ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଇ ଲ’ ପ୍ରସଙ୍ଗରେ ପ୍ରେସମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୩ ଯାଏ ସଂସଦ ଚାଲିଥିଲା। ଖବର ପାଇଲି କିଛି ଛକରେ ମୋ ଫଟୋ ଦେଇ ନିଖୋଜ ପୋଷ୍ଟର ଲାଗିଛି। ମାର୍ଚ୍ଚ ୮ରୁ ଏପ୍ରିଲ ୮ଯାଏ ବଜେଟି ଅଧିବେଶନ ଦ୍ୱିତୀୟ ସତ୍ର ଅଛି। ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ପୋଷ୍ଟର ଲଗାଇଥିଲେ, ସେମାନେ ମୋ ଶୁଭେଚ୍ଛୁ। ବାଇ ଲ ପ୍ରସଙ୍ଗରେ ମୁଁ ମନ୍ତ୍ରାଳୟ ସହ ବିସ୍ତୃତ କଥା ହୋଇଛି। ରାଜ୍ୟ ସରକାର କଥା ବୁଝନ୍ତୁ। ଆରୋପ ପ୍ରତ୍ୟାରୋପରେ କିଛି ହେବନି। ସମସ୍ତେ ଓଡ଼ିଶାର ବିକାଶ ଚାହୁଁଛୁ। ତର୍କ ବିତର୍କରେ ଲାଭ ନାହିଁ। ବିକାଶର କୌଣସି ଦଳ ନଥାଏ । ସେ ଆହୁରି କହିଛନ୍ତି ଯେ, ଆମ ଦେଶରେ ୩୬୯୩ଟି କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ଅଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ରହିଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ବୋଲି ଆଇନରେ ରହିଛି। ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବନି। ୨ଶହ ମିଟର ମଧ୍ୟରେ ଅନୁମତି ନେଇ କାମ କରାଯାଇ ପାରିବ। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ଅନୁମତି ନେଇ କାର୍ଯ୍ୟ କରାଯାଇ ପାରିବ। ସଂସ୍କୃତି ନିର୍ଦ୍ଦେଶକ NMAକୁ ପଠାଇବେ, NMA କହିଲେ କାମ ହୋଇପାରିବ। ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁଯାୟୀ, ଯେଉଁ ୫ଟି ହେରିଟେଜ୍କୁ ନେଇ ବାଇ-ଲ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା । ହେଲେ ସେଥିରେ ଲିଙ୍ଗରାଜ ମନ୍ଦିର ନଥିଲା। ଯାହା NMA ୱେବସାଇଟ୍ରେ ଉଲ୍ଲେଖ ଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ ଡ୍ରାଫ୍ଟକୁ ପ୍ରତ୍ୟାହାର କରାଯାଇଛି। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିରର ବାଇ-ଲ ଡ୍ରାଫ୍ଟ ତିଆରି ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି। ଲିଙ୍ଗରାଜ ପ୍ରସଙ୍ଗରେ ଯେଉଁମାନେ ଉଠାଉଛନ୍ତି ସେମାନେ ଜାଣି ନାହାନ୍ତି ବୋଲି ଅପରାଜିତା କହିଛନ୍ତି। ତେବେ ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ। ଶାସନ ଏତେ ଅଜ୍ଞାନ ଓ ଅପରିପକ୍ୱ କେମିତି ହୋଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ପାଠ ନପଢ଼ିକି କେମିତି ଆଲୋଚନା କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ବାଇ-ଲ ଲାଗୁ ହେଲେ ସବୁକିଛି ଆହୁରି ବ୍ୟବସ୍ଥିତ ହୋଇଯିବ। ରାଜ୍ୟ ସରକାରଙ୍କ ମତାମତ ନିଆନଯିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସଂସ୍କୃତି ନିର୍ଦ୍ଦେଶକଙ୍କ ଜରିଆରେ ଗଲା, ରାଜ୍ୟ ସରକାର ଜାଣିପାରିଲେନି କେମିତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ? ରାଜ୍ୟ ସରକାର ଆମ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ପୁରୀର ୭୫ ମିଟର କାର୍ଯ୍ୟ ପାଇଁ ରାଜ୍ୟ NMAରୁ ଅନୁମତି ନେଇନି। ଭୁବନେଶ୍ୱର ଲିଙ୍ଗରାଜ କ୍ଷେତ୍ରରେ ବି କୌଣସି ଅନୁମତି ନିଆଯାଇନି। ଆମେ ସମସ୍ତେ ଆଇନ ମାନିବାକୁ ବାଧ୍ୟ, ଏଠି ଆଇନ ପାଳନ ହୋଇନି। ସେହିପରି ପ୍ରେସମିଟରେ ସଂଗୀନ ତଥ୍ୟ ଦେଇଛନ୍ତି ଅପରାଜିତା । ସେ କହିଛନ୍ତି ଯେ, ଲିଙ୍ଗରାଜ କାମ ପାଇଛି ଆର୍କ ହୋମ୍ ଆର୍କିଟେକ୍ଚରାଲ ଫାର୍ମ ନଏଡା। ଶ୍ରୀମନ୍ଦିର କାମ ପାଇଛି ଭୂମିପୁତ୍ର ଆର୍କିଟେକ୍ଚରାଲ ଫାର୍ମ ବେଙ୍ଗଲୁରୁ। ଉଭୟ ସଂସ୍ଥାର ଐତିହ୍ୟ ନିର୍ମାଣ ବା ବିକାଶ ଦିଗରେ କୌଣସି ପୂର୍ବ ଅଭିଜ୍ଞତା ନାହିଁ । ସୂଚନା ଅନୁଯାୟୀ ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେଲା ରାଜନୀତି ତେଜିବାରେ ଲାଗିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।