ନବୀନ ସରକାରକୁ ଚ୍ୟାଲେଞ୍ଜ କଲେ ବିଜେଡି ସାଂସଦ

ଭୁବନେଶ୍ୱର/ଜଗତସିଂହପୁର (ଲକ୍ଷ୍ମୀନାରାୟଣ କାନୁନଗୋ ଓ ଶଶାଙ୍କ ପଣ୍ଡା): ଉପକୂଳ ରାଜପଥ ନେଇ ସରକାରଙ୍କ ସହ ମୁହାଁମୁହିଁ ହେଲେ ବିଜେଡି ସାଂସଦ ଓ ବିଧାୟକ। ଜନସଂପର୍କ ଯାତ୍ରାରେ ଏଭଳି ଆହ୍ବାନ ଦେଇଛନ୍ତି ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ। ଆଉ ଏହାକୁ ତାଳି ମାରି ସମର୍ଥନ କରିଛନ୍ତି ବାଲିକୁଦା-ଏରସମାର ବିଧାୟକ ରଘୁନନ୍ଦନ ଦାସ। ୬ ବର୍ଷର ବାଦ-ବିବାଦ ପରେ ଗତ ବର୍ଷ ରାଜ୍ୟ ସରକାର ୩୮୨ କିମି ଉପକୂଳ ରାଜପଥକୁ ଆନୁଷ୍ଠାନିକ ଅନୁମୋଦନ ଦେଲା ପରେ ସ୍ଥାନୀୟ ବିଧାୟକ […]

BJD

BJD

Manoranjan Sial
  • Published: Saturday, 08 October 2022
  • Updated: 08 October 2022, 08:09 PM IST

Sports

Latest News

ଭୁବନେଶ୍ୱର/ଜଗତସିଂହପୁର (ଲକ୍ଷ୍ମୀନାରାୟଣ କାନୁନଗୋ ଓ ଶଶାଙ୍କ ପଣ୍ଡା): ଉପକୂଳ ରାଜପଥ ନେଇ ସରକାରଙ୍କ ସହ ମୁହାଁମୁହିଁ ହେଲେ ବିଜେଡି ସାଂସଦ ଓ ବିଧାୟକ। ଜନସଂପର୍କ ଯାତ୍ରାରେ ଏଭଳି ଆହ୍ବାନ ଦେଇଛନ୍ତି ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ। ଆଉ ଏହାକୁ ତାଳି ମାରି ସମର୍ଥନ କରିଛନ୍ତି ବାଲିକୁଦା-ଏରସମାର ବିଧାୟକ ରଘୁନନ୍ଦନ ଦାସ। ୬ ବର୍ଷର ବାଦ-ବିବାଦ ପରେ ଗତ ବର୍ଷ ରାଜ୍ୟ ସରକାର ୩୮୨ କିମି ଉପକୂଳ ରାଜପଥକୁ ଆନୁଷ୍ଠାନିକ ଅନୁମୋଦନ ଦେଲା ପରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଏଭଳି ରଣହୁଙ୍କାର ସରକାର ଓ ନେତାଙ୍କ ଭିତରେ ଯେ ସବୁ କିଛି ଠିକ୍ ଚାଲିନାହିଁ ତାହା ପଦାରେ ପକାଇଛି।

ଜନସଂପର୍କ ଯାତ୍ରା ଖୋଲିଦେଲା ନେତାଙ୍କ ମନକଥା। ସ୍ଥାନୀୟ ନେତାଙ୍କ ଅଜାଣତରେ ରାଜ୍ୟ ସରକାର କିଭଳି ଗତ ବର୍ଷ ବହୁ ପ୍ରତୀକ୍ଷିତ ଓଡ଼ିଶା ଉପକୂଳ ରାଜପଥ ନକ୍ସାକୁ ଅନୁମୋଦନ କରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟକୁ ପଠାଇଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାଲିକୁଦାର ପ୍ରାୟ ୯ଟି ପଂଚାୟତର ଲୋକେ ପ୍ରାୟ ମାସେ ହେଲା ପ୍ରସ୍ତାବିତ ଉପକୂଳ ରାଜପଥ ନକ୍ସା ବଦଳିବା ନେଇ ବିରୋଧ କରିବା ପରେ ସାଂସଦ ଓ ବିଧାୟକଙ୍କ ସ୍ବର ବଦଳିଛି। ଅନୁମୋଦିତ ନକ୍ସାରେ ଉପକୂଳ ରାଜପଥ ବାଲିକୁଦା ନିକଟରେ ସମୁଦ୍ରକୂଳର ୫ କିମି ଭିତରେ ନଯାଇ ପ୍ରାୟ ୨୫ କିଲୋମିଟର ଦୂରରେ ଯିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ତେବେ ଏ ନେଇ ଆମେ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସହ ଯୋଗା ଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

୨୦୧୫ରେ ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ `ଭାରତମାଳା ପ୍ରକଳ୍ପ’ ଘୋଷଣା ହେଲା ପରେ ଓଡ଼ିଶାର ସାତପଡ଼ାଠାରୁ ଦୀଘା ପର୍ଯ୍ୟନ୍ତ ୪୪୦ କିମି ଉପକୂଳ ରାଜପଥ ତିଆରି ହେବ ବୋଲି ଘୋଷଣା ହୋଇଥିଲା। ରାଜପଥର ରାସ୍ତା ନେଇ ବିଜେଡି-ବିଜେପି ନେତାମାନେ କିଛି ଦିନ ମୁହାଁମୁହିଁ ହେବା ଓ ତିନି ଥର ଗତିପଥ ବଦଳିବା ପରେ ରାଜ୍ୟ ସରକାର ଗତ ବର୍ଷ ଅଗଷ୍ଟ ମାସରେ ପ୍ରକଳ୍ପକୁ ଅନୁମୋଦନ ଦେଲେ। ପରିବେଶ ଦୃଷ୍ଟିରୁ ଚିଲିକା ହ୍ରଦ, ବାଲୁଖଣ୍ଡ ଅଭୟାରଣ୍ୟ, ଭିତରକକନିକା ଜାତୀୟ ଉଦ୍ୟାନ ଭଳି ଅଂଚଳକୁ ଛାଡ଼ି ରାଜପଥର ଲମ୍ବକୁ ପୂର୍ତ ବିଭାଗ ୫୮ କିମି କମାଇଦେଇଥିଲା। ଓଡ଼ିଶା ସରକାରଙ୍କ ପରାମର୍ଶ ଅନୁସାରେ ଏହାକୁ ୩୮୨ କିମି କରିଦିଆଗଲା ବୋଲି ଅଗଷ୍ଟ ୪ ତାରିଖରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଲୋକସଭାରେ ଉତ୍ତର ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉପକୂଳ ରାଜପଥ ଖୋର୍ଦ୍ଧା ଟାଙ୍ଗିରୁ ଆରମ୍ଭ ହୋଇ ବ୍ରହ୍ମଗିରି-ପୁରୀ-କୋଣାର୍କ-ନାଉଗାଁ-ପାରାଦୀପ ବନ୍ଦର-ରତନପୁର ଯିବ ବୋଲି ସ୍ଥିର ହୋଇଛି। ଏପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରୁ ୯୦% ଅଂଚଳରେ କେବଳ ସର୍ଭେ ଶେଷ ହୋଇଛି ବୋଲି ମନ୍ତ୍ରୀ ଗଡ଼କରୀ କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ଉପକୂଳ ରାଜପଥ ତିଆରି ହେଲେ ଦେଶବ୍ୟାପୀ ମାଲ ପରିହବନ ସୁରୁଖୁରୁରେ ହେବ, ପର୍ଯ୍ୟଟନର ବିକାଶ ହେବ, ସମୁଦ୍ରକୂଳବର୍ତୀ ଅଂଚଳ ସମୁଦ୍ର ଢ଼େଉରୁ ରକ୍ଷା ପାଇବ ଓ ଲୋକଙ୍କ ଅର୍ଥନୀତିର ବିକାଶ ହେବ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି। ଭାରତମାଳା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୨୦ ହଜାର କିଲୋମଟିର ରାସ୍ତାରୁ ଏବେ ପ୍ରାୟ ୮ ହଜାର କିଲୋମିଟର କାମ ଶେଷ ହୋଇସାରିଲାଣି। ତେବେ ଓଡ଼ିଶାର ଟାଙ୍ଗିରୁ ରତନପୁର କାମର କେବେ ଟେଣ୍ଡର ହେବ ଓ ଓଡ଼ିଶାରେ ଟାଙ୍ଗିରୁ ଦୀଘା ପର୍ଯ୍ୟନ୍ତ ରାଜପଥ କେବେ ସରିବ ତାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

https://youtu.be/5KsCqb6zFVE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos