନ୍ତ୍ରଣା, ଗଣ୍ଠିରେ ପୀଡ଼ା ଓ ଆଖି ଲାଲ ଭଳି ଲକ୍ଷଣ ଦେଖାଗଲେ ଅଧିକ ପରିମାଣରେ ତରଳ ପଦାର୍ଥ ଖାଆନ୍ତୁ ଓ ପୂରା ଆରାମ୍ କରନ୍ତୁ। ସ୍ଥିତିରେ ସୁଧାର ନ ଆସିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଜିକା ଭାଇରସ୍ ପାଇଁ ଏଯାଏଁ କୌଣସି ଟିକା ବାହାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story