ବଦଳୁଛି ବିଜେଡି ରଣନୀତି, ଏଥର କର୍ମୀ ତୁଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ପୌର ନିର୍ବାଚନ ନକରି ଗତ ଦୁଇବର୍ଷରୁ ଅଧିକ ସମୟ ଧରି ପୌର ସଂସ୍ଥାଗୁଡ଼ିକୁ ପଙ୍ଗୁ କରି ରଖିଥିବା ବିଜେଡି ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ସରକାର ଓ ସଂଗଠନ ପ୍ରତି ବଢ଼ୁଥିବା ଆକ୍ରୋଶ ଏବଂ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଶାସକ ବିଜେଡି ଏବେ ନିଜର ରଣନୀତିରେ ପରିବର୍ତ୍ତନ କରିଛି। ୨୦୧୭ ପଂଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆପଣାଇଥିବା […]

Naveen Patnaik

Naveen Patnaik

Tapas Behera
  • Published: Saturday, 13 February 2021
  • Updated: 13 February 2021, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ପୌର ନିର୍ବାଚନ ନକରି ଗତ ଦୁଇବର୍ଷରୁ ଅଧିକ ସମୟ ଧରି ପୌର ସଂସ୍ଥାଗୁଡ଼ିକୁ ପଙ୍ଗୁ କରି ରଖିଥିବା ବିଜେଡି ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ସରକାର ଓ ସଂଗଠନ ପ୍ରତି ବଢ଼ୁଥିବା ଆକ୍ରୋଶ ଏବଂ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଶାସକ ବିଜେଡି ଏବେ ନିଜର ରଣନୀତିରେ ପରିବର୍ତ୍ତନ କରିଛି। ୨୦୧୭ ପଂଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆପଣାଇଥିବା ରଣକୌଶଳରେ କେତେକ ପରିବର୍ତ୍ତନ କରି ଏବେ ତୃଣମୂଳସ୍ତରରେ ଥିବା ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ ନିମନ୍ତେ ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତମାସର କଳାହାଣ୍ଡି ଜିଲ୍ଲା ଗସ୍ତ ସେଠାରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାପରେ ଅନୁରୂପ ଭାବେ କାର୍ଯ୍ୟକ୍ରମ ଆସନ୍ତା ୧୬ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ  ଜିଲ୍ଲା ଗସ୍ତବେଳେ ପ୍ରାୟ ୫ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ତା’ର ଫାଇଦା ନେବାକୁ ବିଜେଡି ଏବେ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଦଳର ମାଳମାଳ ନେତା ଆଜିଠୁ ସୁନ୍ଦରଗଡ଼ ଜିଲ୍ଲାରେ ଡେରା ପକାଇବା ଆରମ୍ଭ କରିସାରିଲେଣି। ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ଥିବାବେଳେ ସେଠାରେ ସଂଗଠନକୁ ସୁଦୃଢ଼ କରି କର୍ମୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ରଣନୀତି ହୋଇଛି। ଜିଲ୍ଲାର ୧୭ଟି ବ୍ଲକ ୧୭ଜଣ ମନ୍ତ୍ରୀ, ୭୦ଜଣ ବିଧାୟକ ଓ ୪୦ଜଣ ଆଗଧାଡ଼ିର ନେତା ଆଜିଠୁ ସୁନ୍ଦରଗଡ଼ ଜିଲ୍ଲାରେ ଡେରା ପକାଇ ଆସନ୍ତାକାଲିଠୁ ବିଭିନ୍ନ ଗାଁ ଗହଳିକୁ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଯେଉଁସବୁ ପ୍ରକଳ୍ପ ଶିଳାନ୍ୟାସ ହେବ ଅବା ଆଗାମୀ ୬ମାସ ମଧ୍ୟରେ ହେବାକୁ ରହିଛି ସେଗୁଡ଼ିକର କାର୍ଯ୍ୟାଦେଶ ଦଳୀୟ କର୍ମୀଙ୍କୁ ଦିଆଯିବ ବୋଲି ପରୋକ୍ଷରେ ବିଜେଡି ସନ୍ଦେଶ ଦେବ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରାଉରକେଲାରେ ହେବାକୁ ଥିବାବେଳେ ଏହାକୁ ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଂଚଳରେ ଟେକ୍ନୋଲୋଜି ମାଧ୍ୟମରେ ସେଲିବ୍ରେସନ କରିବାର ସୁଯୋଗକୁ ବିଜେଡି ନେତାମାନେ ହାତଛଡ଼ା କରିବାକୁ ଚାହିଁନାହାନ୍ତି। ମନ୍ତ୍ରୀମାନେ ସରକାରୀ କାର୍ଯ୍ୟକ୍ରମ ଦର୍ଶାଇ ଏବେ ସେଠାରେ ଡେରା ପକାଇଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ସୁନ୍ଦରଗଡ଼ ଜିଲ୍ଲାରେ ଆଶାନୁରୂପ ସଫଳତା ମିଳିନଥିବାରୁ ସଂଗଠନକୁ ସୁଦୃଢ଼ କରିବା ଉପରେ ବିଜେଡି ଗୁରୁତ୍ୱ ଦେଉଛି।

ରାଜନୀତିକ ବିଶେଷଜ୍ଞଙ୍କ ମତରେ, ବିଜେଡି ନିର୍ବାଚନ ଜିତିବା ପାଇଁ ବିଭିନ୍ନ ସମୟରେ ନୂଆ ନୂଆ ଫର୍ମୂଲା ଆପଣାଇଥାଏ। ପ୍ରଶାସନିକ କଳର ସମ୍ପୂର୍ଣ୍ଣ ସହଯୋଗ ଦଳକୁ ମିଳୁଥିବାରୁ ଏହି ଫର୍ମୂଲାକୁ ସଫଳ କରିବାରେ ବିଜେଡି ସକ୍ଷମ ହୋଇପାରୁଛି। ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ରାଜ୍ୟବ୍ୟାପୀ ମହିଳା ସମାବେଶ(ନିର୍ବାଚନମଣ୍ଡଳୀ ଓ ବ୍ଲକ ସ୍ତରରେ) କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଏହି ମହିଳା ସମାବେଶରୁ ବିଜେଡି ନିଜର ରାଜନୀତିକ ମାଇଲେଜ୍ ମଧ୍ୟ ନେଇଥିଲା। ମହିଳାଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବିଜେଡି ୨୦୧୭ ଓ ୨୦୧୯ ନିର୍ବାଚନରେ ଭରପୂର ଉପଯୋଗ କଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ‘ଆମ ଗାଁ ଆମ ବିକାଶ’ ନାଁରେ କର୍ମୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ।

ଗାଁ ଗହଳିର ସମସ୍ତ ସରକାରୀ କାର୍ଯ୍ୟର ଠିକା ଦଳୀୟ କର୍ମୀମାନଙ୍କ ହାତରେ ଟେକି ଦେବାକୁ ପରୋକ୍ଷରେ ବ୍ଲକ ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ପଛାଇ ନଥିଲେ। ଅବଶ୍ୟ ନିର୍ବାଚନ ମୁଣ୍ଡ ଉପରେ ଥିବା ତଥା ଗୋଷ୍ଠୀକନ୍ଦଳ ଯୋଗୁ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ଏହାର ଫାଇଦା ପାରିନଥିଲେ। ଏବେ କରୋନା ଯୋଗୁ ବ୍ୟାକଫୁଟରେ ଥିବା ବିଜେଡିର ତୃଣମୂଳସ୍ତରୀୟ କର୍ମୀମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ମୁଖ୍ୟମନ୍ତ୍ରୀ ଯେଉଁସବୁ ପ୍ରକଳ୍ପର ଘୋଷଣା କରିବେ ତାକୁ ଦଳୀୟସ୍ତରରେ କିଭଳି ପ୍ରଚାରପ୍ରସାର କରାଯିବ ତାହା ଉପରେ ବିଜେଡି ଗୁରୁତ୍ୱ ଦେଉଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପୂର୍ବରୁ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇ କର୍ମୀ ଓ ନେତାମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଁ ଉଦ୍ୟମ ହେଉଥିବାବେଳେ  ପରିପଂଚାୟତ ନିର୍ବାଚନରେ ନିଜର ଏକପାଖିଆ ପତିଆରା ଦେଖାଇବା ବିଜେଡିର ଅସଲ ଉଦ୍ଦେଶ୍ୟ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story