ଦାମ ରାଉତଙ୍କ କାର୍‌ ଭଙ୍ଗାରୁଜା ଅଭିଯୋଗରେ ୮ ଗିରଫ

ପାରାଦୀପ (ରମାକାନ୍ତ ନାୟକ): ପୂର୍ବତନ ମନ୍ତ୍ରୀ ଦା‌ମୋଦର ରାଉତଙ୍କ ଗାଡି ଉପରକୁ ଆକ୍ରମଣ ଅଭିଯୋଗରେ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ପ୍ରାର୍ଥୀ ଅଛନ୍ତି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।। ରବିବାର ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉର କାର୍‌ରେ ନିଜ ଗାଁକୁ ଫେରୁଥିଲେ। ତେବେ କୁଜଙ୍ଗ ବ୍ଲକ୍‌ ସାଇଲୋ ପଞ୍ଚାୟତର ବାଲିସାହି ନିକଟରେ ଏକ ନିର୍ବାଚନୀ ଶୋଭାଯାତ୍ରା ଆସୁଥିବା […]

Kujanga

Manoranjan Sial
  • Published: Monday, 21 February 2022
  • , Updated: 21 February 2022, 08:27 PM IST

ପାରାଦୀପ (ରମାକାନ୍ତ ନାୟକ): ପୂର୍ବତନ ମନ୍ତ୍ରୀ ଦା‌ମୋଦର ରାଉତଙ୍କ ଗାଡି ଉପରକୁ ଆକ୍ରମଣ ଅଭିଯୋଗରେ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ପ୍ରାର୍ଥୀ ଅଛନ୍ତି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।।

ରବିବାର ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉର କାର୍‌ରେ ନିଜ ଗାଁକୁ ଫେରୁଥିଲେ। ତେବେ କୁଜଙ୍ଗ ବ୍ଲକ୍‌ ସାଇଲୋ ପଞ୍ଚାୟତର ବାଲିସାହି ନିକଟରେ ଏକ ନିର୍ବାଚନୀ ଶୋଭାଯାତ୍ରା ଆସୁଥିବା ଦେଖି ଗାଡ଼ି ଚାଳକ କାର୍‌କୁ ରାସ୍ତା ପାର୍ଶ୍ୱରେ ସାଇଡ୍‌ କରି ଦେଇଥିଲେ। ଶୋଭାଯାତ୍ରାରେ ଗଲା ପରେ ଯିବା ପାଇଁ ଅପେକ୍ଷା କରିଥିଲେ। ହେଲେ ଜଣେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଦାମୋଦର ରାଉତଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ତାଙ୍କ କାର୍‌କୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଉତ୍ତ୍ୟକ୍ତ ଲୋକମାନେ ଦାମ ରାଉତଙ୍କ କାର ଭାଙ୍ଗି ଦେଇଥିଲେ। ଯାହାଫଳରେ କାର୍‌ କାଚ, ବର୍ଣ୍ଣେଟ୍‌ ଭାଙ୍ଗିଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ଦାମୋଦର ରାଉତ ବ୍ଲକ ନିର୍ବାଚନ ଅଧିକାରୀ ତଥା କୁଜଙ୍ଗ ବିଡିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗକୁ ଭତ୍ତି କରି ପୁଲିସ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଗିରଫଦାରୀ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

Related story