'ଓଡ଼ିଶାରେ ଗୋଟିଏ ବି ରାଜନୀତିକ ହତ୍ୟାର ରେକର୍ଡ ନାହିଁ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଶାସକ ବିଜେଡି ଉପରୁ ଉଠିଛି ଅଙ୍ଗୁଳି। ବିଜେପିର ଏହି ଅଭିଯୋଗର ଜବାବ ଦେଇଛି ବିଜେଡି। ବିଜେଡିର ମୁଖପାତ୍ର ଚିନ୍ମୟ ସାହୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତିକ ହିଂସା ପ୍ରତି ଓଡ଼ିଶା ସରକାର ସବୁ ବେଳେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଛନ୍ତି। କିନ୍ତୁ ଦୁଃଖ […]

bjd

Ranjit Kumar Jena
  • Published: Monday, 04 January 2021
  • , Updated: 04 January 2021, 06:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଶାସକ ବିଜେଡି ଉପରୁ ଉଠିଛି ଅଙ୍ଗୁଳି। ବିଜେପିର ଏହି ଅଭିଯୋଗର ଜବାବ ଦେଇଛି ବିଜେଡି।

ବିଜେଡିର ମୁଖପାତ୍ର ଚିନ୍ମୟ ସାହୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତିକ ହିଂସା ପ୍ରତି ଓଡ଼ିଶା ସରକାର ସବୁ ବେଳେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେ ଯେଉଁମାନେ ଆମ ଉପରେ ଅଭିଯୋଗ ଲଗାଉଛନ୍ତି, ସେମାନେ ମଧ୍ୟ ଅନେକ ରାଜ୍ୟରେ କ୍ଷମତାସୀନ ଅଛନ୍ତି ଏବଂ ସେଠାରେ କେଉଁଭଳି ରାଜନୀତିକ ହିଂସା ହେଉଛି, ତାହା କାହାକୁ ଅଛପା ନାହିଁ। ସେଥିପାଇଁ ବିଜୁ ଜନତା ଦଳକୁ ସମାଲୋଚନା କରିବାର ସେମାନଙ୍କର କୌଣସି ନୈତିକ ଅଧିକାର ନାହିଁ।

ତାଙ୍କରି ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଗୋଟିଏ ବି ରାଜନୀତିକ ହତ୍ୟାର ରେକର୍ଡ ନାହିଁ। ସର୍ବାଧିକ ରାଜନୀତିକ ହତ୍ୟା ପଶ୍ଚିମବଙ୍ଗରେ ହୋଇଛି। ତା' ପଛକୁ ବିହାର ଓ ଝାଡ଼ଖଣ୍ଡରେ ୬ ଜଣ ଏବଂ କର୍ଣ୍ଣାଟକା ଓ ପଞ୍ଜାବରେ ୪ ଜଣଙ୍କର ହତ୍ୟା କରାଯାଇଛି। ତେଣୁ ଏସବୁ ରାଜ୍ୟରେ ବିଭିନ୍ନ ରାଜନୀତିକ ଦଳ କ୍ଷମତାରେ ଅଛନ୍ତି।

ସେ ଆହୁରି କହିଛନ୍ତି, ଯେଉଁଠି କଟକର ରୁରାଲ୍ ଏପସି ଯୁଗଳ କିଶୋର ଦୃଢ଼ୋକ୍ତି ପ୍ରକାଶ କରିସାରିଛନ୍ତି ଯେ ଏହି ହତ୍ୟାକାଣ୍ଡ ମାମଲାରେ କାହାରିକୁ ଛଡ଼ା ଯିବ ନାହିଁ ଏବଂ ଏଥିରେ ଯିଏ ବି ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରାଯିବ, ସେହିଠାରେ ଯେଉଁଭଳି ଆରୋପ ଓ ପ୍ରତ୍ୟାରୋପ କରାଯାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜୁ ଜନତା ଦଳ ସର୍ବଦା ସବୁ ସମୟରେ ରାଜନୀତିକ ହିଂସା ପାଇଁ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଆସିଛି। ତେଣୁ ଆଇନ୍ ନିଶ୍ଚିତ ତା' ବାଟରେ ଯିବ ଏବଂ ସତ୍ୟର ଉନ୍ମୋଚନ ପାଇଁ ଆମ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି କହିଛନ୍ତି ଚିନ୍ମୟ।

ସୂଚନାଯୋଗ୍ୟ, ଶନିବାର କୁଳମଣି ବରାଳଙ୍କ ସହିତ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତି। ସେମାନଙ୍କ ମଧ୍ୟରେ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି। ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story