ଜାତିଭିତ୍ତିକ ଗଣନା କର, ଗୃହମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଫୋକସରେ ଏବେ ପଛୁଆବର୍ଗ। ପଛୁଆବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ଦଳର ପ୍ରୟାସ ପୁଣି ସ୍ପଷ୍ଟ ବାରି ହୋଇଛି। ବିଜେଡି ସାଂସଦମାନେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବିପତ୍ର ଦେଇଛନ୍ତି। ଜାତିଭିତ୍ତିକ ଜନଗଣନା ହେଲେ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ଏବଂ ସେହି ଅନୁସାରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ତାସହିତ ଅନୁସୂଚିତ […]

bjd

bjd

Ranjit Kumar Jena
  • Published: Wednesday, 11 August 2021
  • Updated: 11 August 2021, 08:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଫୋକସରେ ଏବେ ପଛୁଆବର୍ଗ। ପଛୁଆବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ଦଳର ପ୍ରୟାସ ପୁଣି ସ୍ପଷ୍ଟ ବାରି ହୋଇଛି। ବିଜେଡି ସାଂସଦମାନେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବିପତ୍ର ଦେଇଛନ୍ତି। ଜାତିଭିତ୍ତିକ ଜନଗଣନା ହେଲେ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ଏବଂ ସେହି ଅନୁସାରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।

ତାସହିତ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ ମିଶାଇ ସମୁଦାୟ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରିବା ନେଇ ସୁପ୍ରିମକୋର୍ଟଙ୍କ ପ୍ରତିବନ୍ଧକ ରହିଥିବା ବେଳେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇନ୍ ଆଣି ରାଜ୍ୟମାନଙ୍କୁ ପଛୁଆବର୍ଗ ଚିହ୍ନଟ ଓ ତାଲିକା ଜାରି କରିବା ସହ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରକୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉ ବୋଲି ମଧ୍ୟ ବିଜେଡି ସାଂସଦମାନେ ଦାବି କରିଛନ୍ତି। ଗୃହମନ୍ତ୍ରୀ ସେମାନଙ୍କ ଦାବି ଶୁଣିଛନ୍ତି ଓ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିବା ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର।

ତେଣେ ବିଜେପି ଏନେଇ କଡ଼ା ପ୍ରତିକ୍ରିୟା ଦେଇଛି। ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ବହୁବାର ବିଜୁ ଜନତା ଦଳ କେନ୍ଦ୍ର ସରକାରରେ ଅଂଶୀଦାର ଥାଇ ବି କେବେ ପଛୁଆବର୍ଗଙ୍କ କଥା ଚିନ୍ତା କରିନି। ସ୍ୱାଧୀନତାର ୭୫ବର୍ଷ ପରେ ମୋଦି ସରକାର ଯେତେବେଳେ ସମ୍ବିଧାନର ୧୨୭ତମ ସଂଶୋଧନ କରି ପଛୁଆବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେଲେ, ସେତେବେଳେ ଶ୍ରେୟ ନେବାକୁ ଏହା ଏକ ପ୍ରତିଯୋଗିତା ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ସେପଟେ ପଛୁଆବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଓବିସି ସଂରକ୍ଷଣ ଯୁକ୍ତିର ସିଧାସଳଖ କାଉଣ୍ଟର କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସନ୍ନ କହିଥିଲେ ଜାତିଭିତ୍ତିକ ଜନଗଣନା ହେଲେ, ଯେଉଁ କାରଣ ଦର୍ଶାଇ କୋର୍ଟ ଓବିସି ସଂରକ୍ଷଣ ଆଇନକୁ ଅସିଦ୍ଧ ଘୋଷଣା କରୁଛନ୍ତି ସେଥିରୁ ମୁକ୍ତି ମିଳିବ। ଏନେଇ ଆମେ ହାଇକୋର୍ଟ ଯାଇଥିଲୁ, ହେଲେ ନ୍ୟାୟାଳୟ ତାକୁ ଖାରଜ କରିଦେଇଥିଲେ। ଜବାବରେ ଧର୍ମେନ୍ଦ୍ର କହିଥିଲେ, ଯଦି ୨୦୧୪ ମସିହାରେ ହାଇକୋର୍ଟ ଆବେଦନ ଖାରଜ କଲେ, ତାହେଲେ ସୁପ୍ରିମକୋର୍ଟରେ କାହିଁକି ଗଲେନି।

ରାଜ୍ୟରେ ପଛୁଆବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତମୁଠାରେ ରଖିବାକୁ ବିଜେଡି ବହୁ ଆଗରୁ ଯୋଜନା ଚଳାଇଛି। ଏମିତିକି ୨୦୨୧ ଫେବ୍ରୁଆରୀରେ ହେବାକୁ ଥିବା ସାଧାରଣ ଜନଗଣନା ସହ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା। ହେଲେ କେନ୍ଦ୍ର ଏହାକୁ ଅଗ୍ରାହ୍ୟ କରିବା ପରେ ରାଜ୍ୟ ସରକାର ସାମାଜିକ, ଆର୍ଥିକ ଓ ଶିକ୍ଷା ସ୍ଥିତି ନେଇ ଗତ ମେ ପହିଲାରୁ ନିଜସ୍ୱ ସର୍ଭେ କରିବାକୁ ସ୍ଥିର କରିଥିଲେ। ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓବିସି କମିଶନ୍ ମଧ୍ୟ ଗଠନ ହୋଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା କିନ୍ତୁ କୋଭିଡ୍ କାରଣରୁ ତାହା ଆଗେଇ ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story