ନିତି ଆୟୋଗ ରିପୋର୍ଟ: ମାପିଚୁପି ଜବାବ ଦେଲା ବିଜେଡି, କହିଲା ରାଜନୀତି ନହେଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିତି ଆୟୋଗଙ୍କ ଦ୍ୱାରା ଏସଡିଜି ରିପୋର୍ଟକୁ ନେଇ ଆଜି ବିଜେପି ସିଧାସଳଖ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବିଫଳତାର ଲମ୍ବା ତାଲିକା ଦେବାପରେ ବିଜେଡି ପ୍ରତିକ୍ରିୟା ରଖିଛି । ମାତ୍ର ବିଜେଡି ଏହି ରିପୋର୍ଟ ପାଇଁ ସିଧାସଳଖ ନିତି ଆୟୋଗ କିମ୍ବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା ନକରି ଏଭଳି ରିପୋର୍ଟକୁ ନେଇ ରାଜନୀତି ନହେଉ ବୋଲି କହିଛି। ଏହାସହିତ ରିପୋର୍ଟକୁ ନେଇ ଉପରଠାଉଣିଆ ଭାବେ ରାଜନୀତି କରିବା […]

bjd

bjd

Ordigital Desk
  • Published: Saturday, 05 June 2021
  • Updated: 05 June 2021, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିତି ଆୟୋଗଙ୍କ ଦ୍ୱାରା ଏସଡିଜି ରିପୋର୍ଟକୁ ନେଇ ଆଜି ବିଜେପି ସିଧାସଳଖ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବିଫଳତାର ଲମ୍ବା ତାଲିକା ଦେବାପରେ ବିଜେଡି ପ୍ରତିକ୍ରିୟା ରଖିଛି । ମାତ୍ର ବିଜେଡି ଏହି ରିପୋର୍ଟ ପାଇଁ ସିଧାସଳଖ ନିତି ଆୟୋଗ କିମ୍ବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା ନକରି ଏଭଳି ରିପୋର୍ଟକୁ ନେଇ ରାଜନୀତି ନହେଉ ବୋଲି କହିଛି। ଏହାସହିତ ରିପୋର୍ଟକୁ ନେଇ ଉପରଠାଉଣିଆ ଭାବେ ରାଜନୀତି କରିବା ଦୁଃଖଦାୟକ ଓ ଏଥିରେ ପରିପକ୍ୱତାର ଅଭାବ ପ୍ରତିଫଳିତ ହେଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ନିତି ଆୟୋଗଙ୍କ ଏସଡିଜି ଇଣ୍ଡିଆ ରାଙ୍କିଂରେ ଓଡ଼ିଶାର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାବେଳେ ବିଜେଡି ମଧ୍ୟ ଅନୁରୂପ ସାମ୍ବାଦିକ ସମ୍ମିଳନୀ କରି ପାଲଟା ଜବାବ ଦେଇଥିଲା। ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଥିଲେ ଯେ, ନିତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ମୁଖବନ୍ଧର ଦ୍ୱିତୀୟ ପାରାରେ ସ୍ପଷ୍ଟ ଭାବେ ଏପରି ରିପୋର୍ଟ ପାଇଁ ପଂଚାୟତସ୍ତରରେ ଡାଟା ସଂଗ୍ରହ ଉପରେ ଗୁରୁତ୍ୱ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ୨୦୧୮ରେ ୫୧, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ଅଙ୍କ ଓଡ଼ିଶାକୁ ମିଳିଛି । ନିତି ଆୟୋଗ ୩ଟି ପାରାମିଟରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରୁ ଫ୍ରଣ୍ଟରନର ବର୍ଗରେ ଓଡ଼ିଶାକୁ ଗୋଟିଏ, ପରଫର୍ମର ବର୍ଗରେ ୯ଟି ଓ ଆକାଂକ୍ଷା ବର୍ଗରେ ୬ଟି ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଛି । ତେବେ ଏସବୁ ଡାଟା ସଂଗ୍ରହ ଉପରେ ନିର୍ଭର କରେ । ଡାଟା ଯୋଗାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ । କିନ୍ତୁ କେବଳ କେନ୍ଦ୍ରୀୟ ଯୋଜନାକୁ ଭିତ୍ତି କରି ଏହି ନିତି ଆୟୋଗ ରିପୋର୍ଟ ପ୍ରସ୍ତୁତ ହୋଇଛି ।

ଏହି ରିପୋର୍ଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ମମତା ଯୋଜନା ପ୍ରସଙ୍ଗରେ କିଛି ବି ଉଲ୍ଲେଖ ନାହିଁ । ନିତି ଆୟୋଗ ଏହି ଇଣ୍ଡିକେଟରକୁ ବି ସାମିଲ କରିନାହାନ୍ତି । ସେହିପରି ୨୦୧୯ ମସିହାରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ୯୨% ଅଙ୍କ ରଖିଥିବାବେଳେ ୨୦୨୦ରେ ୦ ପ୍ରତିଶତକୁ ଖସିଆସିଛି। ଯଦିଓ ୨୦୨୦ ମସିହାରେ କରୋନା ସତ୍ତ୍ୱେ ଓଡ଼ିଶା ଅଧିକ ନିବେଶକଙ୍କୁ ଆକୃଷ୍ଟ କରିପାରିଛି । ତେଣଉ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ରିପୋର୍ଟ ପ୍ରସ୍ତୁତ କରିବା ଉଚିତ୍।

ଶ୍ରୀ ପଟ୍ଟନାୟକ ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ କିମ୍ବା କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରିଛନ୍ତି କି ବୋଲି ପ୍ରଶ୍ନକୁ ସେ ଏଡ଼ାଇ କହିଥିଲେ ଯେ ନିତି ଆୟୋଗଙ୍କ ରିପୋର୍ଟରେ ସୁଧାର ଆସିବା ଦରକାର । ନିତି ଆୟୋଗଙ୍କ ଏସଡିଜିକୁ ଗାଁ ସ୍ତରକୁ ନେବାକୁ ପଡ଼ିବ । ନିତି ଆୟୋଗଙ୍କ ରିପୋର୍ଟକୁ ନେଇ ରାଜନୀତି କରାଯିବା ଅନୁଚିତ୍ । ଏହି ରିପୋର୍ଟକୁ ସମସ୍ତେ ଗ୍ରହଣ କରି ସେଥିରେ ଓଡ଼ିଶାର ତଥ୍ୟ ଅଧିକ କିଭଳି ସାମିଲ ହୋଇପାରିବ ସେ ଦିଗରେ ଚେଷ୍ଟା କରିବା ଉଚିତ୍ । କିନ୍ତୁ ବିଜେପି ଏଠି ନିତି ଆୟୋଗଙ୍କ ରିପୋର୍ଟକୁ ନେଇ ରାଜନୀତି କରୁଛି ଓ ଅପରିପକ୍ୱତା ଦେଖାଇଛି । ବିଜେଡି ଏହି ରିପୋର୍ଟକୁ ନେଇ ରାଜନୀତି କରିବାକୁ ଚାହୁଁନି । କିମ୍ବା ଉତ୍ତରପ୍ରଦେଶ କି ଅନ୍ୟ ରାଜ୍ୟ ସମ୍ପର୍କରେ ରିପୋର୍ଟରେ କ’ଣ ଅଛି ତାହା ଏଠାରେ କହିବାକୁ ଉଚିତ୍‌୍ ମଣୁନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ବିଜେପି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିତି ଆୟୋଗ ରିପୋର୍ଟ ଆଧାରରେ ବିଜେଡି ସରକାରକୁ ସମାଲୋଚନା କରି କହିଥିଲେ ଯେ ହତ୍ୟା, ଶିଶୁବିରୋଧୀ ଅପରାଧ, ମାନବଚାଲାଣ ଅପରାଧ ମଧ୍ୟ ବଢ଼ିଛି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଛି, ବେକାରୀ ବଢ଼ିଛି, ମାତ୍ର ଇଣ୍ଟରନେଟ୍ ୟୁଜର୍ସ ସଂଖ୍ୟା କମିଛି । ଦେଶର ତଳଆଡ଼ୁ ପଂଚମ ସ୍ଥାନରେ ଓଡ଼ିଶା ରହିଛି । ଏହି ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story