ଆଇପିଏସ୍ ଶ୍ୱଶୁରଙ୍କ କମାଲ୍‌: ଆଖିବୁଜା ସମ୍ପତ୍ତି ଆହରଣ କରିଛନ୍ତି ବିଜେଡି ନେତା, କରୋନା କାଳରେ ସର୍ବାଧିକ ବଢ଼ିଛି

୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ କରୋନା ମହାମାରୀର ପ୍ରବେଶବେଳେ ପୁଞ୍ଜିପତିଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ନିଜର ରୋଜଗାରକୁ ନେଇ ଚିନ୍ତିତ ଥିବାବେଳେ ସେହି ଅବଧି ମଧ୍ୟରେ ମାନସଙ୍କ ସମ୍ପତ୍ତିରେ କିନ୍ତୁ ଆଖିଦୃଶିଆ ବୃଦ୍ଧି ପାଇଥିଲା।

Manas Mangaraj

1

Ordigital Desk
  • Published: Monday, 17 June 2024
  • Updated: 18 June 2024, 07:45 AM IST

Sports

Latest News

ବିଜେଡିର ୨୪ବର୍ଷର ଶାସନର ପତନ ପରେ ଏବେ ତୃତୀୟ ମହଲାର ପ୍ରଭାବଶାଳୀ ବାବୁମାନଙ୍କ କାରନାମା ପଦାକୁ ଆସିବାରେ ଲାଗିଛି । ନବୀନ ପଟ୍ଟନାୟକ ସରକାରର ପଂଚମ ତଥା ଶେଷ ପାଳି ସରକାରରେ ସବୁଠୁ ପାୱାରଫୁଲ୍ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କ ଛତ୍ରଛାୟାରେ ବିଜେଡି ନେତା ମାନସ ରଞ୍ଜନ ମଙ୍ଗରାଜ ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ପରିମାଣ କିଭଳି ଆକାଶଛୁଆଁ ବଢ଼ିଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜେଡି ସୂତ୍ର ଅନୁସାରେ, ସାମ୍ବାଦିକରୁ ରାଜନୀତିରେ ଏଂଟ୍ରି ମାରିଥିବା ମାନସ ରଞ୍ଜନ ମଙ୍ଗରାଜ ୨୦୧୮ ଏପ୍ରିଲରେ ବିଜେଡିରେ ସାମିଲ ହେବା ପରଠୁ ତାଙ୍କର ସମ୍ପତ୍ତିରେ ଆକାଶଛୁଆଁ ବୃଦ୍ଧି ପାଇଛି । ଆଇପିଏସ୍ ଡିଏସ କୁଟ୍ଟେଙ୍କ(ଖଣ୍ଡଗିରି ଜଗନ୍ନାଥ ମନ୍ଦିରରେ ମାନସଙ୍କ ବିବାହରେ କନ୍ୟାଦାନ କରିଥିଲେ) ସହଯୋଗ ଓ ଆଶୀର୍ବାଦରେ ମାନସ କେବଳ ଆଖିବୁଜା ସମ୍ପତ୍ତି ଆହରଣ କରିନାହାନ୍ତି ବରଂ ରାତାରାତି ବିଜେଡିର କ୍ଷମତାକେନ୍ଦ୍ର ଓ ଷ୍ଟ୍ରାଟେଜିମେକର ବି ପାଲଟି ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି ।

Also Read

ଆଇପିଏସ୍ ଶ୍ରୀ କୁଟ୍ଟେ ଛତ୍ରଛାୟାରେ ମାନସ ବିଜେଡିରେ ନାକେବଳ ପତିଆରା ବଢ଼ାଇଥିଲେ ବରଂ ବହୁ ଯୋଗ୍ୟ ନେତାଙ୍କୁ ପଛରେ ପକାଇ ରାଜ୍ୟସଭାକୁ ସାଂସଦ ଭାବେ ଯିବାରେ ସଫଳ ହୋଇଥିଲେ । ଜଣେ ଯୋଗ୍ୟ ଶଶ୍ୱୁର ଭାବେ ଜ୍ୱାଇଁ ମାନସଙ୍କ ପତିଆରା ଉଭୟ ସରକାର ଓ ବିଜେଡିରେ କିଭଳି ପ୍ରତିଦିନ ବଢ଼ିବ ତାହା ଖୋଦ୍ କୁଟ୍ଟେ ସୁନିଶ୍ଚିତ କରୁଥିଲେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ କରୋନା ମହାମାରୀର ପ୍ରବେଶବେଳେ ପୁଞ୍ଜିପତିଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ନିଜର ରୋଜଗାରକୁ ନେଇ ଚିନ୍ତିତ ଥିବାବେଳେ ସେହି ଅବଧି ମଧ୍ୟରେ ମାନସଙ୍କ ସମ୍ପତ୍ତିରେ କିନ୍ତୁ ଆଖିଦୃଶିଆ ବୃଦ୍ଧି ପାଇଥିଲା। ବିଗତ ୩-୪ବର୍ଷ ମଧ୍ୟରେ ମାନସ ଓ ତାଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ୱରର ଶଙ୍କରପୁର ମୌଜାରେ ମୂଲ୍ୟବାନ ଘରବାରି ଜମି, ଘାଟିକିଆରେ ବିରାଟ କୋଠା, ବାଣପୁରର ସୁନାଖଳା ଓ କହ୍ନେଇପୁର ମୌଜାରେ ୧୩ ଏକର ଜମି କିଣିବା ସହ ଖୋର୍ଦ୍ଧାର କୁହୁଡ଼ିଠାରେ ଥିବା ଗୋଟିଏ କମ୍ପାନୀ(ବାବା ଲୋକନାଥ ଦେବ କଂକ୍ରିଟ୍ ପ୍ରଡକ୍ଟ ପ୍ରାଇଭେଟ୍ ଲିମିଟେଡ)କୁ ଅଧିଗ୍ରହଣ ଏବଂ ଗୋଟିଏ ଦିନରେ ଉଭୟ ପତି ଓ ପତ୍ନୀ ଏକ କୋଟିରୁ ଅଧିକ ଟଙ୍କା ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ କରିବା ଭଳି ଚାଂଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି ।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା, ୨୦୦୯ ମସିହାରେ ମାନସ ଚିଲିକା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଲଢ଼ିବାବେଳେ(ଅମାନତ ହରାଇଥିଲେ) ନିଜର ମୋଟ୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ମାତ୍ର ପ୍ରାୟ ୪୦ଲକ୍ଷ ଟଙ୍କା ଥିବା ଓ ତାଙ୍କ ମୁଣ୍ଡରେ ୭୧ଲକ୍ଷ ଟଙ୍କାରୁ ଅଧିକ ଋଣ ଥିବା ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇଥିଲେ । ତେବେ କୁଟ୍ଟେଙ୍କ ଯୋଗୁ ମାନସ ୨୦୨୨ ମସିହାରେ ରାଜ୍ୟସଭାକୁ ଯିବାବେଳେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୭କୋଟି ଟଙ୍କାରୁ ଅଧିକ ଥିବା ଦର୍ଶାଇଥିଲେ ବୋଲି ଚର୍ଚ୍ଚା ହେଉଛି। 

ଏହି ଟଙ୍କାର ସମ୍ପତ୍ତି ବ୍ୟତୀତ ସେ ଓ ତାଙ୍କ ପତ୍ନୀଙ୍କ ମାଲିକାନାରେ ଥିବା ମଙ୍ଗରାଜ ମିନେରାଲସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ୨.୭୩କୋଟି ଟଙ୍କାର ଋଣକୁ ମଧ୍ୟ ସେ କରୋନା ମହାମାରୀବେଳେ ପରିଶୋଧ କରିଥିବା ଜଣାପଡ଼ିଛି । ଏହାସହିତ ବାବା ଲୋକନାଥ ଦେବ କଂକ୍ରିଟ୍ ପ୍ରଡକ୍ଟ ଲିମିଟେଡକୁ ସେ ୨୦୨୧ ମାର୍ଚ୍ଚ ୨୫ତାରିଖରେ ଅଧିଗ୍ରହଣ କରିଛନ୍ତି । ଖୋର୍ଦ୍ଧାର ଏହି କମ୍ପାନୀର ମୂଳପୁଞ୍ଜି ୧.୧୫କୋଟି ଟଙ୍କା ଓ ଏହି କମ୍ପାନୀ ଉପରେ ସେତେବେଳେ ୨.୩୪ କୋଟି ଟଙ୍କାର ଋଣ ମଧ୍ୟ ରହିଥିଲା ।

୨୦୨୦ ଓ ୨୦୨୧ ମସିହାର କରୋନା ମହାମାରୀ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରିବା ସହ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ମାନସଙ୍କ ପାଇଁ ୨୦୨୧ ମସିହା କିଭଳି ବରଦାନ ସାବ୍ୟସ୍ତ ହୋଇଥିଲା ଓ ତାଙ୍କର ସମ୍ପତ୍ତି ହୁହୁ ହୋଇ ବଢ଼ୁଥିଲା ତା’ର ତଥ୍ୟ ପରବର୍ତ୍ତୀ ସମୟରେ ବିସ୍ତୃତ ଭାବେ ପ୍ରକାଶ କରାଯିବ । ମାତ୍ର ୨୦୨୧ ଏପ୍ରିଲ ୨୨ ତାରିଖରେ ମାନସ ୬୫ଲକ୍ଷ ଟଙ୍କା ଓ ଏହାର ଦିନକ ପୂର୍ବରୁ ତାଙ୍କ ପତ୍ନୀ ସେହି ସମାନ ବ୍ୟାଙ୍କ ଶାଖା (ଖଣ୍ଡଗିରିର ଷ୍ଟେଟବ୍ୟାଙ୍କ ଶାଖାରେ) ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ କରିଥିବା ଜଣାପଡ଼ିଛି । ମାନସଙ୍କ ମାଲିକାନାରେ ଥିବା ମଙ୍ଗରାଜ ପଲିଟ୍ରି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଉପରେ ଏବେବି ୨.୩୦କୋଟି ଟଙ୍କାର ଋଣ ରହିଛି ।

ଅବଶ୍ୟ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ମାନସ କେଉଁ ସୂତ୍ରରୁ ଏତେ ପରିମାଣର ଟଙ୍କା ପାଇଲେ ତାହା ଜଣାପଡ଼ିନି । ମାତ୍ର ସେ ଆୟକର ବିଭାଗକୁ ଦେଇଥିବା ତଥ୍ୟ ଅନୁସାରେ ସେ ୨୦୧୮-୧୯ରେ ୮.୮୫ଲକ୍ଷ ଟଙ୍କା, ୨୦୧୯-୨୦ରେ ୧୧.୯୮ଲକ୍ଷ ଟଙ୍କା, ୨୦୨୦-୨୧ରେ ୨୦.୪୬ଲକ୍ଷ ଟଙ୍କା ଓ ୨୦୨୧-୨୨ରେ ୨୦.୮୫ଲକ୍ଷ ଟଙ୍କା ଆୟ କରିଥିଲେ । ସେହିପରି ଏହି ଅବଧିରେ ତାଙ୍କ ପତ୍ନୀ ଯଥାକ୍ରମେ ୫.୮୦ଲକ୍ଷ ଟଙ୍କା, ୧୩.୭୪ଲକ୍ଷ ଟଙ୍କା, ୨୪.୪୯ଲକ୍ଷ ଟଙ୍କା ଓ ୨୯.୦୪ଲକ୍ଷ ଟଙ୍କା ଆୟ କରିଥିବା ଜଣାପଡ଼ିଛି ।

ଆୟ ତୁଳନାରେ ମାନସଙ୍କ ସମ୍ପତ୍ତି କିଭଳି ଏହି ୩-୪ବର୍ଷ ଭିତରେ ଏତେ ଟଙ୍କା ବଢ଼ିଲା ଓ ଖଣ୍ଡଗିରିରେ ଥିବା ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସେ କିପରି କୋଟିକୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ରଖୁଥିଲେ ଏବଂ ଏସବୁ ଅର୍ଥର ସ୍ରୋତ କ’ଣ ତାହା କିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ଆୟକର ବିଭାଗ ଜାଣିପାରୁନି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ଉଲ୍ଲେଖଯୋଗ୍ୟ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତା, ଭିକେ ପାଣ୍ଡିଆନଙ୍କ ଉପମୁଖ୍ୟମନ୍ତ୍ରୀ ହେବାର ମହତ୍ୱାକାଂକ୍ଷା, କୁଟ୍ଟେ ଓ ମାନସଙ୍କ ବ୍ୟବସାୟିକ ସ୍ୱାର୍ଥ ସହ ଦମନମୂଳକ ନୀତି ଏବଂ ପ୍ରଣବପ୍ରକାଶ ଦାସ(ବବି)ଙ୍କ ଭଳି ଚାଟୁକାରଙ୍କ ଯୋଗୁ ୨୭ବର୍ଷର ସଫଳ ଦଳ ବିଜେଡି ଏବେ ପତନାଭିମୁଖୀ ହୋଇଛି । ଆଉ ଏହି ବ୍ୟକ୍ତିମାନେ ନିଜର କଲାକର୍ମ ପାଇଁ ଲୋକଙ୍କ ନଜରରୁ ଲୁଚିକି ରହୁଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story