ଉପନିର୍ବାଚନ ପୂର୍ବରୁ ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ଉପନିର୍ବାଚନ ହେବ। ଏହା ପୂର୍ବରୁ ବିଜେଡିରେ ଆରମ୍ଭ ହୋଇଛି ଗୋଷ୍ଠୀ କନ୍ଦଳ। ଉପନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଅଡୁଆ ହୋଇଛି ଦଳୀୟ ଅସନ୍ତୋଷ। ବାଲେଶ୍ୱରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ୩ ଦିନ ହେଲା ଡେରା ପକାଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା। ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଅନ୍ୟ ନେତାମାନଙ୍କ […]

bjd

bjd

Manoranjan Sial
  • Published: Wednesday, 23 September 2020
  • Updated: 23 September 2020, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ଉପନିର୍ବାଚନ ହେବ। ଏହା ପୂର୍ବରୁ ବିଜେଡିରେ ଆରମ୍ଭ ହୋଇଛି ଗୋଷ୍ଠୀ କନ୍ଦଳ। ଉପନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଅଡୁଆ ହୋଇଛି ଦଳୀୟ ଅସନ୍ତୋଷ। ବାଲେଶ୍ୱରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ୩ ଦିନ ହେଲା ଡେରା ପକାଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା।

ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଅନ୍ୟ ନେତାମାନଙ୍କ ସହ ସେ ଆଲୋଚନା କରିଥିଲେ। ତେବେ ପ୍ରାର୍ଥୀ କିଏ ହେବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ରବୀନ୍ଦ୍ର ଜେନା, ତାଙ୍କ ପତ୍ନୀ ସୁଭାଷିନୀ ଜେନା, ଜୀବନ ପ୍ରଦୀପ ଦାଶ ଓ ଅରିନ୍ଦମ ରାୟ ପ୍ରମୁଖଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କ ବାଦ କୌଣସି ସରପ୍ରାଇଜ୍‌ କ୍ୟାଣ୍ଡିଡେଟଙ୍କ ନାଁ ବି ଆସିପାରେ। ସେପଟେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଅସନ୍ତୁଷ୍ଟ ଥିବା ଓ ଦଳ ଛାଡ଼ିବା ନେଇ ଅଲୋଚନା ହେଉଛି। ହେଲେ ରବୀନ୍ଦ୍ର ଏହାକୁ ଖଣ୍ଡନ କରିବା ସହ ଦଳ ଯାହା ଦାୟିତ୍ୱ ଦେବ ତାହା କରିବେ ବୋଲି ମତ ଦେଇଛନ୍ତି।

ବାଲେଶ୍ୱର ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି-“ବିଧିବଦ୍ଧ ଭାବେ କାହାକୁ କିଛି ଦାୟିତ୍ୱ ଦିଆଯାଇ ନାହିଁ। ଏଠି କେହି ଅସନ୍ତୁଷ୍ଟ ନାହାନ୍ତି। ନିର୍ବାଚନ କିପରି ପରିଚାଳିତ ହେବ, ତାହାର ଦାୟିତ୍ୱ ରବୀନ୍ଦ୍ର ଜେନା ତୁଲାଉଛନ୍ତି। କେଉଁ ପୋଜିସନ୍‌ରେ କିଏ ରହି ନିର୍ବାଚନ ଲଢ଼ିବେ, ତାହା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।”

ଏଣେ ତିର୍ତ୍ତୋଲ ବିଜେଡିରେ ବି ଗୋଷ୍ଠୀ କନ୍ଦଳ କିଛି କମ୍‌ ନୁହେଁ। ଚଳିତ ମାସ ୧୧ ତାରିଖରେ ସ୍ଥାନୀୟ ମୁନୀ ଗୋସାଇଁ ମଠରେ ହୋଇଥିବା ଦୀଳୟ ବୈଠକ ବେଳେ ବରିଷ୍ଠ ନେତା ସଂଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ ଓ ରଘୁନନ୍ଦନ ଦାଶଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ, ଠେଲାପେଲା। ଏଠାରେ ଦିବଂଗତ ବିଧାୟକ ବିଷ୍ଣୁ ଦାସ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିବାକୁ ଗୋଟିଏ ଗୋଷ୍ଠୀ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଓ କିଛି ନିର୍ଦ୍ଦିଷ୍ଟ ନେତୃତ୍ୱ ଅନ୍ୟ ପ୍ରାର୍ଥୀ ଦେବାକୁ ଯୋଜନା କରୁଛନ୍ତି।

ସେପଟେ ଦୁଇ ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟ ତୟାର। ତିର୍ତ୍ତୋଲରେ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେ ପ୍ରାର୍ଥୀ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ତେବେ ଦଳର ଅନ୍ୟ ନେତା ବିଭୁ ପ୍ରସାଦ ତରାଇ ଓ ରମାକାନ୍ତ ଭୋଇ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। କଂଗ୍ରେସରୁ ୬ ଜଣ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତିା

ସେପଟେ ବାଲେଶ୍ୱରରେ ଦିବଂଗତ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ନିର୍ବାଚନର ସଂଯୋଜକ ଦାୟିତ୍ୱ ଦିଆଯାଇଛିା ଏଠାରୁ ମାନସ ଟିକଟ୍‌ ରେସରେ ଆଗରେ ଅଛନ୍ତି। କଂଗ୍ରେସ ମଧ୍ୟ ୩-୪ ଜଣଙ୍କ ନାଁକୁ ନେଇ ବିଚାର ବିମର୍ଶ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story