ଭଦ୍ରକ: ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଲେ କଂଗ୍ରେସ, ବିଜେପି ନେତୃବୃନ୍ଦ

ଭଦ୍ରକ: ତିହିଡ଼ି ବ୍ଲକ କୁବେରା ପଞ୍ଚାୟତରେ ଆତ୍ମହତ୍ୟା କରିଥିବା ଚାଷୀ ଅଣାକାର ବେହେରାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଉଭୟ କଂଗ୍ରେସ ଓ ବିଜେପି ନେତୃବୃନ୍ଦ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କଂଗ୍ରେସ ନେତାମାନେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପରେ ତିହିଡ଼ିଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଥିରେ ଯୋଗଦେଇ ପ୍ରଦେଶ କଂଗ୍ରେସ୍ କୃଷକ ସେଲର ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ […]

bjp

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 10:52 AM IST

ଭଦ୍ରକ: ତିହିଡ଼ି ବ୍ଲକ କୁବେରା ପଞ୍ଚାୟତରେ ଆତ୍ମହତ୍ୟା କରିଥିବା ଚାଷୀ ଅଣାକାର ବେହେରାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଉଭୟ କଂଗ୍ରେସ ଓ ବିଜେପି ନେତୃବୃନ୍ଦ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କଂଗ୍ରେସ ନେତାମାନେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପରେ ତିହିଡ଼ିଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଥିରେ ଯୋଗଦେଇ ପ୍ରଦେଶ କଂଗ୍ରେସ୍ କୃଷକ ସେଲର ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କ। କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ।

ସେହିପରି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ସମେତ ଅନେକ ବିଜେପି ନେତା ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ବିଜେପି ପକ୍ଷରୁ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦାବି କରାଯାଇଛି । ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Related story