୨୩ରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ: ଚୂଡ଼ାନ୍ତ ହେବ ପଞ୍ଚାୟତ ଭୋଟ୍ ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ତାରିଖରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ଦୁଇଦିନିଆ ବୈଠକରେ ଦଳ ମୁଖ୍ୟତଃ ପଂଚାୟତ ନିର୍ବାଚନ ପାଇଁ ରଣନୀତିକୁ ଚୂଡ଼ାନ୍ତ କରିବା ସହ ଅନ୍ୟାନ୍ୟ ସାଂଗଠନିକ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବ ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୩ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି […]

BJP

Ordigital Desk
  • Published: Saturday, 20 November 2021
  • , Updated: 20 November 2021, 06:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ତାରିଖରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ଦୁଇଦିନିଆ ବୈଠକରେ ଦଳ ମୁଖ୍ୟତଃ ପଂଚାୟତ ନିର୍ବାଚନ ପାଇଁ ରଣନୀତିକୁ ଚୂଡ଼ାନ୍ତ କରିବା ସହ ଅନ୍ୟାନ୍ୟ ସାଂଗଠନିକ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବ ବୋଲି ଜଣାପଡ଼ିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୩ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟ ପଦାଧିକାରୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟ ପାଲ ସିଂ ଏବଂ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକାରିଣରେ ଦଳର ସମସ୍ତ ସାଂସଦ, ବିଧାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଯୋଗ ଦେବେ।

ସେହିପରି ୨୪ତାରିଖରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ। ରାଜ୍ୟର ସାମ୍ପ୍ରତିକ ରାଜନୀତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଏହି ଦୁଇଦିନିଆ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଦଳ ନିଜର ପଂଚାୟତ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଜୋରଦାର କରିବ। ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଦୀର୍ଘଦିନ ଧରି ନିରବ ଥିବା କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାରେ ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ବିଜେଡି ଓ ବିଜେପି ଆଗାମୀ ଦିନରେ ଅଧିକ ମୁହାଁମୁହିଁ ହେବେ ବୋଲି ସନ୍ଦେଶ ଦେଇଛନ୍ତି। ପଂଚାୟତ ନିର୍ବାଚନ ଆଗକୁ ଥିବାରୁ ଦୁଇ ଦଳ ମଧ୍ୟରେ ଶାଣିତ ଆରୋପ-ପ୍ରତ୍ୟାରୋପ ବେଶୀ ବଢ଼ିବାର ଆଶଙ୍କା ରହିଥିବା ଜଣାପଡ଼ିଛି।

Related story