ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା, ଜିଲ୍ଲା ଗସ୍ତରେ ପୁଣି ଯିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ବିଜେଡି ଲାଗି ପଡ଼ିଛି। କରେନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଲହର ଆସିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାଗୁଡ଼ିକ ପାଇଁ କୋଟିକୋଟି ଟଙ୍କାର ପ୍ରୋଜେକ୍ଟ ଭେଟି ଦେଉଥିଲେ, ଠିକ୍ ସେହି ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୪ମାସ ପରେ ଆସନ୍ତା […]

naveen patnaik

Ordigital Desk
  • Published: Saturday, 14 August 2021
  • , Updated: 14 August 2021, 10:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ବିଜେଡି ଲାଗି ପଡ଼ିଛି। କରେନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଲହର ଆସିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାଗୁଡ଼ିକ ପାଇଁ କୋଟିକୋଟି ଟଙ୍କାର ପ୍ରୋଜେକ୍ଟ ଭେଟି ଦେଉଥିଲେ, ଠିକ୍ ସେହି ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୪ମାସ ପରେ ଆସନ୍ତା ୨୦ତାରିଖରେ ନବୀନ ପୁଣିଥରେ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ବଲାଙ୍ଗିର, ନବରଙ୍ଗପୁର, ଗଜପତି, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କରୋନା ମହାମାରୀ ପ୍ରଥମ ଲହରରେ ନବୀନ ୮ମାସ ଧରି ନିଜକୁ ନବୀନ ନିବାସରେ ରଖିବାପରେ ୨୦୨୧ ଜାନୁୟାରୀ ୧୪ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ କୋଟିକୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ନିଜର ବିଧାୟକ ଓ ମନ୍ତ୍ରୀମାନଙ୍କୁ ସେଠାକୁ ଆଗୁଆ ପଠାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ ଫାଇଦା ନେବାକୁ ପଦକ୍ଷେପ ନେଇଥିଲା। ନବୀନ ସେତେବେଳେ ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟକ୍ରମରେ କୋଟିକୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ ସରକାରୀସ୍ତରରେ ହେଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ ବିଜେଡି ନିୟନ୍ତ୍ରଣରେ ହୋଇଥିଲା। ଏବେ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏବେ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୦ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହୋଇପାରେ ବୋଲି ଅଣଆନୁଷ୍ଠାନିକ ଭାବେ ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ଦୁଇ ଜିଲ୍ଲାର ବିଜେଡି ସଂଗଠନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଚୂଡ଼ାନ୍ତ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସରକାରୀ ହୋଇଥିଲେ ମଧ୍ୟ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସେଥିରୁ ରାଜନୀତିକ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ବିଜେଡି ନିଜର ବିଧାୟକ ଓ ନେତାମାନଙ୍କୁ ସେହି ସବୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଂଚଳରେ ନିୟୋଜିତ କରି ନିଜର ସଂଗଠନକୁ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

Related story