ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ପିପିଲି (ଓଡ଼ିଶା ରିପୋର୍ଟର) ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପୁରୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ନୋମିନେସନ ଫାଇଲ୍ କରିଛନ୍ତି । ପିପିଲିବାସୀଙ୍କ ଆଶୀର୍ବାଦ ରହିଛି। ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି କହିଛନ୍ତି ରୁଦ୍ର। ସେହିପରି କଂଗ୍ରେସ […]

rud

Tapas Behera
  • Published: Tuesday, 30 March 2021
  • , Updated: 30 March 2021, 03:17 PM IST

ପିପିଲି (ଓଡ଼ିଶା ରିପୋର୍ଟର) ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପୁରୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ନୋମିନେସନ ଫାଇଲ୍ କରିଛନ୍ତି ।

ପିପିଲିବାସୀଙ୍କ ଆଶୀର୍ବାଦ ରହିଛି। ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି କହିଛନ୍ତି ରୁଦ୍ର। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ପିପିଲିରୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ଅଜିତ। ସେ ୨୦୧୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।  ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରିଥିବାରୁ ଦଳୀୟ ନେତୃମଣ୍ଡଳୀକୁ ଧନ୍ୟବାଦ ଜଣାଇଛନ୍ତି ଅଜିତ।

ତେବେ ଏଥର ପିପିଲିରେ କଂଗ୍ରେସ ବାଜିମାତ କରିବ ବୋଲି ଅଜିତ କହିଛନ୍ତି। ତେବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଛନ୍ତି ।  ପିପିଲିବାସୀ ସ୍ଥିର କରିସାରିଛନ୍ତି। ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ପିପିଲିବାସୀ ଜିତାଇବେ ବୋଲି କହିଛନ୍ତି ଆଶ୍ରିତ । ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ।

Related story