ଚୀନବାସୀ ପସନ୍ଦ କରନ୍ତି ନାହିଁ କ୍ରିକେଟ, କାହିଁକି ଜାଣିଛନ୍ତି ?    

ବେଜିଂ: ବିଶ୍ୱର ବିଭିନ୍ନ ଦେଶରେ କ୍ରିକେଟ ଲାଗି ଫ୍ୟାନ୍ସଙ୍କ ମଧ୍ୟରେ ପାଗଳାମି ପରିଲକ୍ଷିତ ହୁଏ। ମ୍ୟାଚ ଆରମ୍ଭରୁ ଶେଷ ଯାଏ ଟିଭି ପାଖ ଛାଡନ୍ତିନି ଦର୍ଶକ। କିଏ ଜିତିବ, ହାରିବ ତାକୁ ନେଇ ଚାଲେ ତର୍କ ବିତର୍କ। ହେଲେ ଚୀନବାସୀ ଏଥିରେ ବ୍ୟତିକ୍ରମ। ସେମାନେ ଏହି ଖେଳକୁ ଖାସ ପସନ୍ଦ କରନ୍ତି ନାହିଁ। ବୈଷୟିକ ଜ୍ଞାନ କୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ୍‌ ଆଗରେ ରହିଥିବା ଏହି ଦେଶରେ ଅଲମ୍ପିକ୍‌କୁ ଢେର ଗୁରୁତ୍ୱ ଦିଆଯାଇଥାଏ। ଏହି ଦେଶରେ […]

cricket-1..

cricket-1..

Niharika Rout
  • Published: Wednesday, 15 May 2019
  • Updated: 15 May 2019, 12:53 PM IST

ବେଜିଂ: ବିଶ୍ୱର ବିଭିନ୍ନ ଦେଶରେ କ୍ରିକେଟ ଲାଗି ଫ୍ୟାନ୍ସଙ୍କ ମଧ୍ୟରେ ପାଗଳାମି ପରିଲକ୍ଷିତ ହୁଏ। ମ୍ୟାଚ ଆରମ୍ଭରୁ ଶେଷ ଯାଏ ଟିଭି ପାଖ ଛାଡନ୍ତିନି ଦର୍ଶକ। କିଏ ଜିତିବ, ହାରିବ ତାକୁ ନେଇ ଚାଲେ ତର୍କ ବିତର୍କ। ହେଲେ ଚୀନବାସୀ ଏଥିରେ ବ୍ୟତିକ୍ରମ। ସେମାନେ ଏହି ଖେଳକୁ ଖାସ ପସନ୍ଦ କରନ୍ତି ନାହିଁ।

ବୈଷୟିକ ଜ୍ଞାନ କୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ୍‌ ଆଗରେ ରହିଥିବା ଏହି ଦେଶରେ ଅଲମ୍ପିକ୍‌କୁ ଢେର ଗୁରୁତ୍ୱ ଦିଆଯାଇଥାଏ। ଏହି ଦେଶରେ ପିଲାଙ୍କୁ ଛୋଟ ଦିନୁ ଅଲମ୍ପିକ୍‌ ଲାଗି ପ୍ରଶିକ୍ଷଣ ଦିଆଯାଏ। ଫଳରେ ସେମାନେ ସବୁ ଅଲମ୍ପିକ୍ସ ଗେମ୍‌ରେ ଭଲ ପ୍ରଦର୍ଶନ କରିବା ସହ ବହୁ ଅଧିକ ମେଡାଲ ମଧ୍ୟ ନିଜ ନାମରେ କରାଇ ନିଅନ୍ତି।

ଏପରି କ୍ଷେତ୍ରରେ ଏହି ଦେଶରେ କ୍ରିକେଟ ପ୍ରତି ଲୋକଙ୍କ ମଧ୍ୟରେ ସେପରି ଲୋକପ୍ରିୟତା ନାହିଁ। ଏହି ଦେଶରେ କ୍ରିକେଟ ଖେଳା ଯାଏ ନାହିଁ କିମ୍ୱା ଏଠାକାର ନାଗରିକ ମଧ୍ୟ ଏହାକୁ ପସନ୍ଦ କରନ୍ତି ନାହିଁ।  ହେଲେ ଆପଣ ଏହାର କାରଣ ଜାଣିଛନ୍ତି କି ?

ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚୀନରେ ଅଲମ୍ପିକ୍‌କୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍‌ ଆଗ୍ରହ ଥାଏ। ଯେହେତୁ ଅଲମ୍ପିକ୍‌ରେ କ୍ରିକେଟ ସାମିଲ ନାହିଁ ସେଥିଲାଗି ଚୀନବାସୀ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରନ୍ତି ନାହିଁ।

ଦ୍ୱିତୀୟ କାରଣ ହେଲା,  ବ୍ରିଟିଶ ଉପନିବେଶର ଅଂଶ ହୋଇଥିବା ତଥା ଇଂରେଜ ଶାସିତ ରାଷ୍ଟ୍ରରେ ହିଁ କ୍ରିକେଟ ପ୍ରତି ପାଗଳାମି ଅଧିକ ପରିଲକ୍ଷିତ ହୁଏ। କିନ୍ତୁ ଚୀନ କେବେ ବି ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇନାହିଁ। ତେଣୁ ଏଠାରେ କ୍ରିକେଟ ପ୍ରତି ଭଲ ପାଇବା ନାହିଁ।  ବରଂ ଚୀନର ପ୍ରତିଯୋଗୀ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳିବାରେ ମାହିର। ଏହି କ୍ଷେତ୍ରରେ ସେମାନଙ୍କୁ ସର୍ବଶ୍ରେଷ୍ଠ କୁହାଯାଇଥାଏ।

[caption id="attachment_380955" align="aligncenter" width="750"]china1 ଚୀନର ମହିଳା କ୍ରିକେଟ୍ ଟିମ୍[/caption]

ଆଇସିସି କ୍ରିକେଟକୁ ଲୋକପ୍ରିୟ କରିବାକୁ ଚୀନରେ ବି ଏହାର ପ୍ରମୋସନ କରାଯାଇଛି। ଗତ ଜାନୁୟାରୀରେ ଟି- ୨୦ ଟୁର୍ନାମେଣ୍ଟରେ ଚୀନର ମହିଳା ଟିମ୍‌ ସାମିଲ ହୋଇଥିଲେ। କିନ୍ତୁ ମ୍ୟାଚରେ ଏହି ଟିମ୍‌ ଏପରି ସର୍ବନିମ୍ନ ରେକର୍ଡ କରିଥିଲେ ଯେ, ତାହାକୁ ଭବିଷ୍ୟତରେ କୌଣସି ଟିମ୍ ଭାଙ୍ଗିବାକୁ ଇଚ୍ଛା ପ୍ରକାଶ କରିବ ନାହିଁ। ସଂଯୁକ୍ତ ଆରବ ଅମିରାତ ବିପକ୍ଷରେ ଖେଳି ଚୀନର ମହିଳା ଟିମ୍‌ ମାତ୍ର ୧୪ ରନ କରିବାକୁ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story