ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ; ବିଜେଡି ଉପରେ ବର୍ଷିଲେ

ଗତକାଲି ଅମରେନ୍ଦ୍ର ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ବିଜେପିରେ ଯୋଗ ଦେଇଛନ୍ତି। 

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ

  • Published: Friday, 05 April 2024
  • , Updated: 05 April 2024, 12:55 PM IST

ବିଜେପିରେ ଯୋଗ ଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଅମରେନ୍ଦ୍ରଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି। ହେଲେ ଘରର ପୁଅର କୌଣସି ସ୍ଥାନ ନାହିଁ। ଏହି ଅନ୍ୟାୟ ବିରୋଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ଅମରେନ୍ଦ୍ର କହିଛନ୍ତି।

ଜଗତସିଂହପୁର ଆସନ ପାଇଁ ଆଶାୟୀ ଥିଲେ ଅମରେନ୍ଦ୍ର। ହେଲେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା। ଟିକେଟ୍ ନ ମିଳିବା ପରେ ନିରାଶ ହୋଇ ଗତକାଲି ଅମରେନ୍ଦ୍ର ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ବିଜେପିରେ ଯୋଗ ଦେଇଛନ୍ତି। 

 

Related story