ବିଜେଡି ଛାଡ଼ି ବିଜେପିକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଅଁର। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେପିକୁ ଫେରିବା ପରେ ସେ ବିଜେଡିର ଖଣି ଚାନ୍ଦାର ଗୁମର ଖୋଲିଛନ୍ତି। ସୂଚନାଯୋଗ୍ୟ, ବିମ୍ବାଧର କୁଅଁର ବରଗଡ଼ ଜିଲ୍ଲାର ଭଟଲୀ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।