/odisha-reporter/media/post_attachments/uploads/2019/06/41.jpg)
41
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାସାଗର ଆଉ ଜଳ ସମ୍ପଦ ପାଇଁ ପୃଥିବୀରେ ଜୀବଜଗତ ବଞ୍ଚିପାରିଛନ୍ତି। ଏଥିପାଇଁ ପୃଥିବୀକୁ ‘ୱାଟର୍ ପ୍ଲାନେଟ୍’ ବୋଲି କୁହାଯାଏ। ସମୁଦ୍ରର ମହତ୍ତ୍ୱ ଏବଂ ଏହାର ସଂରକ୍ଷଣ ପାଇଁ ପ୍ରତ୍ୟେକ ବର୍ଷ ୮ ଜୁନ୍ରେ ବିଶ୍ୱ ସମୁଦ୍ର ଦିବସ ପାଳନ କରାଯାଏ।
ଚଳିତ ବର୍ଷ ସମୁଦ୍ର ଦିବସର ବିଷୟବସ୍ତୁ ରହିଛି ‘ଆମେ ଏକତ୍ରିତ ହେଲେ ସମୁଦ୍ରକୁ ବଞ୍ଚାଇ ପାରିବା’। ଏହା ସହ ସମୁଦ୍ରରେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଯୋଗୁ ଆସିବାକୁ ଥିବା ବିପଦ ଏଡ଼ାଇବାକୁ ସଚେତନତା ସୃଷ୍ଟି କରିବା।
/odisha-reporter/media/post_attachments/wp-content/uploads/2019/06/211-300x138.jpg)
ଆଜି ପୃଥିବୀ ସହ ସମୁଦ୍ର ପାଇଁ ମଧ୍ୟ ବହୁତ ବଡ଼ ବିପଦ ରହିଛି। କେବେ କେବେ ପରିବେଶର ସନ୍ତୁଳନ ବିଗିଡ଼ିବା ହେଉ ବା ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍ ହେଉ ଏଥିପାଇଁ ସମୁଦ୍ରରେ ପ୍ରଦୁଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ସିଧା ପ୍ରଭାବ ସମୁଦ୍ରରେ ଥିବା ବିଭିନ୍ନ ପ୍ରଜାତିର ବୃକ୍ଷ ଏବଂ ସମୁଦ୍ର ଜୀବଙ୍କ ଉପରେ ପଡ଼ୁଛି।
/odisha-reporter/media/post_attachments/wp-content/uploads/2019/06/31-300x200.jpg)
ଏକ ରିପୋର୍ଟ ଅନୁସାରେ, ସମୁଦ୍ରରେ ହେଉଥିବା ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ପକ୍ଷୀ ଏବଂ ସମୁଦ୍ର ଜୀବଙ୍କ ମୃତ୍ୟୁ ହେଉଛି। ବୈଜ୍ଞାନିକଙ୍କ ମତ ଅନୁସାରେ, ଆମେ ନିଶ୍ୱାସ ନେଉଥିବା ଅକ୍ସିଜେନ୍ରୁ ୧୦ ପ୍ରତିଶତ ସମୁଦ୍ରରୁ ଆସିଥାଏ।
ସମୁଦ୍ରରେ କମୁଛି ଅକ୍ସିଜେନ୍ ପରିମାଣ
/odisha-reporter/media/post_attachments/wp-content/uploads/2019/06/11-1-300x200.jpg)
ଏକ ରିପୋର୍ଟ ଅନୁସାରେ, ୨୦୩୦ ମସିହା ପର୍ଯ୍ୟନ୍ତ ପୃଥିବୀରେ ପ୍ଲାଷ୍ଟିକ୍ର ମାତ୍ରା ଦ୍ୱିଗୁଣ ହୋଇଯିବ। ବୈଜ୍ଞାନିକଙ୍କ ମତ ଅନୁସାରେ, ୧୯୫୦ରୁ ୨୦୧୬ ମସିହା ମଧ୍ୟରେ ସମୁଦ୍ରରେ ଯେତେ ପରିମାଣରେ ପ୍ଲାଷ୍ଟିକ୍ ଜମା ହୋଇଛି, ଆଗାମୀ ୧୦ ବର୍ଷ ଭିତରେ ସେତିକି ପରିମାଣର ପ୍ଲାଷ୍ଟିକ୍ ସମୁଦ୍ରରେ ଜମା ହୋଇଯିବ। ଏହା ସହ ମହାସାଗରରେ ଅଳିଆ ୩୦ କୋଟି ଟନ୍ ପର୍ଯ୍ୟନ୍ତ ପହଞ୍ଚି ଯିବ।
ବାୟୁ ହେବ ବିଷାକ୍ତ
/odisha-reporter/media/post_attachments/wp-content/uploads/2019/06/62-300x169.jpg)
ପ୍ରତିବର୍ଷ ଉତ୍ପାଦନ ହେଉଥିବା ପ୍ଲାଷ୍ଟିକ୍ର ମାତ୍ର ୨୦ ପ୍ରତିଶତ ରିସାଇକେଲ୍ ହୋଇପାରୁଛି। ସେଥିମଧ୍ୟରୁ ୩୯ ପ୍ରତିଶତ ମାଟିରେ ପୋତି ଦିଆଯାଉଛି। ୧୫ ପ୍ରତିଶତ ପ୍ଲାଷ୍ଟିକ୍କୁ ପୋଡ଼ି ଦିଆଯାଏ। ପୋଡ଼ା ପ୍ଲାଷ୍ଟିକ୍ରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ୍ର ମାତ୍ରା ୨୦୩୦ ବର୍ଶ ବେଳକୁ ତିନି ଗୁଣା ହୋଇଯିବ। ଆଉ ଏହାର ପରିଣାମ ସ୍ୱରୂପ ବାୟୂ ବିଷାକ୍ତ ହେବାର ବହୁତ ଆଶଙ୍କା ରହିଛି।
ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଅଧିକା କ୍ଷତିକାରକ
/odisha-reporter/media/post_attachments/wp-content/uploads/2019/06/51-300x172.jpg)
ବୈଜ୍ଞାନକଙ୍କ ଅନୁସାରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବଟଲ୍ ଏବଂ ପଲିଥିନି ବହୁତ କ୍ଷତିପାରକ ହୋଇଥାଏ। ଆମେ ଏହି ଜିନିଷକୁ ଅଧିକା ବ୍ୟବହାର କରିଥାଉ। ଯଦି ଏହାର ବ୍ୟବହାର କମ୍ କରା ନ ଯାଏ ତାହାଲେ ଏହା ଆଗାମୀ ଦିନରେ ବହୁତ ବଡ଼ ବିପଦ ଦେଖାଦେଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
