ତିନି ବିଧାୟକ ପଚାରିଲେ ପ୍ରଶ୍ନ, ସମସ୍ତଙ୍କୁ ଫାଙ୍କିଦେଲେ ବିବାଦୀୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରମ ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ଗତ ୫ଦିନ ଧରି ବିଧାନସଭାକୁ ଅଚଳ କରି ରଖିଥିବାବେଳେ ଆଜି ଏକ ରୋଚକ ତଥ୍ୟ ପଦାକୁ ଆସିଛି। ମମିତା ହତ୍ୟା ମାମଲାରେ ୩ଜଣ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ ଓ ଭାସ୍କର ମଢ଼େଇ ସରକାରଙ୍କୁ ପଚାରିଥିବା ଭିନ୍ନ ଭିନ୍ନ ପ୍ରଶ୍ନର ସମାନ ଲିଖିତ ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଉପସ୍ଥାପନ […]

Mamita-Meher

Mamita-Meher

Ordigital Desk
  • Published: Monday, 06 December 2021
  • Updated: 06 December 2021, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରମ ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ଗତ ୫ଦିନ ଧରି ବିଧାନସଭାକୁ ଅଚଳ କରି ରଖିଥିବାବେଳେ ଆଜି ଏକ ରୋଚକ ତଥ୍ୟ ପଦାକୁ ଆସିଛି। ମମିତା ହତ୍ୟା ମାମଲାରେ ୩ଜଣ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ ଓ ଭାସ୍କର ମଢ଼େଇ ସରକାରଙ୍କୁ ପଚାରିଥିବା ଭିନ୍ନ ଭିନ୍ନ ପ୍ରଶ୍ନର ସମାନ ଲିଖିତ ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ତେବେ ମନ୍ତ୍ରୀ ଶ୍ରୀ ମିଶ୍ର ନିଜେ ଏହି ମାମଲାରେ ବିବାଦୀୟ ହୋଇଥିବାବେଳେ ରାଜ୍ୟ ସରକାର କିଭଳି ଏତେ ବେପରୁୱା ଓ ନୀତିନୈତିକତା ହରାଇ ତାଙ୍କୁ ଏସବୁ ପ୍ରଶ୍ନର ଉତ୍ତର ବିଧାନସଭା ଭଳି ପବିତ୍ର ଗୃହରେ ଉପସ୍ଥାପନ କରିବାର ସୁଯୋଗ ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ ଆଣି ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବି କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ପଚାରିଥିବା ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ଆଜି ବିଧାନସଭାରେ ମନ୍ତ୍ରୀ ଶ୍ରୀ ମିଶ୍ର ରଖିଛନ୍ତି। ଯାହାକୁ ନେଇ ପ୍ରଶ୍ନ କର୍ତ୍ତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ସେ ମମିତା ହତ୍ୟାର ମୋଟିଭ୍ କ’ଣ ଥିଲା, କେତୋଟି ମାମଲା ରୁଜୁ ହୋଇଛି , ମାସକ ପୂର୍ବରୁ କେଉଁ ଭିଆଇପି ସେହି ସନସାଇନ୍ ପବ୍ଲିକ ସ୍କୁଲକୁ ଯାଉଥିଲେ, ସେଠାରେ ରାତିରେ ରହୁଥିଲେ ଆଦି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । କିନ୍ତୁ ସରକାର ଜିଦଖୋର ଓ ହୀନମନ୍ୟତା ଦେଖାଇ ବିଧାୟକମାନଙ୍କୁ ନିଚା ଦେଖାଇବା ପାଇଁ ବିବାଦୀୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମାଧ୍ୟମରେ ଉତ୍ତର ଦେଲେ । ମକଦ୍ଦମାଟି ଏବେ ତଦନ୍ତାଧୀନ ରହିଛି ।

ରାଜ୍ୟ ସରକାରଙ୍କ ଅନୁରୋଧରେ ହାଇକୋର୍ଟ ତଦନ୍ତ ତଦାରଖ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ ଏବିଏସ୍ ନାଇଡୁଙ୍କୁ ମନୋନୀତ କରିଛନ୍ତି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି । ଆଉ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଏହି ଉତ୍ତର ‘ଚୋର କହୁଛି ମୁଁ ଚୋରି କରିନି’ ସଦୃଶ ହୋଇଛି । ଯିଏ ବିବାଦୀୟ ଓ ଯାହା ନାଁରେ ଏହି ବିବାଦ ରହିଛି ସେ କେମିତି ପବିତ୍ର ବିଧାନସଭାରେ ଏହି ମାମଲାର ଉତ୍ତର ରଖିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ଦଳର ହୀନମନ୍ୟତା ପଦାରେ ପଡ଼ିଛି । ତଦନ୍ତ ଚାଲିଛି ବୋଲି ସମସ୍ତେ ଜାଣନ୍ତି । ଯଦି ତଦନ୍ତର ଅଗ୍ରଗତି ସମ୍ପର୍କରେ ପୂର୍ବତନ ଜିଲ୍ଲା ଜଜଙ୍କୁ ସମସ୍ତ ତଥ୍ୟ ସରକାର ଦେଇପାରୁଛନ୍ତି, ତା’ହେଲେ ବିଧାନସଭାକୁ ଦେବାରେ କ’ଣ ଅସୁବିଧା ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ସେ ଏହି ପ୍ରସଙ୍ଗକୁ ନିଶ୍ଚିତ ଭାବେ ବିଧାନସଭାରେ ଉତଥାପନ କରି ସରକାରଙ୍କୁ ଜବାବ ମାଗିବେ ବୋଲି କହିଛନ୍ତି ।

ସେହିପରି ବିଜେପି ବିଧାୟକ ଭାସ୍କର ମଢ଼େଇ ମଧ୍ୟ ମମିତା ହତ୍ୟା ମାମଲା ତଦନ୍ତର ଷ୍ଟାଟର୍ସ ରିପୋର୍ଟ ସହ ଆସାମୀକୁ କାହିଁକି ଦୁଇଥର ଗିରଫ କରାଯାଇଥିଲା ଓ ସତ କ’ଣ ତାହା ଜାଣିବାକୁ ଚାହିଁଥିବାବେଳେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ମମିତା ହତ୍ୟାର କାରଣ କ’ଣ, ପୁଲିସ ସେହି ସ୍କୁଲରେ ସେକ୍ସ ସ୍କାଣ୍ଡାଲକୁ ନେଇ ତଦନ୍ତ ନକରିବାର କାରଣ କ’ଣ, ସରକାରୀ ଦଳର ମନ୍ତ୍ରୀ ସେଥିରେ ସମ୍ପୃକ୍ତ କି ନୁହେଁ ବୋଲି ପ୍ରଶ୍ନ କରିଥିଲେ ।

ଏହି ଦୁଇ ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ମଧ୍ୟ ବିବାଦୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଦେଇଛନ୍ତି । ଆଉ ମୋହନ ମାଝୀଙ୍କୁ ଯେଉଁ ଉତ୍ତର ଦେଇଥିଲେ ତାକୁ ମଧ୍ୟ ଏହି ଦୁଇ ବିଧାୟକଙ୍କ ନିମନ୍ତେ ଦୋହରାଇଛନ୍ତି ।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ଦୁଇ ମାସ ଧରି ରାଜ୍ୟ ରାଜନୀତି ଉଷ୍ମ ରହିଥିବାବେଳେ ନିଜେ ଅଭିଯୁକ୍ତ ଥିବା ମାମଲା ଉପରେ ବିବାଦୀୟ ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାରେ ଲିଖିତ ଉତ୍ତର ଦେବା ଖୋଲାଖୋଲି ଭାବେ ରାଜ୍ୟ ସରକାରଙ୍କ ବେପରୁୱା ଓ ଜିଦଖୋର ମନୋବୃତ୍ତିକୁ ପଦାରେ ପକାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story