ବିଜେଡିକୁ ବହୁ ବିଳମ୍ବରେ ବାଧିଲା ତୈଳ ଦର, ଅଙ୍କ ଅଡ଼ୁଆ ହେଲା କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଆରମ୍ଭରୁ ତୈଳଦର କ୍ରମାଗତ ବୃଦ୍ଧି ପାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିରବ ଥିବା ବିଜେଡି ବହୁ ବିଳମ୍ବରେ ତୈଳଦର ବୃଦ୍ଧିକୁ ନିନ୍ଦା କରିଛି। ସାଧାରଣ ନିର୍ବାଚନ ପରଠୁ ତୈଳ ଦର ବୃଦ୍ଧିକୁ ନେଇ ସିଧାସଳଖ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଥିବା ବିଜେଡି ଏବେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ନିଜର ରଙ୍ଗ ବଦଳାଇବା ସହ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ତୈଳଦର ବୃଦ୍ଧିର ଆଳ ଦେଖାଇ ଆଜି ଟାର୍ଗେଟ୍ କରିଛି । […]

Sanjay Das Burma

Sanjay Das Burma

Ordigital Desk
  • Published: Saturday, 08 May 2021
  • Updated: 08 May 2021, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଆରମ୍ଭରୁ ତୈଳଦର କ୍ରମାଗତ ବୃଦ୍ଧି ପାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିରବ ଥିବା ବିଜେଡି ବହୁ ବିଳମ୍ବରେ ତୈଳଦର ବୃଦ୍ଧିକୁ ନିନ୍ଦା କରିଛି। ସାଧାରଣ ନିର୍ବାଚନ ପରଠୁ ତୈଳ ଦର ବୃଦ୍ଧିକୁ ନେଇ ସିଧାସଳଖ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଥିବା ବିଜେଡି ଏବେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ନିଜର ରଙ୍ଗ ବଦଳାଇବା ସହ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ତୈଳଦର ବୃଦ୍ଧିର ଆଳ ଦେଖାଇ ଆଜି ଟାର୍ଗେଟ୍ କରିଛି । କେନ୍ଦ୍ରର ୟୁପିଏ ସରକାର ଅମଳରେ ତୈଳଦର ବୃଦ୍ଧିକୁ କ୍ରମାଗତ ଭାବେ ବିରୋଧ କରି ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡି ଦୀର୍ଘବର୍ଷ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି, ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି। ପ୍ରତିଦିନ ୪ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ହଜାର ଲୋକ ପ୍ରାଣ ହରାଉଛନ୍ତି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଶଟଡାଉନ୍ ଓ ଲକଡାଉନ୍ ଆଦି କଟକଣା ଜାରି ହୋଇଛି। ଏଥିପାଇଁ ଦୋକାନ,ବଜାର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବି ପୂର୍ବପେକ୍ଷା କମ୍ ରହିଛି। କରୋନା ମହାମାରୀ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ତୈଳଦର।

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପରଠୁ ନିୟମିତ ଭାବେ ତୈଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ନିର୍ବାଚନ ଯେତେବେଳେ ହେଉଛି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଥିବା ଦେଖିବାକୁ ମିଳୁଛି। ହେଲେ ନିର୍ବାଚନ ସରିବା ପରେ ତୈଳ ଦର ବଢ଼ୁଛି। ଚଳିତବର୍ଷ ଏପ୍ରିଲ ୧୫ତାରିଖରେ ଶେଷଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା। ଏହାପରଠୁ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା। ହେଲେ ଗତ ୨ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ତାରିଖରୁ ତୈଳ ଦର ବଢ଼ିବାରେ ଲାଗିଛି ।

ଦେଶର କିଛି ସହରରେ ପେଟ୍ରୋଲ ଦର ୧୦୦ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୫ଟଙ୍କା ଅତିକ୍ରମ କଲାଣି । ମହାମାରୀବେଳେ ସାଧାରଣ ଲୋକଙ୍କ ଉପରେ ଏହି ମହଙ୍ଗା ମାଡ଼କୁ ବିଜେଡି ଦୃଢ଼ ଭାବେ ନିନ୍ଦା କରୁଛି । ଏହା ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଗତ ୪ଦିନରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ଓ ଡିଜେଲ ୧ଟଙ୍କା ୧୩ ପଇସା ବୃଦ୍ଧି ପାଇସାରିଲାଣି। ଆଚ୍ଛେଦିନର ନାରା ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ହେଲେ ସେ ଆଚ୍ଛାଦିନ ଏବେ ବୁରେଦିନ ହୋଇଯାଇଛି । ଲୋକେ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକିଲେଣି। ତୈଳଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ଆକାଶଛୁଆ ହେଲାଣି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଯେତିକି ରହିଛି ତା’ଉପରେ ବିଭିନ୍ନ ଶୁଳ୍କ ଲଦି ଦେବାରୁ ଏହା ଦର ତିନିଗୁଣ ହୋଇଯାଉଛି। ତୈଳଦରକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ହୋଇଛି। ତେଣୁ ତୈଳଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଜେପି ସରକାରର ଦୋମୁହାଁ ନୀତିକୁ ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଫେବୃୟାରୀ ମାସରେ ରାଜ୍ୟରେ ପେଟ୍ରୋଲ ଦର ୯୨ଟଙ୍କା ଛୁଇଁଥିବାବେଳେ କାଲିମେଳାରେ ୯୭ଟଙ୍କାରେ ବିକ୍ରି ହେଉଥିଲା। ତୈଳଦରର ଏଭଳି କ୍ରମାଗତ ବୃଦ୍ଧି ପ୍ରତିବାଦରେ ରାଜ୍ୟରେ କଂଗ୍ରେସ ଗତ ଫେବୃୟାରୀ ୧୫ରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେବା ସହ ବିଧାନସଭାରେ ମଧ୍ୟ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ତୈଳଦର ବୃଦ୍ଧିକୁ ନେଇ ରାଜ୍ୟ ତମାମ ବିଭିନ୍ନ ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରୁଥିବାବେଳେ କ୍ଷମତାସୀନ ବିଜେଡି ନିରବଦ୍ରଷ୍ଟା ସାଜିଥିଲା।

ବିଜେଡିର ଏଭଳି ଆଭିମୁଖ୍ୟକୁ ଚାରିଆଡ଼ୁ ସମାଲୋଚନା କରାଯାଉଥିବାବେଳେ କେନ୍ଦ୍ରରେ ଥିବା ବିଜେପି ସରକାରକୁ ତୁଷ୍ଟୀକରଣ ନୀତିରେ ବିଜେଡି ମୁହଁ ଖୋଲୁନଥିଲା। ମାତ୍ର ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ ଆସିବାପରେ ବିଜେଡି ପୁଣିଥରେ ରଙ୍ଗ ବଦଳାଇଛି ଓ ରାଜ୍ୟରେ ବିଜେପିକୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବାକୁ ଓ ନିଜର ରାଜନୀତିକ ଗୋଟିଚାଳନା ନିମନ୍ତେ ସାନି ରଣନୀତି ଆରମ୍ଭ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story