୩ ବର୍ଷ ପରେ ବିଜେଡିର ମନେପଡ଼ିଲା ‘କେନ୍ଦ୍ରୀୟ ଅବହେଳା’, ଏବେ ଶୋ’ ମ୍ୟାନେଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଉପରେ ପଡ଼ି ପ୍ରେମ ନିବେଦନ କରି ଆସୁଥିବା କ୍ଷମତାସୀନ ବିଜେଡି ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ‘ଷ୍ଟେଜ୍ ମ୍ୟାନେଜ’ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦୀର୍ଘ ୩ବର୍ଷ ଧରି ‘କେନ୍ଦ୍ରୀୟ ଅବହେଳା’ ଓ ଅନ୍ୟାନ୍ୟ ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବେ ‘ଶୀତଳଭଣ୍ଡାର’କୁ ପକାଇ କେନ୍ଦ୍ରର ବିଜେପି ନେତୃତ୍ୱଙ୍କ ପାଖରେ ଆତ୍ମସମର୍ପଣ କରିଥିବା ବିଜେଡି ପୁଣିଥରେ […]

BJD

BJD

Ordigital Desk
  • Published: Saturday, 16 July 2022
  • Updated: 16 July 2022, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଉପରେ ପଡ଼ି ପ୍ରେମ ନିବେଦନ କରି ଆସୁଥିବା କ୍ଷମତାସୀନ ବିଜେଡି ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ‘ଷ୍ଟେଜ୍ ମ୍ୟାନେଜ’ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦୀର୍ଘ ୩ବର୍ଷ ଧରି ‘କେନ୍ଦ୍ରୀୟ ଅବହେଳା’ ଓ ଅନ୍ୟାନ୍ୟ ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବେ ‘ଶୀତଳଭଣ୍ଡାର’କୁ ପକାଇ କେନ୍ଦ୍ରର ବିଜେପି ନେତୃତ୍ୱଙ୍କ ପାଖରେ ଆତ୍ମସମର୍ପଣ କରିଥିବା ବିଜେଡି ପୁଣିଥରେ ନିଜର ପୁରୁଣା ପ୍ରସଙ୍ଗଗୁଡ଼ିକୁ ଉଠାଇ ରାଜନୀତିକ ଫାଇଦା ହାସଲ ପାଇଁ ଲକ୍ଷ୍ୟ ରଖିଛି । ଆସନ୍ତା ୧୮ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଉଥିବାରୁ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ସାଂସଦମାନଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି ଏଭଳି କିଛି ଦିଗକୁ ଇସାରା କରିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦି ସରକାରକୁ ସବୁ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଉଥିବା, ଏପରିକି ରାଜ୍ୟସଭା ସିଟ୍ ଦେଇଥିବା ବିଜେଡି ଏବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ନିଜର ‘ଷ୍ଟେଜ୍ ମ୍ୟାନେଜ୍ ’ ଆରମ୍ଭ କରିଛି । ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ନୀତି ଅବଲମ୍ବନ କରୁଥିବାର ଦ୍ୱାହି ଦେଇ ବିଜେଡି ନିଜର ସୁବିଧାବାଦୀ ରାଜନୀତିକ କାର୍ଡ ଖେଳି କେନ୍ଦ୍ରର ବିଜେପି ସରକାରକୁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିବାବେଳେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘କେନ୍ଦ୍ରୀୟ ଅବହେଳା’ ସମେତ ‘ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସ୍ଥାନ ସଂରକ୍ଷଣ’, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା,ଧାନର ଏମଏସପି ନିର୍ଦ୍ଧାରଣରେ ସ୍ୱାମୀନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ, ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ, ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ସାମିଲ ଭଳି ପୁରୁଣା ପ୍ରସଙ୍ଗ ମାଧ୍ୟମରେ ପୁଣିଥରେ ବିଜେପି ସହ ରାଜନୀତିକ ବୟାନବାଜିର ଖେଳ ଆରମ୍ଭ କରିବାକୁ ଯାଉଛି ।

କେନ୍ଦ୍ରର ଏନଡିଏ ସରକାରକୁ ସବୁ ପ୍ରସଙ୍ଗରେ ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇବା ମାର୍ଗକୁ ପ୍ରଶସ୍ତ କରିସାରିଛି । ମାତ୍ର ଆଗାମୀ ସାଧାରଣ ନିର୍ବାଚନରେ ନିଜର ୨୨ବର୍ଷ ଶାସନର ସଫଳତାକୁ ବଖାଣି ଭୋଟରଙ୍କ ଆସ୍ଥା ଜିଣିବା କଷ୍ଟକର ଜାଣି ବିଜେଡି ଏବେଠୁ କେନ୍ଦ୍ର ସରକାରର ବିଫଳତାକୁ ‘ପ୍ରସଙ୍ଗ’ କରିବାକୁ ନିଜ ରଣନୀତିରେ ପରିବର୍ତ୍ତନ କରିଛି । ଅବଶ୍ୟ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ବିଜେଡିର ‘କେନ୍ଦ୍ରୀୟ ଅବହେଳା’ ସ୍ଲୋଗାନ କେବଳ ଧର୍ମକୁ ଆଖିଠାର ସଦୃଶ । କାରଣ ପୂର୍ବରୁ ତୈଳ ଦର ସାମାନ୍ୟ ବୃଦ୍ଧି ହେଲେ ରାଜରାସ୍ତାରେ କ୍ରମାଗତ ଆନ୍ଦୋଳନ କରୁଥିବା ବିଜେଡି ଗତ ୩ବର୍ଷ ଧରି ତୈଳ ଦରର ଆକାଶଛୁଆଁ ବୃଦ୍ଧି ସତ୍ତ୍ୱେ କେନ୍ଦ୍ର ସରକାର ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇନି କି ଏହାକୁ ଶାଣିତ କରିନି ।

ଧାନର ଏମଏସପି ପ୍ରସଙ୍ଗରେ ୨୦୧୯ ଜାନୁୟାରୀରେ ଦିଲ୍ଲୀରେ ଆନ୍ଦୋଳନ କରିଥିବା ବିଜେଡି ତା’ପରଠୁ ସେଥିରେ ଡୋରି ବାନ୍ଧି ଦେଇଥିଲା । ନା ରାଜରାସ୍ତାରେ ଓହ୍ଲାଇଲା,ନା ସେ ଆନ୍ଦୋଳନକୁ ଶାଣିତ କଲା । ସମାନ ସ୍ଥିତି ‘ମହିଳା ସଂରକ୍ଷଣ’ରେ । ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ବିଭିନ୍ନ ଦଳକୁ ଭେଟି ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢ଼ିଲା, ଆଉ ତା’ପରେ ଚିତପଟାଙ୍ଗ ମାରି ବିଜେଡି ନିରବ ରହିଗଲା । କେଷ୍ଟାଲ ହାଇୱେ ନିର୍ମାଣ, ସ୍ୱଚ୍ଛ ଶକ୍ତି ସେସ୍ , କୋଇଲା ରୟାଲିଟି ଦେୟ, ଟେଲି ସାନ୍ଧ୍ରତା, ପ୍ରତି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା, ରେଳବାଇ କ୍ଷେତ୍ରରେ ଅବହେଳାକୁ ବିଜେଡି ଗତ ୨୨ବର୍ଷ ଧରି ନିଜର ରାଜନୀତିକ ଜପାମାଳି କରିଛି । ନିଜ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ତୁଷ୍ଟୀକରଣ ପାଇଁ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଲଡ଼ୁ ଦେଇଥିବା ବିଜେଡି ଏହାକୁ ସଫଳ କରାଇବା ପାଇଁ ଏପର୍ଯ୍ୟନ୍ତ ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନେଇନି ।

ଆଜିର ଭର୍ଚୁଆଲ ବୈଠକରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ସାଂସଦମାନଙ୍କୁ ଦେଇଥିବା ଗୁରୁମନ୍ତ୍ରରେ ଉପରୋକ୍ତ ପ୍ରସଙ୍ଗ ଗୁଡ଼ିକ ସମେତ ଏସବୁ ବ୍ୟତୀତ ବଳକା ଉଷୁନା ଚାଉଳ ଉଠାଣ ଓ ଫନି ପ୍ରଭାବିତଙ୍କ ଅତିରିକ୍ତ ୧.୮୪ଲକ୍ଷ ପିଏମଆବାସ ଘର ଆବଂଟନ, ଆୱାସ ପ୍ଲସରେ ୫.୦୯ଲକ୍ଷ ତଥ୍ୟ ସାମିଲ କରିବା, ଡିଏମଏଫ୍ ପାଣ୍ଠିକୁ ଆୟକର ଶୁଳ୍କ ଛାଡ଼ ଭଳି ପ୍ରସଙ୍ଗକୁ ମଧ୍ୟ ସଂସଦରେ ଜୋରଦାର ଢଙ୍ଗରେ ଉଠାଇବାକୁ କହିଛନ୍ତି । ଅବଶ୍ୟ ମେ’ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟଘାଟ ସମ୍ପର୍କରେ ସାଂସଦଙ୍କୁ ସୂଚନା ଦେଇଥିବା ନବୀନ କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିବା ନେଇ ନିଜର ସାଂସଦମାନଙ୍କୁ କିଛି ଜଣାଇନାହାନ୍ତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ ହୋଇଥିବାରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ସେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ କେନ୍ଦ୍ରର ବିଜେପି ସରକାର ସହ ମଧୁଚନ୍ଦ୍ରିକାରେ ଲିପ୍ତ ବିଜେଡି ନେତୃତ୍ୱ ଏବେ ଯେଉଁ କେନ୍ଦ୍ରୀୟ ଅବହେଳାର ସ୍ଲୋଗାନକୁ ପୁଣିଥରେ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ତାକୁ ସାଧାରଣ ଲୋକେ ଆଉ ବିଶ୍ୱାସକୁ ନେବେ କି ବୋଲି ସାଧାରଣରେ ଚର୍ଚ୍ଚ ଆରମ୍ଭ ହେଲାଣି । କାରଣ ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେଡି ଅନୁରୂପ କେନ୍ଦ୍ରୀୟ ଅବହେଳା ଉଠାଇ ୨୦୧୯ରେ ପୁଣିଥରେ କ୍ଷମତାସୀନ ହେବାପରେ ସେହି ସବୁ ପ୍ରସଙ୍ଗକୁ ଭୁଲି ଯାଇଥିଲା । ଏବେ ପୁଣି ସେସବୁ ପ୍ରସଙ୍ଗକୁ ଧରି ନିଜର ରାଜନୀତିକ ଗୋଟିଚଳାଇବାକୁ ରଣନୀତି ପ୍ରସ୍ତୁତ କରୁଛି । ଅବଶ୍ୟ ଏଠାରେ ବିଜେପିର ଆତ୍ମରକ୍ଷା ନୀତି ମଧ୍ୟ ବିଜେଡିକୁ ପରୋକ୍ଷରେ ଏସବୁ ରାଜନୀତିକ ଡ୍ରାମାକୁ ପ୍ରୋତ୍ସାହିତ କରୁଛି ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story