‘ଓବିସି ସଂରକ୍ଷଣ ପୂର୍ବରୁ ଅଛି, ଭୂଆଁ ବୁଲାଇବା ବନ୍ଦ କରୁ ବିଜେଡି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପଂଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସଇବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଆଗରୁ ରହିଥିଲା, ନବୀନ ପଟ୍ଟନାୟକ ସରକାର ନିଜର ଅପାରଗତା କାରଣରୁ ଏହି ବ୍ୟବସ୍ଥାକୁ ଜାରି ରଖିପାରିଲେ ନାହିଁ। ଏବେ ଓବିସି ବର୍ଗକୁ ୨୭ ପ୍ରତିଶତ ଟିକେଟ୍ ଦେବ କହି ଶାସକ ବିଜେଡି କେବଳ ଭୂଆଁ ବୁଲାଉଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି […]

BJP-PITAMBAR

Ordigital Desk
  • Published: Saturday, 14 August 2021
  • , Updated: 15 August 2021, 07:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପଂଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସଇବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଆଗରୁ ରହିଥିଲା, ନବୀନ ପଟ୍ଟନାୟକ ସରକାର ନିଜର ଅପାରଗତା କାରଣରୁ ଏହି ବ୍ୟବସ୍ଥାକୁ ଜାରି ରଖିପାରିଲେ ନାହିଁ। ଏବେ ଓବିସି ବର୍ଗକୁ ୨୭ ପ୍ରତିଶତ ଟିକେଟ୍ ଦେବ କହି ଶାସକ ବିଜେଡି କେବଳ ଭୂଆଁ ବୁଲାଉଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ଏବେ ପଂଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ନିର୍ବାଚନରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବ କହି ମିଛ ବାହାସ୍ପୋଟ ମାରିବା ଓ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରୁ। ବିଜେଡି ସରକାର ଓବିସିମାନଙ୍କ ସ୍ୱାର୍ଥରକ୍ଷା କରିବାରେ ଚରମ ବିଫଳ ହୋଇଛି। ତେଣୁ ଓବିସିଙ୍କ ପାଇଁ ନିର୍ବାଚନରେ ୨୭ ପ୍ରତିଶତ ସରକ୍ଷଣକୁ ଆଇନରେ ପରିଣତ କରିବା ପାଇଁ ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି। ଓଡ଼ିଶାରେ ପଂଚାୟତ ନିର୍ବାଚନରେ ଆର୍ଥିକ ଅନଗ୍ରସର ଶ୍ରେଣୀଭୃକ୍ତ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ କିଛି ନୂଆ କଥା ନୁହେଁ । ପୂର୍ବରୁ ୨୦୧୨ରେ ପଂଚାୟତ ନିର୍ବାଚନରେ ଓଡ଼ିଶା ଆଇନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା, ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ସମ୍ବେଦନହୀନତା କାରଣରୁ ଏହାକୁ ରକ୍ଷା କରାଗଲା ନାହିଁ।

ସ୍ଥାନୀୟ ସ୍ୱାୟତ୍ତ ପରିଷଦ ତଥା ପଂଚାୟତ, ପୌର ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଓଡ଼ିଶାରେ ଓବିସି ଓ ଏସଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ପ୍ରାବଧାନ ଥିଲା। ୨୦୧୭ ମସିହା ଜିଲ୍ଳା ପରିଷଦ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସୁବାଷ ଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନରେ ଓବିସି ବର୍ଗ ପାଇଁ ସଂରକ୍ଷଣ ରଖାଯାଇପାରିବ ନା ନାହିଁ ସେ ସମ୍ପର୍କରେ ଶ୍ରୀ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ସରକାର ସେ ସମୟରେ ଯୁକ୍ତିଯୁକ୍ତ ବିଷୟ

ଉପସ୍ଥାପନ କରିପାରିଲେ ନାହିଁ। ସବୁ କଥା କୋର୍ଟ ଉପରେ ଛାଡ଼ିଦେଇ ଓଡିଶା ସରକାର ଏହି ମାମଲାରେ ବିଫଳ ହେଲେ। ତେଣୁ ବିଜେଡି ଦଳ ପଂଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ । ନିଜେ ମିଛ କହି ଅନ୍ୟ ରାଜନୈତିକ ଦଳଗୁଡ଼ିକୁୁ ୨୭ ପ୍ରତିଶତ ଆହ୍ୱାନ କରିବା ବିଜେଡିର ସଠତାପୂର୍ଣ୍ଣ ବିଚାରଧାରା । ତେବେ ଓବିସି ବର୍ଗର ଲୋକଙ୍କୁ ନିର୍ବାଚନରେ ବିଜେଡି ୨୭ପ୍ରତିଶତ ସଂରକ୍ଷଣ ଦେଲେ ଏହା କିପରି ସେମାନଙ୍କର ସ୍ୱାର୍ଥରକ୍ଷା ହେବ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

Related story