ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଏସରୁ ଭୁବନେଶ୍ୱର ସାଂସଦ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । କ୍ରମାଗତ ୩ବର୍ଷ ଧରି ଶ୍ରୀମତୀ ଷଡ଼ଙ୍ଗୀ ସାଂସଦ ଭାବେ ନିଜ ନିର୍ବାଚନମଣ୍ଡଳୀ ପାଇଁ କରିଥିବା କାର୍ଯ୍ୟର ହିସାବ ଦେଇ ଆସୁଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତ ଏକବର୍ଷ ଧରି ତାଙ୍କ ନିର୍ବାଚନମଣ୍ଡଳୀରେ କରିଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମର ୪ […]

Aparajita Sarangi

Aparajita Sarangi

Ordigital Desk
  • Published: Saturday, 25 June 2022
  • Updated: 25 June 2022, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଏସରୁ ଭୁବନେଶ୍ୱର ସାଂସଦ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । କ୍ରମାଗତ ୩ବର୍ଷ ଧରି ଶ୍ରୀମତୀ ଷଡ଼ଙ୍ଗୀ ସାଂସଦ ଭାବେ ନିଜ ନିର୍ବାଚନମଣ୍ଡଳୀ ପାଇଁ କରିଥିବା କାର୍ଯ୍ୟର ହିସାବ ଦେଇ ଆସୁଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତ ଏକବର୍ଷ ଧରି ତାଙ୍କ ନିର୍ବାଚନମଣ୍ଡଳୀରେ କରିଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡରେ ୬ଟି ପ୍ରମୁଖ ଡ୍ରେନ୍ ନିର୍ମାଣ କରାଯାଇଛି । ଏଥିପାଇଁ ୧୦.୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସହରରେ ଡ୍ରେନେଜ୍ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏହି ଡ୍ରେନ୍ ନିର୍ମାଣ ଦ୍ୱାରା ଜଳ ନିଷ୍କାସନ ସମସ୍ୟା ସମ୍ପୃକ୍ତ ଅଂଚଳରେ ଦୂର ହୋଇପାରିବ ବୋଲି ଆଶା । ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଡ୍ରେନେଜ ସମସ୍ୟା, ପରିଚ୍ଛନ୍ନତା, ରାସ୍ତା, ଜଳସେଚନ, ପାନୀୟ ଜଳ ଯୋଗାଣ ସମସ୍ୟା ଆଦି ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଆଉ ସାଧାରଣ ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣି ତା’ର ସମାଧାନ ପାଇଁ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ପାଖରେ ପହଂଚିବାକୁ ପ୍ରୟାସ ଜାରି ରଖିଛନ୍ତି ।

ସାଂସଦ ପାଣ୍ଠିରୁ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ହଜାର ସୌର ଲାଇଟ୍ ସ୍ଥାପନ କରିଛନ୍ତି । ସେହିପରି ସାଂସଦ ପାଣ୍ଠିରୁ ୧୧୪୩ଟି ମଞ୍ଜୁରୀପ୍ରାପ୍ତ ପ୍ରୋଜେକ୍ଟରୁ ଏପର୍ଯ୍ୟନ୍ତ ୧୦୩୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି । ବାକି ପ୍ରକଳ୍ପ କାର୍ଯ୍ୟ ଏବେ ଜାରି ରହିଛି ଓ ଖୁବଶୀଘ୍ର ଶେଷ ହେବ ।ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନିର୍ବାଚନମଣ୍ଡଳୀରେ ଏପର୍ଯ୍ୟନ୍ତ ୩୯୦୯ଟି ଗୃହ ମଞ୍ଜୁର ହୋଇଛି । ସେଥିରୁ ୩୫୭୪ଟି ଗୃହ ନିର୍ମାଣ ସରିଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୩୧୧ କିମି ରାସ୍ତା ନିର୍ମାଣ ହୋଇ ଗାଁକୁ ସଡ଼କ ସଂଯୋଗ ହୋଇପାରିଛି ।ତାଙ୍କ ନିର୍ବାଚନମଣ୍ଡଳୀର ୬ଟି ବ୍ଲକରେ ୧୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬.୦୨କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ତାଙ୍କ ନିର୍ବାଚନ ମଣ୍ଡଳୀରେ ୬୪୦୦କୋଟି ଟଙ୍କାର ୪୩ଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନେବା ପାଇଁ ସେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମ୍ୟ ପାନୀୟ ଜଳଯୋଗାଣ, ଜଳସେଚନ ପ୍ରକଳ୍ପ ଆଦି ଦିଗରେ ମଧ୍ୟ ସେ ସରକାରୀ ବିଭାଗଗୁଡ଼ିକ ସହ ନିମୟିତ ଯୋଗାଯୋଗରେ ରହିଛନ୍ତି।

ସେହିପରି ସେ ବିଭିନ୍ନ ମନ୍ତ୍ରଣାଳୟ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏଥିରେ ଲିଙ୍ଗରାଜ ରେଳଷ୍ଟେସନ ଓ ବୋଲଗଡ଼ ଷ୍ଟେସନର ଉନ୍ନୀତିକରଣ, ଭୁବନେଶ୍ୱର ରେଳଷ୍ଟେସନର ଆଧୁନିକୀକରଣ, ଚିଲିକା ହ୍ରଦ ଅଂଚଳର ପୁନରୁଦ୍ଧାର, ଅନ୍ଧାରୁଆରେ ଇଏସଆଇସିର ୧୫୦ବେଡ୍ ବିଶିଷ୍ଟ ମେଡିକାଲ କଲେଜ, ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ସ୍ଥାପନ ପାଇଁ ଅନୁମତି, ଅନୁସୂଚିତ ଜନଜାତି ତାଲିକାରେ ଦୁରୁଆ, କନ୍ଧ କୁମ୍ଭାର ଓ ସଅରା ଜନଜାତିଙ୍କୁ ସାମିଲ, ପ୍ରାଚୀ ନଦୀର ପୁନରୁଦ୍ଧାର, ଭୁବନେଶ୍ୱରରୁ ଜାମ୍ମୁ ଏବଂ ଭୁବନେଶ୍ୱରରୁ ଶିରିଡ଼ିକୁ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଖରେ ଦାବି ରଖି ଆସିଛନ୍ତି ।
ଏସବୁ ବ୍ୟତୀତ ସାଧାରଣ ଲୋକଙ୍କ ଅଭିଯୋଗ ଓ ଆପତ୍ତି ଶୁଣିବା ପାଇଁ ତାଙ୍କ ଅଫିସ କାର୍ଯ୍ୟ କରୁଛି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସହ ବିଚାରବିମର୍ଶ କରି ସେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ସେ କିଛି କାର୍ଯ୍ୟ କରିଛନ୍ତି ଓ ଅନେକ କାର୍ଯ୍ୟ ମଧ୍ୟ ଏବେବି ବାକି ରହିଛି । ନିର୍ବାଚନମଣ୍ଡଳୀର ଲୋକଙ୍କ ସହଯୋଗରେ ଏସବୁ କାର୍ଯ୍ୟ ସେ କରିପାରିବେ ବୋଲି ଆଶା ରଖିଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos