ରାଜଧାନୀରେ ପୋଷ୍ଟର ୱାର୍ : ଅନ୍ତଃକନ୍ଦଳ ଏଡ଼ାଇବାକୁ ଆଗୁଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡି

ବିଜେଡି ପ୍ରଥମ ଥର ପାଇଁ ଅଘୋଷିତ ଭାବେ ନିଜର ଭୁବନେଶ୍ୱର ସଂସଦୀୟ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇ ଦଳୀୟ ଅନ୍ତଃକନ୍ଦଳ ଉପରେ ଲଗାମ ଦେବା ସହ ୨ଲକ୍ଷ ଭୋଟକୁ ପୁଣିଥରେ ନିଜ ପାଖକୁ ଫେରାଇ ଆଣିବା ନିମନ୍ତେ ଏବେଠୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

BJD PhotoOR

ରାଜଧାନୀରେ ପୋଷ୍ଟର

Ordigital Desk
  • Published: Wednesday, 20 December 2023
  • Updated: 20 December 2023, 08:57 PM IST

ସାଧାରଣ ନିର୍ବାଚନକୁ ଆଉ ୪ମାସ ବାକି ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ନିର୍ବାଚନୀ ଉଷ୍ମତା ବଢ଼ିଲାଣି । ବିଜେଡି ଓ ବିଜେପିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି। ରାଜଧାନୀର କାନ୍ଥବାଡ଼ରେ ଦୁଇ ଦଳର ପ୍ରାର୍ଥୀଙ୍କ ପୋଷ୍ଟର ସହ ବିଜେଡିର ଗଳିକନ୍ଦିରେ ପଦଯାତ୍ରା ଭୁବନେଶ୍ୱରରେ ରାଜନୀତିକ ମାହୋଲକୁ ସରଗରମ କରିଛି। ବିଜେଡି ପ୍ରଥମ ଥର ପାଇଁ ଅଘୋଷିତ ଭାବେ ନିଜର ଭୁବନେଶ୍ୱର ସଂସଦୀୟ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇ ଦଳୀୟ ଅନ୍ତଃକନ୍ଦଳ ଉପରେ ଲଗାମ ଦେବା ସହ ୨ଲକ୍ଷ ଭୋଟକୁ ପୁଣିଥରେ ନିଜ ପାଖକୁ ଫେରାଇ ଆଣିବା ନିମନ୍ତେ ଏବେଠୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ଏବେ ଯେଉଁ କିଛି ଲୋକସଭା ସିଟ୍ ଉପରେ ଅଧିକ ଫୋକସ୍ କରୁଛି ସେଥିରେ ଭୁବନେଶ୍ୱର ଆସନ ସର୍ବାଗ୍ରେ ରହିଛି । ଶ୍ରୀମୟୀଙ୍କୁ ଦଳ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଭୁବନେଶ୍ୱରରୁ ସେ ଲଢ଼ିବା ଏକରକମ ନିଶ୍ଚିତ । କେବଳ ଶ୍ରୀମୟୀ ନୁହଁନ୍ତି ଦଳ ୪୫ରୁ ଅଧିକ ବିଧାନସଭା ଆସନ ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଛି । ଏସବୁ ଆସନ ପାଇଁ କେବଳ ଆନୁଷ୍ଠାନିକ ଟିକେଟ୍ ଘୋଷଣା ବାକି ରହିଛି । ତେବେ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରେ ଦଳୀୟ ଅନ୍ତଃକନ୍ଦଳ ଯୋଗୁ ୨୦୧୯ ନିର୍ବାଚନରେ ବିଜେଡିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି ସଂସଦୀୟ କ୍ଷେତ୍ରରେ ଦଳର ଭୋଟ୍ ହାର ଭଲ ରହିଥିଲେ ମଧ୍ୟ ଏହି ସିଟ୍ ବିଜେପି ହାତକୁ ଯିବା ବିଜେଡିକୁ ମହଙ୍ଗା ପଡ଼ିଛି । ଗତଥରର ଭୁଲକୁ ସୁଧାରିବା ପାଇଁ ଦଳ ଏବେ ସୁଚିନ୍ତିତ ରଣନୀତି ସହ ଶ୍ରୀମୟୀଙ୍କୁ ମଇଦାନକୁ ଓହ୍ଲାଇଛି ।

Also Read

ଜୟଦେବ, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧା ସମେତ ଭୁବନେଶ୍ୱରର ୩ଟି ବିଧାନସଭା ଅଂଚଳରେ ଶ୍ରୀମୟୀ ଏବେ ମାରାଥନ୍ କାର୍ଯ୍ୟକ୍ରମ କରୁଛନ୍ତି । ଏସବୁ ସ୍ଥାନରେ ଦଳର ବିଧାୟକ ପ୍ରାର୍ଥୀ ଅବା ବିଧାୟକମାନେ ଖୋଲାଖୋଲି ଭାବେ ଶ୍ରୀମୟୀଙ୍କୁ ଦଳର ସାଂସଦ ପ୍ରାର୍ଥୀ ବୋଲି କହି ଭୋଟ୍ ମାଗୁଛନ୍ତି । ଦଳର ଜନସମ୍ପର୍କ ପଦଯାତ୍ରାରେ ମଧ୍ୟ ଶ୍ରୀମୟୀ ବିଜେଡି ସାଂସଦ ପ୍ରାର୍ଥୀ ବୋଲି ମାଇକ୍ ଯୋଗେ ଘୋଷଣା ହେଉଛି ।

ଏପଟେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରରେ କାନ୍ଥରେ ପୋଷ୍ଟରୱାର ଦେଖିବାକୁ ମିଳିଛି । ଯେଉଁଠି ‘ଆଉ ଥରେ ଅପରାଜିତା’ ଲେଖାଯାଇଛି ସେଠାରେ ‘ଭୁବନେଶ୍ୱରରେ ଏଥର ଶ୍ରୀମୟୀ ଅପା’ର ପୋଷ୍ଟର ଲାଗିଛି । ଅପରାଜିତାଙ୍କୁ ‘ମିଛେଇ ବିହାରୀ ନାନୀ ଏଥର ଭୁବନେଶ୍ୱରବାସୀ କ୍ଷମା ଦେବେନି’ ବୋଲି ପୋଷ୍ଟର ଲାଗିଛି । ତେବେ ଏହି ପୋଷ୍ଟର କିଏ ଲଗାଇଛି ସେ ନେଇ କେହି ମୁହଁ ଖୋଲୁନଥିଲେ ମଧ୍ୟ ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ଏବେଠୁ ଲଢ଼େଇ ଓ ଛକାପଞ୍ଝା ଜୋର ଧରିଲାଣି । ବିଜେଡି ନିଜର ସଂସଦୀୟ ପ୍ରାର୍ଥୀ ଭାବେ ଶ୍ରୀମୟୀଙ୍କୁ ମଇଦାନକୁ ଓହ୍ଲାଇ ଜୋରଦାର ଢଙ୍ଗରେ ପ୍ରଚାର ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନର ୪ମାସ ପୂର୍ବରୁ କାହିଁକି ଶ୍ରୀମୟୀଙ୍କୁ ମଇଦାନକୁ ଓହ୍ଲାଇଲା? ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତି ଭୟ ନା ଦଳୀୟ ଅନ୍ତଃକନ୍ଦଳର ଭୟ? ତେବେ ତଥ୍ୟ କହୁଛି ବିଜେଡି ନିଜ ଦଳୀୟ କନ୍ଦଳକୁ ନେଇ ଚିନ୍ତାରେ ଅଛି ।

ତଥ୍ୟ ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମୋଟ ୧୦.୦୫ଲକ୍ଷ ଭୋଟର(୫୯.୬୦%) ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସେଥିରୁ ବିଜେପିର ଅପରାଜିତାଙ୍କ ସପକ୍ଷରେ ୪.୮୬ଲକ୍ଷ ଓ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସପକ୍ଷରେ ୪.୬୩ଲକ୍ଷ ଭୋଟ୍ ପଡ଼ିଥିଲା । ଅପରାଜିତା ୨୩,୮୩୯(୨.୩%) ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜଟଣୀକୁ ଛାଡ଼ି ଅନ୍ୟ ସମସ୍ତ ଯଥା-ବେଗୁନିଆ, ଖୋର୍ଦ୍ଧା, ଜୟଦେବ, ଭୁବନେଶ୍ୱର ସେଂଟ୍ରାଲ, ଏକାମ୍ର ଓ ଭୁବନେଶ୍ୱର ଉତ୍ତର ବିଧାନସଭା ସିଟ୍ ବିଜେଡିକୁ ଯାଇଥିଲା । ଜଟଣୀ ସିଟ୍ କଂଗ୍ରେସ(ସୁରେଶ ରାଉତରାୟ)ଙ୍କୁ ଯାଇଥିବାବେଳେ ବିଜେପି ଏଠାରେ ଖାତା ଖୋଲି ପାରିନଥିଲା ।
୨୦୧୯ ସାଧାରଣ ନିର୍ବାଚନରେ ଏହି ସମସ୍ତ ୭ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସପକ୍ଷରେ ମୋଟ ୪ ଲକ୍ଷ ୮୨ହଜାର ୩୨୨ଖଣ୍ଡ (୪୮.୬୧%)ଭୋଟ ପଡ଼ିଥିଲା । ଏସବୁ ସିଟରେ ବିଜେପି ପ୍ରାର୍ଥୀମାନଙ୍କୁ ମୋଟ ୨ଲକ୍ଷ ୯୦ହଜାର ୬୮୪ଖଣ୍ଡ(୨୯.୨୯%) ଭୋଟ୍ ମିଳିଥିଲା । ଆଉ କଂଗ୍ରେସ ପ୍ରାର୍ଥୀମାନଙ୍କୁ ୧ଲକ୍ଷ ୪୧ହଜାର ୮ଖଣ୍ଡ(୧୪.୨୧%) ଭୋଟ୍ ମିଳିଥିଲା ।

ତେବେ ବିଜେଡିର ରଣନୀତିକାରଙ୍କ ମତରେ , ଏହି ସଂସଦୀୟ ଆସନରେ ଯଦି ବିଜେପିର ବିଧାୟକମାନଙ୍କୁ ମାତ୍ର ୨.୯୦ଲକ୍ଷ ଭୋଟ୍ ମିଳିଲା ତା’ହେଲେ ସାଂସଦଙ୍କୁ କିଭଳି ୪.୮୬ଲକ୍ଷ ଭୋଟ୍ ପଡ଼ିଲା । ବିଜେପି ସପକ୍ଷରେ ପ୍ରାୟ ୨ଲକ୍ଷ ଅଧିକ ଭୋଟ୍ କେଉଁଠୁ ଆସିଲା । ଆଉ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ବିଜେଡି ବିଧାୟକମାନଙ୍କ ତୁଳନାରେ ୧୯ହଜାର ଭୋଟ୍ କାହିଁକି କମ୍ ମିଳିଲା ।

ଦଳୀୟ ଅନ୍ତଃକନ୍ଦଳ ଯୋଗୁ ବିଜେପି ସାଂସଦ ପ୍ରାର୍ଥୀ ୨ଲକ୍ଷ ଅଧିକ ଭୋଟ୍ ହାତେଇବାରେ ସକ୍ଷମ ହେଲେ ବୋଲି ବିଜେଡି ଅନୁଭବ କରିଛି । ସେଥିପାଇଁ ଦଳ ଶ୍ରୀମୟୀଙ୍କୁ ଆଗୁଆ ମଇଦାନକୁ ଓହ୍ଲାଇ ଏହି ଅନ୍ତଃକନ୍ଦଳକୁ ପରଖିବାରେ ଲାଗିଛି । ଆଉ ଅନ୍ତଃକନ୍ଦଳରେ ଲିପ୍ତ ଥିବା ନେତାମାନଙ୍କୁ ଚେକ୍ ଦେବାକୁ ଏବେଠୁ କଠୋର ଆଭିମୁଖ୍ୟ ପୋଷଣ କରୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story