କେନ୍ଦ୍ର ସରକାର କେବଳ ପ୍ରଚାରଧର୍ମୀ ନହେଉ: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ ହେବାପରେ ଏହାର ପ୍ରତିଫଳନ ରାଜ୍ୟରେ ପଡ଼ିଛି। ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦମାନେ ସଂସଦରେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି ବୋଲି ଅଭିଯୋଗ ଆଣିବାପରେ ବିଜେଡି ମଧ୍ୟ ପାଲଟା ଅଭିଯୋଗ କରିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ବାସ୍ତବତାକୁ […]

Amar-Prasad-Satpathy

Amar-Prasad-Satpathy

Manoranjan Sial
  • Published: Saturday, 06 February 2021
  • Updated: 06 February 2021, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ ହେବାପରେ ଏହାର ପ୍ରତିଫଳନ ରାଜ୍ୟରେ ପଡ଼ିଛି। ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦମାନେ ସଂସଦରେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି ବୋଲି ଅଭିଯୋଗ ଆଣିବାପରେ ବିଜେଡି ମଧ୍ୟ ପାଲଟା ଅଭିଯୋଗ କରିଛି।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ବାସ୍ତବତାକୁ ଆସୁ। ଖାଲି ସ୍ୱପ୍ନରେ ପ୍ରଚାରଧର୍ମୀ ନହେଉ। ଏମଏସପି ଦ୍ୱନ୍ଦ୍ୱ ଦୂର କରିବାରେ ଅସୁବିଧା କେଉଁଠି? ଏମଏସପିକୁ ଆଇନ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆଣନ୍ତୁ। ଲୋକେ ଲାଭ ପାଇବାକୁ ଚାହୁଁଥିଲେ ଏମଏସପିକୁ ଆଇନ ପ୍ରକ୍ରିୟାକୁ ଆଣନ୍ତୁ। ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇନି। ସମ୍ପୂର୍ଣ୍ଣ ରିପୋର୍ଟକୁ କାର୍ଯ୍ୟକାରୀ ନକରି କେବଳ ଗୋଟିଏ କଥା କୁହାଯାଉଛି। ୫୦କି ୧୦୦ଟଙ୍କା ବୃଦ୍ଧି କରି ଏମଏସପି ବଢ଼ାଇଲୁ ବୋଲି କେନ୍ଦ୍ର ସରକାର କହୁଛନ୍ତି। ତେଣୁ କେନ୍ଦ୍ର ସରକାର ବାସ୍ତବତାକୁ ଆସୁ, ଖାଲି ସ୍ୱପ୍ନରେ ପ୍ରଚାରଧର୍ମୀ ନହେଉ। ସେହିପରି ରେଳ ଅନୁଦାନ ପ୍ରସଙ୍ଗରେ ଶ୍ରୀ ଶତପଥୀ କହିଛନ୍ତି ଯେ, ଏଠି ୟୁପିଏ କି ଏନଡିଏ କଥା ପଡ଼ିନି। ବିଜେଡି ସର୍ବଦା ଓଡ଼ିଶାର ଆବଶ୍ୟକତା କଥା କହୁଛି। ଓଡ଼ିଶାକୁ ଅବହେଳା କରିବାରେ ପୂର୍ଣ୍ଣଚ୍ଛେଦ ପଡ଼ି ନାହିଁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos