ବିଜେଡି ଦଳୀୟ ସମାବେଶରେ ଦଶମ ଶ୍ରେଣୀ ପିଲା, ବର୍ଷିଲା ବିଜେପି

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଆଜି ମଙ୍ଗଳବାର ସ୍କୁଲ ଖୋଲା ରହିଛି। ସ୍କୁଲରେ ଦଶମ ଶ୍ରେଣୀ ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ବିଜେଡି ଯୁବ ଓ ଛାତ୍ର ସମ୍ମିଳନୀରେ ସାମିଲ ହୋଇଛନ୍ତି। ସେମାନଙ୍କୁ କୁଆଡ଼େ ସାର୍ ପଠାଇଥିବା ପିଲାମାନେ କହିଛନ୍ତି। ତେବେ ସମାବେଶରେ ଦଶମ ଶ୍ରେଣୀ ପିଲାଙ୍କ ସାମିଲକୁ ନେଇ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କିଛି କହିନଥିବା ବେଳେ ବିଜେପି ମନଇଚ୍ଛା ବର୍ଷିଛି। ମଙ୍ଗଳବାର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ବିଜେଡିର ଯୁବ ଓ […]

bjd6

bjd6

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 05:44 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଆଜି ମଙ୍ଗଳବାର ସ୍କୁଲ ଖୋଲା ରହିଛି। ସ୍କୁଲରେ ଦଶମ ଶ୍ରେଣୀ ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ବିଜେଡି ଯୁବ ଓ ଛାତ୍ର ସମ୍ମିଳନୀରେ ସାମିଲ ହୋଇଛନ୍ତି। ସେମାନଙ୍କୁ କୁଆଡ଼େ ସାର୍ ପଠାଇଥିବା ପିଲାମାନେ କହିଛନ୍ତି। ତେବେ ସମାବେଶରେ ଦଶମ ଶ୍ରେଣୀ ପିଲାଙ୍କ ସାମିଲକୁ ନେଇ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କିଛି କହିନଥିବା ବେଳେ ବିଜେପି ମନଇଚ୍ଛା ବର୍ଷିଛି।

ମଙ୍ଗଳବାର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ବିଜେଡିର ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ହୋଇଥିଲା। ଏଥିରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବର୍ଷିଥିଲେ। ଏହି ସମାବେଶରେ ଜିଲ୍ଲାର କୋଣ ଅନୁକୋଣରୁ ଛାତ୍ର ନେତା ଓ ଦଳିୟ କର୍ମୀ ସାମିଲ ହୋଇଥିଲେ।

[caption id="attachment_618186" align="aligncenter" width="650"]ବିଜେଡି ସମାବେଶରେ ଯୋଗଦେଇଛନ୍ତି ବିଜେଡି ଯୁବ ଓ ଛାତ୍ର ନେତା[/caption]

ବିଜେଡି କର୍ମୀଙ୍କ ସହିତ ଏହି ରାଜନୈତିକ ସମାବେଶରେ ଦଶମ ଶ୍ରେଣୀ ପିଲାମାନେ ସାମିଲ୍ ହୋଇଥିଲେ। ପିଲାମାନେ ସ୍କୁଲ ପୋଷାକ ପିନ୍ଧି ସଭାରେ ବସିଥିବା ଦେଖିବାକୁ ମିଳିଛି। ସମାବେଶରେ ସାମିଲ୍ ନେଇ ପିଲାମାନଙ୍କୁ ପଚାରିଲେ, କହୁଛନ୍ତି ସାର୍ ପଠାଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ୧୦୦ ଦିନରେ ନିର୍ଦ୍ଧାରିତ ସିଲାବସ୍ ସାରିବା ପାଇଁ ରବିବାର ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକଙ୍କୁ କହୁଛନ୍ତି। ସେପଟେ ଆଜି ଅର୍ଥାତ ମଙ୍ଗଳବାର କାର୍ଯ୍ୟ ଦିବସରେ ଦଶମ ଶ୍ରେଣୀ ପିଲାମାନେ ରାଜନୈତିକ ସମାବେଶରେ ସାମିଲ ହୋଇଛନ୍ତି। ଯେଉଁ ଶିକ୍ଷକ ପିଲାମାନଙ୍କୁ ସ୍କୁଲରେ ପଢ଼ାଇବା କଥା, ସେମାନେ ଆଜି ବିଜେଡି ସମାବେଶକୁ ପଠାଉଛନ୍ତି। ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର କହିଛନ୍ତି-“ସାର୍ ଆମକୁ ସଭାକୁ ଆସିବାକୁ କହିଛନ୍ତି। ସେଥିପାଇଁ ଆମେ ସଭାକୁ ଆସିଛୁ। ସଭା ସରିଲେ ସ୍କୁଲ ହଷ୍ଟେଲ୍କୁ ଫେରିବୁ। ସଭାରେ ନବୀନ ବାବୁଙ୍କ ବିଷୟରେ ଚର୍ଚ୍ଚା ଚାଲିଛି।”

ବିକାଶ ବିଦ୍ୟାନିକେତର ଦଶମ ଶ୍ରେଣୀ ଛାତ୍ର କହିଛନ୍ତି-“ପିଲାମାନଙ୍କ ପାଇଁ ପ୍ରୋଗ୍ରାମ ଚାଲିଛି। ସେଥିପାଇଁ ସାର ଆମକୁ ଏଠାକୁ ପଠାଇଛନ୍ତି। ସାର୍ କହିଥିବାରୁ ଆମେ ଏଠାକୁ ଆସିଛୁ।”

[caption id="attachment_618187" align="aligncenter" width="650"]ବିଜେଡି ଛାତ୍ରଙ୍କ ଗହଣରେ ନେତା[/caption]

ବିଜେଡି ଯୁବ ଓ ଛାତ୍ର ସମ୍ମିଳନୀରେ ଦଶମ ଶ୍ରେଣୀ ପିଲାଙ୍କ ଯୋଗଦାନକୁ ସହଜରେ ଗ୍ରହଣ କରିପାରିନି ବିଜେପି। ରାଜ୍ୟ ବିଜେପି ଉପସଭାପତି ଭ୍ରୁଗୁ ବକ୍ସିପାତ୍ର କହିଛନ୍ତି, “ବିଜେଡି ସମାବେଶରେ ଦଶମ ଶ୍ରେଣୀ ପିଲାମାନେ ସାମିଲ ହେବାରୁ ଜଣାପଡ଼ୁଛି, ତାଙ୍କ ପାଖରେ ଆଉ କର୍ମୀ ନାହାନ୍ତି। ବିଜେପି ଏଠି କାୟା ବିସ୍ତାର କରୁଥିବାରୁ ବିଜେଡି ଏଭଳି ହୀନ କାର୍ଯ୍ୟ କରୁଛି। ବିଜେଡିର ଏପରି କାର୍ଯ୍ୟକୁ ବିଜେପି ନିନ୍ଦା କରୁଛି।”

[caption id="attachment_618188" align="aligncenter" width="650"]student gathered in bjd meeting ବିଜେଡି ଛାତ୍ର ଓ ଯୁବ ସମାବେଶରେ ଯୋଗଦେଇଥିବା ଦଶମ ଶ୍ରେଣୀ ଛାତ୍ର[/caption]

ସୂଚନାରୁ ପ୍ରକାଶ, ମହାମରୀ କରୋନା ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। କରୋନାର କାୟା କମିଲା ପରେ ରାଜ୍ୟ ସରକାର ଦଶମ ଶ୍ରେଣୀ ଖୋଲିଥିଲେ। ସିଲାବସ କମାଇ ୧୦୦ ଦିନରେ ପାଠ ପଢ଼ା ସାରିବାକୁ ଶିକ୍ଷକମାନଙ୍କୁ କୁହାଯାଇଥିଲା। ସେଥିପାଇଁ ରବିବାର କ୍ଲାସ କରାଯାଉଛି। ଏପରି ସ୍ଥଳେ ଆଜି ମଙ୍ଗଳବାର କାର୍ଯ୍ୟଦିବସରେ ପିଲାମାନେ ସ୍କୁଲରେ ପାଠ ପଢ଼ିବା ପରିବର୍ତ୍ତେ ବିଜେଡି ଛାତ୍ର ସମାବେଶରେ ଯୋଗଦେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos